• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁକ୍ରେନ୍‌ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି ।

ୟୁକ୍ରେନରେ ଭୟଙ୍କର ଯୁଦ୍ଧ ଭିତରେ କେତେବେଳେ ଶୁଭଲଷ୍ମୀଙ୍କୁ ବଙ୍କର ତ ଆଉ କେତେବେଳେ ମେଟ୍ରୋ ଷ୍ଟେସନରେ ରହିବାକୁ ପଡୁଥିଲା ।

ସୂଚନା ଅନୁସାରେ, ୟୁକ୍ରେନ ସୀମାନ୍ତ ହଙ୍ଗେରୀରେ ପହଞ୍ଚିବାକୁ ସେ ଦୀର୍ଘ ୧୨ କିଲୋମିଟର ଚାଲି ଚାଲି ଯାଇଥିଲେ । ହଙ୍ଗେରୀ ପହଞ୍ଚିବା ପରେ ଭାରତୀୟ ଦୂତାବାସ ସହାୟତାରେ ସେ ପ୍ରଥମେ ଦିଲ୍ଲୀ ପହଞ୍ଚିଥିଲେ । ସେଠାରେ ଓଡ଼ିଶା ଭବନ ଅଧିକାରୀଙ୍କ ସହାୟତାରେ ଭୁବନେଶ୍ୱର ଏବଂ ତା ପରେ ନିଜ ଗାଁ ଅଳତିରେ ପହଞ୍ଚିଛନ୍ତି ।

ସେହିପରି ୟୁକ୍ରେନରୁ ଆଉ ୨୪୨ ଭାରତୀୟ ସ୍ୱଦେଶ ଫେରିଲେ । ସେମାନେ ପୋଲାଣ୍ଡ ରାସ୍ତା ଦେଇ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ ବୋଲି ସୂଚନା ମିଳିଛି । 

ଝିଅକୁ ପାଇବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ ।

ସେହିପରି, ୟୁକ୍ରେନର ଖାରକିଭ୍‌ରେ ଡାକ୍ତରୀ ପଢୁଥିବା ପୁରୀର ଚନ୍ଦ୍ରିକା ମିଶ୍ର ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଯୁଦ୍ଧ ଭୂମିରୁ ଜୀବନ ବଞ୍ଚାଇ ଆସିଥିବା ଚନ୍ଦ୍ରିକାଙ୍କୁ ପାଇ ପରିବାର ଲୋକେ ଖୁବ୍ ଖୁସି ହୋଇଛନ୍ତି ।

ଅନ୍ୟପକ୍ଷେ,ଋୁଷ-ୟୁକ୍ରେନ୍ ମଧ୍ୟର ଘମାଘୋଟ ଯୁଦ୍ଧ ମଧ୍ୟରେ ସମାଧାନର ବାଟ ଫିଟି ପାରୁନି । ଅସ୍ତ୍ରବିରତି ଏବଂ ଆଲୋଚନା ସତ୍ତ୍ୱେ ଦୁଇ ଦେଶ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି । ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ୁଛି । ବିବାଦର ସମାଧାନ ଲାଗି ଗତକାଲି ପ୍ରଥମଥର ପାଇଁ ତୁର୍କୀରେ ୟୁକ୍ରେନ୍ ଓ ଋଷର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟିଛନ୍ତି ।