alchoholic police
ଖାକିରେ ଦାଗ । ଅପହରଣ ହୋଇଥିବା ନାବାଳିକା ଝିଅକୁ ଫେରାଇ ଆଣିବାକୁ ଲାଞ୍ଚମାଗିଲେ ପୋଲିସ୍ ବାବୁ । ଝିଅକୁ ଖୋଜିବାକୁ ବାପା ବିକଳ ହେଉଥିବା ବେଳେ ପୋଲିସ ଦାବି କରିଥିଲା ଟଙ୍କା ଓ ମାଛ । ଝିଅ ପାଇଁ ୫ ହଜାର ଟଙ୍କା ସହ ୨ କେଜି ମାଛ ନେଇଥିବା ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା କାଠକଟା ପଞ୍ଚାୟରେ ।
ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ପୁରୁଣାଘାଟି ଗ୍ରାମର ରାଜୁ ପାତ୍ର ସଂପୃକ୍ତ ନାବାଳିକାକୁ ଅପହରଣ କରି ନେଇଥିଲେ । ଅଭିଯୋଗ ପାଇ ପୋଲିସ ପୁରୁଣା ଘାଟିଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଥାନାର ଏସଆଇ ମଲ୍ଲିକ ବାବୁ ନାବାଳିକାଙ୍କ ପରିବାର ଲୋକଙ୍କୁ ୫ ହଜାର ଟଙ୍କା ଦେଲେ ୨ ଦିନ ମଧ୍ୟରେ ପୁଅଝିଅଙ୍କୁ ଫେରାଇ ଆଣିବା ପାଇଁ କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏହି କ୍ରମରେ ଗତକାଲି ମଲ୍ଲିକ ବାବୁ ୨କେଜି ମାଛ ନେଇଥିବା ମଧ୍ୟ ପରିବାର ଲୋକେ କରିଛନ୍ତି । ଅନ୍ୟ ପକ୍ଷରେ ଝିଅକୁ ଉଦ୍ଧାର କରାଯାଇଛି ଏବଂ ମାଛ ଟଙ୍କା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ କହିଛନ୍ତି ।
ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)