• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଇଡ଼ା(ସୁନୀଲ ପଣ୍ଡା) : ଅବହେଳିତ ଖଣି ଅଞ୍ଚଳବାସୀ । ଟଙ୍କା ଆସୁଛି ସତ କାମରେ ଲାଗୁନି । ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳ କୋଇଡା ବ୍ଳକ । ରାଜ୍ୟ ରାଜକୋଷକୁ ବର୍ଷକୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିବା କୋଇଡା ଖଣି ଅଞ୍ଚଳ ଆଜି ବି ସବୁ କ୍ଷେତ୍ରରେ ଅବହେଳିତ । ୧୫ ଗୋଟି ପଞ୍ଚାୟତକୁ ନେଇ ଗଠିତ କୋଇଡା ବ୍ଲକରେ ରହିଚି ୨୫ ରୁ ଅଧିକ ଲୌହ ଏବଂ ବକ୍ସସାଇଟ ଖଣି । ଏହି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଜିଲ୍ଲାରେ ନିର୍ମାଣ ହୋଇଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ) । ହେଲେ ବିଡ଼ମ୍ବନାର ବିଷୟ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ହେବା ବଦଳରେ ଦିନକୁ ଦିନ ବିନାଶ ହେଉଥିବା ଅଭିଯୋଗ ହୋଇଛି ।

ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ଆଜିବି କୋଇଡା ବ୍ଲକ ଅନେକ ପଛରେ । ତିନି ଦସନ୍ଧି ଧରି ଗମନାଗମନ କ୍ଷେତ୍ରରେ ଆଜିବି କୋଇଡ଼ା ଅନେକ ପଛରେ । କୋଇଡାରୁ ରଜାମୁଣ୍ଡା ଓ ଲହୁଣୀପଡା ରାସ୍ତା ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି । ଠିକ ସେହିପରି କୋଇଡା ବଜାରରେ ଜାମକୁ ଆଖି ଆଗରେ ରଖି ନିର୍ମାଣ ହେଉଥିବା କୋଇଡା ବାଇପାସ ରୋଡ଼ କାର୍ଯ୍ୟ ମଧ୍ୟ ସରୁନି । କୋଇଡା ମୁଖ୍ୟ ରାସ୍ତାରେବଡ଼ ବଡ଼ ଗର୍ତ୍ତ ଓ ବେପରୁଆ ରାସ୍ତା କାମ ଆଜିବି କୋଇଡା ବାସୀଙ୍କ ପାଇଁ ବିପଦ ପୂର୍ଣ୍ଣ ହୋଇ ରହିଚି। କୋଇଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିବି ଜଣେ ଡ଼ାକ୍ତରରେ ଚାଲିଚି ସ୍ଵାସ୍ଥ୍ୟ ସେବା ।

ଏମିତିକି ଶବ ବିବେଚ୍ଛେଦ ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ଡାକ୍ତର ଅଭାବରୁ ଏଠାକାର ଲୋକଙ୍କୁ ଲହୁଣୀପଡା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି । କେତେବେଳେ କୋଉଡ ରାସ୍ତାରେ ଗର୍ଭବତୀଙ୍କୁ ନେବା ଆଣିବାରେ ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଅଟକି ରହୁଚି ତ କେଉଁଠି ଆମ୍ବୁଲାନ୍ସ ରୋଗୀ ପାଖରେ ପହଁଚି ନପାରି ରାସ୍ତାରେ ଅଟକି ରହୁଚି । ଏପଟେ ଶିକ୍ଷା କ୍ଷେତ୍ରରେ କୋଇଡା ଆଜି ବି ବହୁତ ପଛରେ ।

କୋଇଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଦେଖିଲେ ତାହା ଅନୁମେୟ କରି ହେବ । ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ମୁତାବକ ଶିକ୍ଷକ ନରହିବା ଏବଂ ପିଲାମାନେ ଶିକ୍ଷା ଠାରୁ ଦୂରେଇ ପୂର୍ବ ଦିନରେ କାନ୍ଧରେ ମଦ ବ୍ୟାଗ ବୋହିବା ଚିତ୍ର ବୟାନ କରେ । ଏମିତିକି ଅନେକ ସ୍ଥାନରେ ବିଦ୍ୟାଳୟ ଦୂରରେ ଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଠାରୁ ଦୂରେଇ ଯାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଚି । ଏ ସବୁ ଚିତ୍ରକୁ ଦେଖିଲେ ଡିଏମ୍ଏଫ ଫଣ୍ଡ କାହା ସ୍ଵାର୍ଥରେ ବୋଲି ଅଞ୍ଚଳବାସୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।