• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାଲୁ ଆକ୍ରମଣରେ ନୂଆପଡା ଜିଲ୍ଲା କୋମନା ବନ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ । ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଦୁଣ୍ଡି । କୋମନା ନିକଟସ୍ଥ ବିଜାଖମନ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରି ଗୁରୁତର କରିଥିଲା । ୨ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି କୋମନା ମେଡିକାଲ ପଠାଇ ଥିବାବେଳେ ଆଉ ୨ ଜଣଙ୍କୁ ଭାଲୁ ଜଙ୍ଗଲକୁ ଟାଣି ନେଇଥିଲା । ସେମାନଙ୍କୁ କୋମନା ଅଗ୍ନିଶମ ବାହିନୀ ଉଦ୍ଧାର  କରିଥିଲେ ।

କୋମନା ମେଡିକାଲରେ ଚିକିତ୍ସା ପରେ ନୂଆପଡା ଜିଲ୍ଲା ମେଡିକାଲକୁ ପଠାଇ ଦିଆଯାଇଥିଲା । ନୂଆପଡାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି । ଗୁରୁତର ଥିବା ଫରେଷ୍ଟର ଗୋପାଳ ମହାନନ୍ଦ ଓ ଫରେଷ୍ଟ ଗାର୍ଡ ଶଶିଧର ଟାଣିଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପ୍ରୋଟେକସନ୍ ଗାର୍ଡ ସାଗର ଠେଲାଙ୍କୁ ନୂଆପଡା ମେଡିକାଲରେ ଚିକିତ୍ସା କରାଯାଉଛି । 

ସୁରକ୍ଷା ଦାବିରେ କୋମନା ମେଡିକାଲ ସାମନାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ କୋମନା ବିଡିଓ, କୋମନା ତହସିଲଦାର ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୢତ ହୋଇଛି । ତେବେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି ।

  • Reported by:
  • MAYADHAR SARAF