• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନ ପରେ ଦିନ ଗଡ଼ୁଛି, କିନ୍ତୁ କିସ୍ତି ଟଙ୍କା ମିଳୁନି । ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି ହିତାଧିକାରୀ । ପ୍ରଶାସନିକ ଅବହେଳାର ଶିକାର ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆବାସ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ। କେହି କେହି ଘର କାମ ଶେଷ କରି ବିଲ୍ ପାଉନଥିବା ବେଳେ ଆଉ କେହି ଏନ୍ଆରଜିଏସ ପଇସା ପାଉ ନାହାଁନ୍ତି ।  

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଭଣ୍ଡାରିଡିହା ପଞ୍ଚାୟତ ପଦନପୁର ଗାଁ । ଏଠାକାର ଅଧିକାଂଶ ଲୋକ ଦିନ ମଜୁରିଆ ଅଟନ୍ତି । ଘସିପୁରା ବ୍ଲକ ପକ୍ଷରୁ ଗ୍ରାମର କେତେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀମାନେ ଘର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ସରକାରଙ୍କ ନିୟମ ଅନୁସାରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ଅର୍ଥ ହିତାଧିକାରୀ ମାନେ ପାଇଗଲେ । ହେଲେ ଶେଷ ବିଲ ଏବଂ ବୋନସ ଟଙ୍କା ଦେବାରେ ବର୍ତ୍ତମାନ ମିଳିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ହଇରାଣ କରୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଶେଷ ବିଲ ଏବଂ ଏନ୍ଆରଜିଏସ ପଇସା ପାଇନଥିବାରୁ ଅଧିକାଂଶ ହିତାଧିକାରୀ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଫଳରେ ସେହି ଭଙ୍ଗା ଦଦରା ଘରେ ନିଜ ପରିବାରକୁ ନେଇ ଦିନ କାଟୁଛନ୍ତି । ବିଲ ପାଇଁ କହିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ହାତଗୁଞ୍ଜା ମାଗୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ।

ଆଉ କେତେ ଜଣ ହିତାଧିକାରୀଙ୍କ ଏନ୍ଆରଜିଏସ ପଇସା ପଞ୍ଚାୟତ କର୍ତ୍ତୃପକ୍ଷ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ବିଧିବଦ୍ଧ ତଦନ୍ତ କରି ଯଥାଶୀଘ୍ର ହିତାଧିକାରୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯିବ ବୋଲି ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର କହିଛନ୍ତି ।

ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