• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସାମ୍ନାକୁ ଆସିଲା ଏକ ରାକ୍ଷସ ସ୍ୱାମୀର କାହାଣୀ । ପ୍ରେମ କରି ବିବାହ କରିଥିଲା ହେଲେ ପରେ ହତ୍ୟା କରିଦେଲା । ସେହି ହତ୍ୟା ଏତେ ନିର୍ମମ ଯେ, ଜଣେ ସୁସ୍ଥ ମସ୍ତିଷ୍କ ଲୋକ ଏହା କେବେ ଭାବି ପାରିବ ନାହିଁ । ଏମିତିକି ପତ୍ନୀର ମୃତ୍ୟୁ ଖବର ବି ସାମ୍ନାକୁ ଆସିଲାନି । ପ୍ରାୟ ଏକ ବର୍ଷ ପରେ ଜଣାପଡ଼ିଲା ପତ୍ନୀଙ୍କ ମୃତ୍ୟୁ କଥା ।  ଆଉ ତାହା ପୁଣି ପରିବାର ଲୋକଙ୍କ ସନ୍ଦେହ ହେବା ପରେ । 

ଯେତେବେଳେ ଉକ୍ତ ଯୁବକ ଆଉ ଜଣେ ମହିଳାଙ୍କୁ ବିବାହ କରି ରହିଲେ । ସେତେବେଳେ ପ୍ରଥମ ପତ୍ନୀଙ୍କ ପରିବାର ଲୋକଙ୍କ ମନରେ ଉପୁଜିଲା ସନ୍ଦେହ ।ପଚାରିଲେ ଆମ ଝିଅ କାଇଁ ? ହେଲେ ଯୁବକଙ୍କଠାରୁ ମିଳିନଥିଲା ସନ୍ତୋଷଜନକ ଉତ୍ତର । ପରିବାର ଲୋକଙ୍କର ବଢ଼ିଥିଲା ସନ୍ଦେହ । ଆଉ ତାପରେ ଝିଅକୁ ପାଇବା ପାଇଁ ହୋଇଥିଲେ ପୋଲିସର ଦ୍ୱାରସ୍ଥ । ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ପୋଲିସ ଧରି ଆଣିଥିଲା ସ୍ୱାମୀକୁ । ହେଲେ ପ୍ରଥମେ ପ୍ରଥମେ କିଛି ଉତ୍ତର ଦେଇନଥିଲା ସ୍ୱାମୀ । କିନ୍ତୁ ବାରମ୍ବାର ପୋଲିସର ପଚରାଉଚରା ପରେ ଶେଷରେ ସ୍ୱୀକାର କରିଥିଲା ଯେ, ସେ ତାକୁ ହତ୍ୟା କରିଛି । ଆଉ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛି ।

ଖାଲି ସେତିକି ନୁହେଁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ସହ ତାଙ୍କର ହାଡ଼ ଓ ଚୁଡ଼ି ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛି । ଜୁଡ଼ିଆ ଘାଟିରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଜବତ କରିଛି ମୃତ ମହିଳାଙ୍କ ହାଡ଼ ଓ ଚୁଡ଼ି । ଅଭିଯୁକ୍ତ ଚକ୍ରଧର କ୍ରୋଧରେ ସ୍ତ୍ରୀକୁ ହତ୍ୟା କରି ଫିଙ୍ଗିଦେଇଥିବା ସ୍ୱୀକାର ମଧ୍ୟ କରିଛି । 

ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ । ମିଳିଥିବା ସୂୂଚନା ଅନୁଯାୟୀ, ଉପର କାଦକଳା ଗାଁର ଚକ୍ରଧର ଘଣା, ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟେ ଭିନ୍ନ ଜାତିର ହୋଇଥିବାରୁ ଘର ଛାଡ଼ି ବିବାହ କରିବା ସହ ବାହାରେ ରହୁଥିଲେ । ଗତ ଜୁଲାଇରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ ସମ୍ପର୍କରେ କୌଣସି ପତ୍ତା ନମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ଅନୁଯାୟୀ, ପ୍ରେମ ବିବାହ ପରେ ଦୁହେଁ ପରିବାରଠାରୁ ଅଲଗା ହୋଇ ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହୁଥିଲେ । ହେଲେ, ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା ।