• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jajpur

Padma Shri Nanda Sir
ପଞ୍ଚଭୂତରେ ବିଲୀନ ହେଲେ ନନ୍ଦ ସାର୍‌, ଜନ୍ମଭୂମିରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

18 Years On, Wait For Bridge Over Baitarani River In Jajpur Continues
ଯନ୍ତ୍ରଣା ଦେଉଛି ବାଉଁଶ ପୋଲ

ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ପୂର୍ବେ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ ।

Custodial Death
ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ହେବ ତଦନ୍ତ, ପୋଲିସ ମୁଣ୍ଡରେ ଝୁଲୁଛି ଖଣ୍ଡା

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।

Nanda Sir
ପଦ୍ମଶ୍ରୀ ନନ୍ଦ ସାରଙ୍କ ଉପରେ ମାନସିକ ଚାପ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି

ସକାଳେ ମୁଣ୍ଡ ବୁଲାଇ ତଳେ ପଡିଯିବା ପରେ ତାଙ୍କୁ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଇଞ୍ଜେକସନ ଓ ସାଲାଇନ୍ ଦେବା ପରେ ଉନ୍ନତି ନହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Padmashree nanda Sir
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । 

Child Porn in CBI Scanner
ଯୌନ ପିପାସୁଙ୍କ ମାୟା ଜାଲରେ ଶିଶୁ, ହ୍ୱାଟ୍‌ସଆପ୍‌ରେ ଚାଲିଛି ବେପାର

ଯୌନ ରାକ୍ଷସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍‌ରେ ।

OTV Impact
ଖବର ପ୍ରସାରଣ ପରେ....ସ୍କୁଲ ବାରଣ୍ଡାରୁ ଘରକୁ ଫେରିଲେ ବୁଢ଼ା ବାପା

ଓଟିଭିରେ ଖବର ପ୍ରସାରଣ ହେବା ପରେ ଚେତିଲେ ପୁଅ ଓ ବୋହୂ, ସ୍କୁଲ ପିଣ୍ଡାରୁ ଘରକୁ ଫେରାଇ ନେଲେ ବୁଢ଼ା ବାପାଙ୍କୁ

need help
ଦିନେ ହସାଉଥିଲେ, ଆଜି କାନ୍ଦୁଛନ୍ତି ! ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି ନୃତ୍ୟ କଳାକାର ଦୀପକ

ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ।

2 sisters driving bus
"ଆମେ ବି କୌଣସି କ୍ଷେତ୍ରରେ କମ ନାହୁଁ"

ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ସରକାର ବି ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କରିଛନ୍ତି, ଯାହା ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରୁଛି । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଉପସ୍ଥିତି ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦୁଇ ଭଉଣୀ ।

Jajpur
ବୁଢ଼ା ବାପାକୁ ପର କରିଦେଲା ଭେଣ୍ଡିଆ ପୁଅ

ଦିନେ ସ୍ୱପ୍ନ ଦେଖିଥିଲେ, ପୁଅ ଓ ବୋହୂ ମୋର ବୃଦ୍ଧ କାଳରେ ଯତ୍ନ ନେବେ ବୋଲି। କିନ୍ତୁ ଆଜି ସେମାନେ ବୁଢ଼ା ବାପାକୁ ପର କରିଦେଲେ

Nanda Sir
ଗାଁକୁ ଫେରିଲେ ପଦ୍ମଶ୍ରୀ ନନ୍ଦସାରଙ୍କୁ କରାଯିବ ଜୋରଦାର ସ୍ୱାଗତ

ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ନନ୍ଦ ସାରଙ୍କୁ କଲେ ସମ୍ମାନିତ, ଗାଁକୁ ଫେରୁଛନ୍ତି ନନ୍ଦ ସାର୍‌

jajpur
ଏଇଠି ଚୋରା ଗାଡ଼ିକୁ କଟର୍‌ରେ କଟାଯାଉଛି, ଯଦି ଆପଣଙ୍କ ଗାଡ଼ି....

