/odishatv-khabar/media/post_attachments/uploadimage/library/16_9/16_9_0/s_1689651215.jpg)
Heavy To Very Heavy Rainfall Alert To 4 Districts Of Odisha
ବର୍ତ୍ତମାନର ଲଘୁଚାପ ଦୁର୍ବଳ ନହେଉଣୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ୧୯ ତାରିଖରୁ ୨୨ ଯାଏ କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତକାଲିର ଘୂର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ ଝଡ଼ଖଣ୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କେତକ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଲାଗି ରହିଛି।
ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ଏବେ ବି ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି।
ଜୁନ୍ ପହିଲାରୁ ୨୦% କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଭାବେ ୩୮୨.୮ ମି.ମି. ବର୍ଷା ହେବା କଥା। କିନ୍ତୁ ବର୍ଷା ହୋଇଛି ୩୦୭. ୮ ମି.ମି. । ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ଅଧିକ ବର୍ଷା ହୋଇଥିବା ବେଳେ କଳାହାଣ୍ଡିରେ ସବୁଠୁ କମ୍ ବର୍ଷା ହୋଇଛି। ବିନିକାରେ ସବୁଠୁ ଅଧିକ ୧୬୫.୨ ମିଲିମିଟର ବର୍ଷା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)