/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720880320.jpg)
Ratna Bhandar
୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟାଇ, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ଦୁର୍ମୂଲ୍ୟ ଅଳଙ୍କାର ଥିବା ଏହି ରହସ୍ୟମୟ ଭଣ୍ଡାରଘରକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଅପେକ୍ଷା ରହିଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ SOP ଅନୁମୋଦନକୁ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସ୍ଓପିକୁ ସ୍ବୀକୃତି ପ୍ରଦାନ କଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ମିଳିବା ପରେ, ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ବୈଠକ ଚାଲିଥିବା ସୂଚନା ମିଳିଛି ।
ସେପଟେ ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ‘ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି । କାଲିଠାରୁ ଖୋଲିବା ପ୍ରକ୍ରିୟା ଆରମ୍ଭ, କ୍ରମାଗତ ଭାବେ ଚାଲିବ । କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ‘ରତ୍ନଭଣ୍ଡାର ଗଣତି, ମଣତି ନେଇ RBIର ସହାୟତା ମଧ୍ୟ ନିଆଯିବ । ରତ୍ନଭଣ୍ଡାର ଖୋଲିବା ସମୟରେ RBIର ପ୍ରତିନିଧି ଉପସ୍ଥିତ ରହିବେ । ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ଟିମ୍କୁ ସହାୟତା ଦେବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି ।
ସେହିପରି ରତ୍ନଭଣ୍ଡାର ଗଣତି, ମଣତି ସଂପର୍କରେ ମଧ୍ୟ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାର ଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ । ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ’ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
#ଶ୍ରୀମନ୍ଦିର_ପ୍ରଶାସନକୁ_SOP_ପ୍ରଦାନ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସ୍ଓପିକୁ ସ୍ବୀକୃତି ପ୍ରଦାନ କଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । #RatnaBhandar#Srimandir#SOP#OTVpic.twitter.com/uTuVSr7Z4w— ଓଟିଭି (@otvkhabar) July 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)