• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯାଜପୁର ସହରର ଆୟତନ ଯେତେ ବଢୁଛି, ଦୁର୍ଦ୍ଦଶା ବି ସେତିକି ବଢୁଛି । ପୁରାତନ ସହର ଯାଜପୁର ୧୫୪ ବର୍ଷର ପୈାରପାଳିକା । ଦିନକୁଦିନ ଜନସଂଖ୍ୟା ବଢୁଥିବାରୁ ରାସ୍ତା ଘାଟର ପ୍ରଶସ୍ତୀକରଣ କରାଯାଉଛି । ଜନସଂଖ୍ୟା ଓ ଯାନବାହାନ ସଂଖ୍ୟା ବଢୁଥିବାରୁ ଟ୍ରାଫିକ ସମସ୍ୟା ସୁଧୁରୁନି । ଜନ ଗହଳିପୂର୍ଣ୍ଣ ରାସ୍ତାରେ ଗାଈଗୋରୁ ଆଶ୍ରୟ କେନ୍ଦ୍ର କରିଥିବା ବେଳେ ଯେପରି ରାଜରାସ୍ତା ତାଙ୍କ ପାଇଁ ଅସ୍ଥାୟୀ ଗୁହାଳ ହୋଇପଡିଛି । ତାହାସହ ବିନା ଅନୁମତିରେ ବଡବଡ ହୋଡିଂ ଲଗାଯାଉଛି ।

ଖାଲି ସେତିକି ନୁହେଁ ବ୍ୟବସାୟିକ ଗୃହ ଗୁଡିକ ପ୍ଲାନିଂ ଅନୁସାରେ ହୋଇଛି କି ନାହିଁ ଜଣାପଡୁନାହିଁ । ସହରରେ କୌଣସି ପାର୍କିଂ ବ୍ୟବସ୍ଥା ହୋଇନଥିବାରୁ ରାସ୍ତା ଉପରେ ଗ୍ରାହକ ଗାଡି ପାର୍କିଂ କରୁଥିବା ଦେଖାଯାଉଥିବା ବେଳେ ବିଭିନ୍ନ ଘରୋଇ ଚାରିଚକିଆ ଯାନ ଅସ୍ଥାୟି ଷ୍ଟାଣ୍ଡ କରୁଥିବ କାରଣରୁ ନାନା ସମୟରେ ଟ୍ରାଫିକ ସମସ୍ୟା ଜନ ସାଧାରଣଙ୍କୁ ହନ୍ତସନ୍ତ କରୁଛି ।

ପୂରାତନ ପୌରପାଳିକାରେ ଟ୍ରାଫିକ ପୋଲିସ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇପାରିନି । ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସହରରେ ବେଆଇନ ଅବରୋଧ ବଢିବା ସହ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି । ସହରର ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଜିଲ୍ଲା ସଦର ମହକୁମା ସହ କୁସୁମା ପୁଷ୍କରିଣୀ ଓ ବିରଜା ମନ୍ଦିରକୁ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି ।

ଏପଟେ ମେଡିକାଲ କଲେଜ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଚିଂଛି । ଏଭଳି ସ୍ଥିତିରେ ସହର ଆହୁରି ଜନଗହଳି ପୁର୍ଣ୍ଣ ହେବ । ହେଲେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।  ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଏଥିପ୍ରତି ସଚେତନ ହୋଇ କେବେ ସହରବାସୀ ଓ ସହରକୁ ଆସୁଥିବା ଜନସାଧାରଣଙ୍କ ଲାଗି ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ।

 

  • Reported by:
  • Sanjeeb Nayak