• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ପିଲାଙ୍କୁ ନୁହେଁ । ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି । ଜଣେ ବୃଦ୍ଧାଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ପୁରା ଅଞ୍ଚଳରେ ପ୍ରଶଂସା କରାଯାଉଛି । ନିଜର ମୃତ୍ୟୁ ପୂର୍ବରୁ ପରିବାର ଲୋକ ଥାଉ ଥାଉ ନିଜର ସର୍ବସ୍ୱ ଦାନ କରିଦେଲେ ମନ୍ଦିର ଟ୍ରଷ୍ଟକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।

କେନ୍ଦୁଝର ଜିଲ୍ଲା ଚମ୍ପୁଆର ଗାୟତ୍ରୀ ଶକ୍ତିପୀଠର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ରଙ୍କର ଗତ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ ଚମ୍ପୁଆ ଅଞ୍ଚଳର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ସ୍ୱର୍ଗତ ହୃଦାନନ୍ଦ ମିଶ୍ରଙ୍କ ଧର୍ମପତ୍ନୀ । ହୃଦାନନ୍ଦଙ୍କ ଆକସ୍ମିକ ଭାବେ ବିୟୋଗ ହୋଇଥିଲା ।

ତେବେ କନକଲତା ମିଶ୍ର, ନିଜ ସ୍ୱାମୀ ଓ ପୁତ୍ରଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ପଡ଼ିଥିଲେ । ତେଣୁ ସେ ଘର ଛାଡ଼ି କିଛି ଦିନ ପାଇଁ ହରିଦ୍ୱାର ଚାଲିଯାଇଥିଲେ । ସେଠାରେ ହରିଦ୍ୱାର ସ୍ଥିତ ଗାୟତ୍ରୀ ପରିବାରର ଶରଣାପନ୍ନ ହୋଇଥିଲେ । ପରେ ହରିଦ୍ୱାରରୁ ଫେରି ଚମ୍ପୁଆରେ ଏହାର ଏକ ଶାଖା ସ୍ଥାପନ କରିଥିଲେ । ନିଜେ ନିଜର ସଞ୍ଚିତ ଅର୍ଥ ବିନିଯୋଗ କରି ଚମ୍ପୁଆରେ ଗାୟତ୍ରୀ ଶକ୍ତିପୀଠର ଏକ ଶାଖା ପ୍ରତିଷ୍ଠା କରିଥିଲେ ।

ଏମିତିକି ଏହାର ସଂପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଥିଲେ କନକଲତା । ସେହି ମନ୍ଦିର କିଭଳି ସମସ୍ତଙ୍କ କାମରେ ଆସିବ, ସମସ୍ତେ କିଭଳି ଏହି ମନ୍ଦିର ଦ୍ୱାରା ସାହାଯ୍ୟ ସହଯୋଗ ପାଇପାରିବେ ସେନେଇ ସବୁବେଳେ ଚେଷ୍ଟା କରି ଆସୁଥିଲେ । ଆଉ ସେହି ମନ୍ଦିରକୁ ଅତି ନିଜର ଭାବୁଥିଲେ । ଖାଲି ସେତିକି ନୁହେଁ ମୃତ୍ୟୁ ପୂର୍ବରୁ, ୬ଟି ଝିଅ ଥିବା ସତ୍ତ୍ୱେ ନିଜର ସମସ୍ତ ସମ୍ପତ୍ତିକୁ ସେହି ଗାୟତ୍ରୀ ମନ୍ଦିର ଟ୍ରଷ୍ଟ ନାଁରେ କରି ଦେଇଛନ୍ତି । ତାଙ୍କର ଏହି ମହତ କାମକୁ ନେଇ ପରିବାର ଠାରୁ ଆରମ୍ଭ କରି ଗାୟତ୍ରୀ ପରିବାର ଓ ଅଞ୍ଚଳବାସୀ ବହୁତ ଖୁସି ।