Advertisment

୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ..ରତ୍ନଭଣ୍ତାର ଭିତରକୁ ଯିବେ ୧୧ ଜଣ..ଜାଣନ୍ତୁ କିଏ..

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

ଖୋଲିବ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର। ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିବ। ଯାହା ଜାଣିବାକୁ ଅନେଇ ବସିଛନ୍ତି ଶହ ଶହ ଜଗନ୍ନାଥ ପ୍ରେମୀ, ସେହି ଦିନ ଆସି ପହଞ୍ଚିଛି। ଆଜି ଅପରାହ୍ନ ୧ଟା ୨୮ରେ ରତ୍ନଭଣ୍ଡାରକୁ ଯିବ ସ୍ୱତନ୍ତ୍ର ଯାଞ୍ଚ କମିଟି। ଏନେଇ ପ୍ରସ୍ତୁତି ଆରମ୍ଭ ହେଲାଣି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି।

Advertisment

ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଯାଞ୍ଚ କମିଟିର ସଦସ୍ୟଙ୍କ ସମେତ ବରିଷ୍ଠ ସେବାୟତ ଏଥିରେ ଉପସ୍ଥିତ ରହିଥିଲେ। ଆଉ କିଛି ସମୟର ଅପେକ୍ଷା, ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା। ଏଥିପାଇଁ ଶ୍ରୀମନ୍ଦିରକୁ ଆସି ପହଞ୍ଚିଛି ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ। ଆଜି ସକାଳୁ ଶ୍ରୀଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିଛି।

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ASI ଅଧିକ୍ଷକ ଭିତରକୁ ଯିବେ। ଏହାଛଡ଼ା ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ ଯିବେ। ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ମଧ୍ୟ ଯିବେ।

Advertisment

ଆଜି ଗଣତି ହେବନି, ଖାଲି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା। ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ। ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ। ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ।

ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। ଆବଶ୍ୟକ ସଦସ୍ୟ ଭିତରକୁ ଯିବେ। ସେବକଙ୍କ ସହ ଅନ୍ୟମାନଙ୍କ ସହଯୋଗ କାମନା କରାଯାଉଛି। ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କଲେ। କେବେଳ ସେବାପୂଜା ଥିବା ସେବାୟତ ଆସିବାକୁ ଅନୁରୋଧ କଲେ। ଆଜ୍ଞାମାଳ ଆସିଯାଇଛି। ଏହାପରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କର ଆଜ୍ଞା ନିଆଯିବ। ଏହାପରେ ଭିତରକୁ ପ୍ରବେଶ କରିବୁ କହିଲେ।

Ratna Bhandar Sri Mandir
Advertisment
Advertisment