• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତାଲା ଭାଙ୍ଗି ଭିତର ରତ୍ନ ଭଣ୍ତାର ଖୋଲାଗଲା । ଏନେଇ ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ ବୋଲି କହିଲେ । ଏଣୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା ।

ବାହାର ଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ପ୍ରଶାସକ । ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍‌ କରାଗଲା ବୋଲି କହିଛନ୍ତି ।

ତେବେ ଭିତର ରତ୍ନ ଭଣ୍ତାର ଖୋଲିଥିବା ବେଳେ ସେଥିରୁ କୌଣସି ଅଳଙ୍କାର ସ୍ଥାନାନ୍ତର ହୋଇନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଭିତରକୁ ଗଲୁ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗେଟ୍‌କୁ ଗଲୁ ବୋଲି କହିଛନ୍ତି । ସେଠାରେ ଥିବା ୩ଟି ତାଲା ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିଲାନି ।

ଏଣୁ ନିୟମାନୁସାରେ ସେଠାରେ ପଡ଼ିଥିବା ୩ଟି ତାଲା ଭଙ୍ଗାଗଲା । ତାଲା ଭଙ୍ଗାଗଲା ପରେ ଭଣ୍ଡାର ଭିତରକୁ ପୂରା କମିଟି ଗଲା ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଅଳଙ୍କାର ସବୁ ସେଠାରେ ସିନ୍ଦୁକ, ଆଲମାରୀରେ ରହିଥିଲା । ତେବେ ସିନ୍ଦୁକ, ଆଲମାରୀଗୁଡ଼ିକୁ ଆମେ ଆଜି ଖୋଲିଲୁ ନାହିଁ । ତାକୁ ସ୍ଥାନାନ୍ତରଣ କରିବା ଆଜି ସମ୍ଭବ ନୁହେଁ ।

ଏଣୁ ଖୋଲାଗଲାନି ବୋଲି କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅନ୍ୟପଟେ ତଢ଼ଉ କରଣ କହିଛନ୍ତି ଯେ, ଭିତରେ ପାଣି ଜକଉଛି । ଚଟାଣ ଓଦା ଥିବା ମଧ୍ୟ ସୂଚନା ମିଳୁଛି । ତଥାପି ଭିତରେ ସବୁ ଠିକ୍‌ ଅଛି ବୋଲି କହିଛନ୍ତି ତଢ଼ଉ କରଣ ।

OTV is now on Whatsapp

Join and get latest news update delivered to you via whatsapp

Join Now