• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦୁଝର (ପ୍ରଣୟ କୁମାର ପାଣି): ମା’ ତାରିଣୀ ମନ୍ଦିରରକୁ ଦାନ ସୂତ୍ରରେ ମିଳିଛି ୮୦ ଲକ୍ଷର ଖୁଚୁରା ଟଙ୍କା । ଯାହା ଏବେ ବ୍ୟାଙ୍କରେ ଜମା ହୋଇ ପଡିରହିଛି । ବ୍ୟାଙ୍କରେ ଏତେ ପରିମାଣରେ ଖୁଚୁରା ଜମା ହୋଇଛି ଯେ ଆଗାମୀ ଦିନରେ ଆଉ ଖୁଚୁରା ଟଙ୍କା ନ ଦେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମାତାରିଣୀ ପୀଠର ଟ୍ରଷ୍ଟକୁ ଚିଠି ଲେଖିଛନ୍ତି ।

ଘଟଗାଁର ମା ତାରିଣୀଙ୍କ ମନ୍ଦିରକୁ ଭକ୍ତମାନେ ସବୁଦିନ କିଛି ନା କିଛି ଦାନ ଦେଇଥାନ୍ତି । ଧିରେ ଧିରେ ଖୁଚୁରା ଟଙ୍କା ଗଚ୍ଛିତ ହୋଇ ସେଗୁଡିକର ଆନୁମାନିକ ମୂଲ୍ୟ ମୋଟ ୮୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଦାନରେ ମିଳିଥିବା ୮୦ ଲକ୍ଷ ଟଙ୍କାର କଏନ୍ ଏବେ ବ୍ୟାଙ୍କରେ ଜମା ହୋଇ ପଡି ରହିଛି । ଭକ୍ତମାନେ ମନ୍ଦିରକୁ ଦାନ କରୁଥିବା ଏହି ଟଙ୍କା ବ୍ୟାଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ବ୍ୟାଙ୍କରେ ଏତେ ପରିମାଣର ଖୁଚୁରା ପଇସା ଗଚ୍ଛିତ ଥିବାରୁ ଆଗକୁ ଆଉ ଖୁଚୁରା ପଇସା ନ ନେବାକୁ ମା ତାରିଣୀ ଠାକୁରାଣୀ ଟ୍ରଷ୍ଟକୁ ବ୍ୟାଙ୍କ ପକ୍ଷରୁ ଏକ ଚିଠି ପଠାଯାଇଛି ।

ସୂଚନା ଅନୁସାରେ,କେନ୍ଦୁଝର ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଘଟଗାଁର ମା ତାରିଣୀଙ୍କ ମନ୍ଦିରକୁ ଭକ୍ତମାନେ ନିଜ ମନୋବାଞ୍ଛା ପୂରଣ ପାଇଁ ପ୍ରତିଦିନ ନଡିଆ ପଠାଇଥାନ୍ତି । ନଡିଆ ସହିତ ସେମାନେ କିଛି ନା କିଛି ଟଙ୍କା ମଧ୍ୟ ଦେଇଥାନ୍ତି । ଏହାସହ ମାତାରିଣୀଙ୍କ ମନ୍ଦିର ହୁଣ୍ଡିରେ ମଧ୍ୟ ଭକ୍ତମାନେ କିଛି ନା କିଛି ଟଙ୍କା ଦାନ ଦେଇଥାନ୍ତି । ବିଭିନ୍ନ ପ୍ରକାର ଦାନ ଦ୍ୱାରା ମନ୍ଦିରରେ ଏହି ଖୁଚୁରା ମୁଦ୍ରାର ପରିମାଣ ବଢିଛି । ହୁଣ୍ଡିକୁ ଛାଡ଼ି ପ୍ରତିଦିନ ଭକ୍ତମାନଙ୍କ ଦ୍ୱାରା କେବଳ ନଡ଼ିଆ ସହ ପ୍ରାୟ ୧0  ହଜାର ଟଙ୍କାର କଏନ୍‌ ମନ୍ଦିରକୁ ଆସିଥାଏ । ଯାହା ରହି ରହି ମାସକୁ ମୋଟ ଲକ୍ଷାଧିକ ଟଙ୍କାରେ ପରିଣତ ହୋଇଥାଏ ।

ସେହିପରି ଭାବରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଘଟଗାଁ ଶାଖାରେ ପ୍ରାୟ ୫୩ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଅଫ୍ ଇଣ୍ଡିଆର ଘଟଗାଁ ଶାଖାରେ ପ୍ରାୟ ୨୭ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୫୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇ ରହିଛି । କେବଳ ଏତିକି ନୁହେଁ ଦିନକୁ ଦିନ ମନ୍ଦିର କାର୍ଯ୍ୟାଳୟରେ କଏନ୍‌ର ପରିମାଣ ବୃଦ୍ଧି ପାଉଛି । ତେଣୁ ଏତେ ପରିମାଣର କଏନ୍ ଏବେ ବ୍ୟାଙ୍କ ନେବା ପାଇଁ ଅରାଜି ହେଉଛି । ଶେଷରେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମନ୍ଦିର ପ୍ରଶାସନକୁ ଏକ ଚିଠି ଲେଖିଛି । ଯେଉଁଥିରେ ଲେଖାଯାଇଛି ଯେ,ବ୍ୟାଙ୍କକୁ ଏତେ ପରିମାଣରେ କଏନ୍‌ ଦିଅନ୍ତୁ ନାହିଁ ।

ବ୍ୟାଙ୍କର ଚିଠି ପାଇ ଏବ ମନ୍ଦିର ପ୍ରଶାସନର ଚିନ୍ତା ବଢିଯାଇଛି । ଗତ କାଲି ଯାଏ ହୁଣ୍ଡିରୁ ବାହାରିଥିବା କଏନକୁ ବ୍ୟାଙ୍କ ଗ୍ରହଣ କରିଛି କିନ୍ତୁ ଆଗାମୀ ଦିନରେ ବ୍ୟାଙ୍କ ଆଉ ଖୁଚୁରା ଟଙ୍କା ନେବ ନାହିଁ ଜାଣି ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗ ସହ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛି । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ବ୍ୟାଙ୍କ ଚାହିଁବ ତେବେ ଏହି ସମସ୍ୟାର ସମାଧାନ ହୋଇପାରିବ ।