• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଶ୍ରାବଣ ମାସରେ ବି ଗଛ ସାରା ବୋଝେଇ ହୋଇଛି ଆମ୍ବ ବଉଳ । କୋଉ ଗଛରେ ବଉଳ ହୋଇଛି ତ ଆଉ କୋଉଠି କସି ଗୁଡାକ ପେନ୍ଥା ପେନ୍ଥା ହୋଇ ଝୁଲିରହୁଛି ।  ଶ୍ରାବଣରେ ବଉଳ କେମିତି ହେବ ? ଶୀତ ଦିନରେ ସିନା ଆମ୍ବ ଗଛରେ ବଉଳ ହୁଏ ଖରା ଦିନରେ ଫଳ ଧରେ...କିନ୍ତୁ ଏବେ ଗଛରେ ଆମ୍ବ କେମିତି ଫଳିଲା ? ଏବେ ନୁହେଁ ବରଂ ବର୍ଷକ ୧୨ ମାସ ଫଳୁଛି ଫଳ । 

ନୂଆପଡାରେ ଏମିତି ଆମ୍ବ ଗଛ ଅଛି ଯେଉଁଠି ବର୍ଷସାରା ଫଳେ ଆମ୍ବ । ପ୍ରତିବର୍ଷ ଥରେ ନୁହେଁ ବରଂ ୧୨ ମାସରେ ୩ ଥର ଗଛରେ ବଉଳ ଆସୁଛି, ଆମ୍ବ ବି ଫଳୁଛି । ଆଉ ଲୋକେ ବର୍ଷ ସାରା ଖାଉଛନ୍ତି ଗଛର ଆମ୍ବ । ଏମିତି ଆଶ୍ଚର୍ଯ୍ୟଜନକ ଆମ୍ବ ଗଛ ଅଛି ନୂଆପଡା ବୋଡେନ ବ୍ଲକ ରୁନିବସା ଗାଁରେ । ରୁନିବସା ଗାଁର ଶିଶିର ପଣ୍ଡା ହେଉଛନ୍ତି ଜଣେ ଚାଷୀ । ଆଉ ନିଜ କ୍ଷେତରେ ଲଗାଇଥିବା ଆମ୍ବ ଗଛରେ ଏବେ ବର୍ଷସାରା ଫଳୁଛି ଫଳ ।

ଶିଶିରଙ୍କ କ୍ଷେତରେ ଏକ ଦେଶୀ କିସମର ଆମ୍ବ ଗଛ ଅଛି । ଯେଉଁଥିରେ ବର୍ଷକ ୧୨ ମାସ ଭରପୁର ଫଳୁଛି ଆମ୍ବ । ପ୍ରଥମେ ଫଗୁଣ ମାସରେ ବଉଳ ଆସେ, ଜ୍ୟେଷ୍ଠରେ ପାଚେ । ପରେ ପୁଣି ଥରେ ଶ୍ରାବଣରେ ବଉଳ ଆସେ, ଦଶହରାରେ ଫଳେ । ପୁଣି ଦଶହରା ପରେ ବଉଳ ଆସେ ଏବଂ ପୌଷ ମାସରେ ଆମ୍ବ ଫଳେ । ଏବେ ଶ୍ରାବଣରେ ଅଦିନିଆ ଆମ୍ବ ବଉଳ ଦେଖିବା ପାଇଁ ଲୋକମାନେ ବି ବିଭିନ୍ନ ସ୍ଥାନରୁ ଆସୁଛନ୍ତି, ଆମ୍ବ ଖାଉଛନ୍ତି । କିନ୍ତୁ ଅଦିନିଆ ଆମ୍ବ ସାଧାରଣ ମାସର ଆମ୍ବଠାରୁ ଖଟା ଲାଗୁ ଥିବା ଲୋକେ କହୁଛନ୍ତି ।

ଅନେକ ସମୟରେ ଆମେମାନେ ୧୨ ମାସିଆ ପିଜୁଳି ସହ ୧୨ ମାସିଆ କୋଳି ଖାଇଛନ୍ତି । କିନ୍ତୁ ୧୨ ମାସିଆ ଆମ୍ବ ପୂର୍ବରୁ ଜିଲ୍ଲାରେ ଦେଖାଯାଉନଥିବା କହିବା ସହିତ ଆମ୍ବ ଖଟା ଲାଗୁଥିଲେ ବି ସ୍ୱାଦ ଅଛି ବୋଲି କିଛି ଲୋକ କହିଛନ୍ତି । ଦର୍ଶକବନ୍ଧୁ ୧୨ମାସ ଯାକ ଆମ୍ବ ଫଳୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରଥମେ ଚର୍ଚ୍ଚା ଚାଲିଥିଲା ହେଲେ ଏବେ ପୂରା ଜିଲ୍ଲାସାରା ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

  • Reported by:
  • MAYADHAR SARAF