• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯେଉଁଠି ଦିନେ ଜମିରେ ଦୁବ କଅଁଳୁ ନଥୁଲା ଆଜି ସେଇଠି ଡାଳିମ୍ବ ଫଳିଛି । ଗୋଟିଏ କି ଦୁଇଟି ନୁହେଁ ବରଂ ଗଛସାରା ଭର୍ତ୍ତି ହୋଇଛି ଡାଳିମ୍ବ । ସ୍ଥିତି ଏମିତି ହେଲାଣି ଡାଳ ଭାଙ୍ଗିବା ଉପରେ । ପ୍ରଥମେ ପରୀକ୍ଷାମୂଳକ ଭାବେ କରାଯାଇ ଥିବା ଡାଳିମ୍ବ ଚାଷ ଏବେ ନୂଆପଡାର ଚାଷୀଙ୍କୁ ନୂଆ ଆଶା ଦେଖାଇଛି । ଡାଳିମ୍ବ ଚାଷ କରି ଏବେ ସ୍ୱାବଲମ୍ବୀ ଚାଷୀ ।

କେହି କେବେ ଭାବିନଥିଲେ, କଳ୍ପନା ବି କରିନଥିଲେ । କାରଣ ପଥୁରିଆ ଭୂଇଁରେ ଦୁବ କଅଁଳିବା କଷ୍ଟସାଧ୍ୟ ଥିଲା । ସେହି ମାଟିରେ ପୁଣି ଡାଳିମ୍ବ ଏତେ ମାତ୍ରାରେ ଫଳିବ ବୋଲି ଆଶା କିଏ ବା କାହିଁକି କରିବ? କିନ୍ତୁ ଚାଷୀଙ୍କ ଭାବନାର ଅନ୍ତ ହେଲା, ନୂଆପଡାରେ ବି ଡାଳିମ୍ବ ଚାଷ ହେଲା । ଆଖି ସାମ୍ନାରେ ସୁନାର ଫସଲ ଦେଖିବା ପରେ ଏବେ ବେଶ୍ ଖୁସି ଅଛନ୍ତି ଚାଷୀ । ଆଉ ମନେ ମନେ ଚିନ୍ତା କରିଛନ୍ତି ଅଧିକ ଡାଳିମ୍ବ ଚାଷ କରିବେ ଭଲ ଦୁଇ ପଇସା ରୋଜଗାର କରିବେ ।

ଏବେ ନୁହେଁ ବରଂ ଗତ ୩ ବର୍ଷ ତଳେ ଜିଲ୍ଲାର ବୋଲଧା ଗାଁର ଚାଷୀମାନେ ଡାଳିମ୍ବ ଚାଷ କରିବାକୁ ସ୍ଥିର କରିଥିଲେ । ଖାଲି ସ୍ଥିର କରିଥିଲେ ତାହା ନୁହେଁ ବରଂ ବୋଡେନ ବ୍ଲକରେ ଥିବା ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରିଥିଲେ । ପରେ ଚାଷ କରିବାକୁ ଆଗ୍ରହୀ ଥିବା ଚାଷୀଙ୍କୁ ଚାରା ଯୋଗାଇ ଦିଆଯାଇଥିଲା, ବୈଷୟିକ ସହାୟତା ବି ମିଳିଥିଲା । ବାସ୍‌ ମନପ୍ରାଣ ଏକ କରି ନିଜ କ୍ଷେତରେ କଲେ ଡାଳିମ୍ବ ଚାଷ ...ଏବେ ଗୋଟିଏ ଗୋଟିଏ ଗଛରେ ପାଖାପାଖି ୮୦ରୁ୧୦୦ ଫଳ ଆସିଛି । ତେଣୁ ଚାଷୀ ଭାଇ ଆଶା ରଖିଛି ଗଛ ପ୍ରତି ୧୫୦୦ ଟଙ୍କାରୁ ଅଧିକ ମିଳିବ ।

ଡାଳିମ୍ବ ଚାଷ ହେଉଥିବା ଜାଣିବା ପରେ କ୍ଷେତରୁ ବି ଅନେକ କିଣିନେଉଛନ୍ତି ଫଳ । ତେଣୁ ଆଗାମୀ ଦିନରେ ଅଧିକ ପ୍ରୋତ୍ସାହନ ମିଳିବା ସହିତ ଉପଯୁକ୍ତ ବଜାର ବ୍ୟବସ୍ଥା କଲେ ଲାଭବାନ୍‌ ହେବାର ଆଶା ରଖିଛନ୍ତି ଡାଳିମ୍ବ ଚାଷୀ ।

 


 

  • Reported by:
  • MAYADHAR SARAF