ଆଉ ମାତ୍ର ଦେଢରୁ ୨ ବର୍ଷ... ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି
ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର ।
ସେନାରେ ଚାକିରି କରିଥିଲେ ବାପ-ପୁଅ । ଘରକୁ ଆସିଲା ବେଳକୁ ପୁଅ ଚାଲିଗଲା...ଶବ ଦାହ କରିବାକୁ ବଡ଼ ଅସୁବିଧା ହେଲା । ମଲା ପୁଅ ପାଖରେ ବାପା ଶପଥ କରିଥିଲେ...ପେନସନ୍ ଟଙ୍କାରେ ଶ୍ମଶାନ କରିବି, ସବୁ ସୁବିଧା କରିବି । ଏବେ ସକାଳ, ସଂଜରେ ପୁଅ ଦାହ ଜାଗାରେ ବସି ଗୁମୁରି କାନ୍ଦୁଛି ବାପା
ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..
ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍ କରୁଛନ୍ତି ଗାଁ ଲୋକେ।
ସହରରେ କୌଣସି ପାର୍କିଂ ବ୍ୟବସ୍ଥା ହୋଇନଥିବାରୁ ରାସ୍ତା ଉପରେ ଗ୍ରାହକ ଗାଡି ପାର୍କିଂ କରୁଥିବା ଦେଖାଯାଉଥିବା ବେଳେ ବିଭିନ୍ନ ଘରୋଇ ଚାରିଚକିଆ ଯାନ ଅସ୍ଥାୟି ଷ୍ଟାଣ୍ଡ କରୁଥିବ କାରଣରୁ ନାନା ସମୟରେ ଟ୍ରାଫିକ ସମସ୍ୟା ଜନ ସାଧାରଣଙ୍କୁ ହନ୍ତସନ୍ତ କରୁଛି ।
କୋହ ଆଉ ଲୁହ ଭିତରେ ନିଜକୁ ସମ୍ଭାଳିବା ସହ ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ଇଚ୍ଛା ରଖିଲେ ବାପା
ହାଇୱେ ପାଖ ଗହଣା ଦୋକାନ ଓ ବ୍ୟାଙ୍କ ଲଟପାଟକୁ ନେଇ ବଢ଼ିଲା ଚିନ୍ତା
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .
କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ
ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।
ଏ ଗାଁକୁ ନମନ୍ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ
ଏ ସରକାରକୁ ଟିକେ ଲଜ୍ଜା ନାହିଁ । ୬୦ ବର୍ଷ ହେଲା ପହଞ୍ଚୁନି ମୌଳିକ ସୁବିଧା...ଘରେ ଚାଉଳ ସରିଗଲେ ପାଣି ପିଇ ଶୋଉଛନ୍ତି ଲୋକେ।
କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?
କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ ।
ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି ଦିଅଁ ଦର୍ଶନ ନୁହେଁ ବରଂ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
କଲେଜ ହଷ୍ଟେଲ ରୁମ୍ରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଫ୍ୟାନ୍ରେ ଝୁଲୁଥିବା ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଟିଣଛପର ଭଙ୍ଗା ଦଦରା ଘର । ସେଇଠି ଗୋଟିଏ କ’ଣରେ ଶୋଇ ରହୁଛନ୍ତି ଜଣେ ବୃଦ୍ଧା । ଘର ଭିତରର ଦୃଶ୍ୟ ଦେଖିବା ପରେ ବିଶ୍ୱାସ କରିପାରିବେନି ସେଇଠି ମଣିଷ ରହୁଛନ୍ତି ବୋଲି । ଯେଉଁଠି ସାଇକେଲ୍ ରହିଛି ସେଇଠି ରୋଷେଇ, ସେଇଠି ଲୁଗାପଟା ଆଉ ସେଇଠି ମଣିଷ ବି ଶୋଇଛି
ଯାଜପୁର ଏସ୍ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।