ସହର ମଧ୍ୟରେ ଚାଲିଥିଲା ଚୋରା ଗାଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ପକାଉଥିଲେ କବାଡ଼ିଆ, ପୋଲିସ ପାଖରେ ଖବର ନଥିଲା...ଏବେ ଜଣାପଡ଼ିବା ପରେ ରେଡ୍‌ ମାରିଲା ଟାଉନ୍‌ ପୋଲିସ୍‌

Pihu Missing Case
ପିହୁ ନିଖୋଜକୁ ବିତିଲାଣି ୧୪ ମାସ, ଆଉ ଆଜି ତା’ର ଜନ୍ମଦିନ। ମାଆ କହିଲେ....

"ମୋ ଝିଅକୁ ନିଖୋଜ ହେବାର ୧୪ ମାସ ବିତିଲାଣି, କେବେ ଫେରିବ ମୋ ଝିଅ? ରାଜ୍ୟ ସରକାରଙ୍କୁ ଝିଅକୁ ଫେରାଇ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ପିହୁର ମାଆ"

Kali Puja
୯ ହାତ ଦେଉଳରେ ୧୮ ହାତ କାଳୀ : ଏହା କେମିତି ସମ୍ଭବ?

ଯାଜପୁରର ଏମିତି ଏକ କ୍ଷେତ୍ର ଯେଉଁଠାରେ ମାଆ କାଳୀଙ୍କୁ କରାଯାଏ ସ୍ୱତନ୍ତ୍ର ପୂଜା। ଗୋଟିଏ ସହରର ତିନୋଟି ସ୍ଥାନରେ ମାଆଙ୍କର ଆଦ୍ୟରୂପକୁ କରାଯାଉଛି ପୂଜା

Jajpur
ଆମେ ବି କାହାଠୁ କମ୍‌ ନୁହେଁ, ଭାରିଯାନ ଚଳାଇବା ପାଇଁ ଅଂଟା ଭିଡ଼ିଛନ୍ତି ଦୁଇ ଭଉଣୀ

ମହିଳା ମାନେ ପୁରୁଷଙ୍କ ଠାରୁ କିଛି ଗୁଣରେ କମ ନୁହଁନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଯାହା ଫଳରେ ଆଜିର ମହିଳା ଘରୁ ଗୋଡ କାଢ଼ି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟକରିବା ସହିତ ଆକାଶରେ ଉଡିପାରୁଛି । ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରି ଚକିଆ ଗାଡି ଚଳାଇ ଆସୁଥିଲେ ମହିଳା ।

Maa Biraja Temple
କାହିଁକି ‌ଖୋଲା ଯାଏ ନାହିଁ ବିରଜା ମନ୍ଦିରର ପଶ୍ଚିମ ଦ୍ୱାର ? ଜାଣନ୍ତୁ ଏହା ପଛର ମାଳିକା ଭବିଷ୍ୟବାଣୀ...

ମା’ ବିରଜାଙ୍କର ରହିଛି ଅନେକ ସ୍ୱତନ୍ତ୍ରତା। ମା’ଙ୍କ ମହିମାକୁ ନେଇ ରହିଛି ମାଳିକା ଭବିଷ୍ୟବାଣୀ। ବିଶ୍ୱାସ ରହିଛି, ମନ୍ଦିର ବେଢାର ପଶ୍ଚିମ ଦ୍ୱାର ଆଜି ପର୍ଯ୍ୟନ୍ତ କେବେବି ଖୋଲି ନାହିଁ। କାହିଁକି ଖୋଲେନି ଏହି ପଶ୍ଚିମ ଦ୍ୱାର ? କ’ଣ ଏହାର ବିଶେଷତ୍ୱ ? କ’ଣ ଏହି ଅଲୌକିକ କିମ୍ବଦନ୍ତୀ, ଜାଣନ୍ତୁ.... 

Mahastami
ସୁନା ମୁକୁଟ ଅଛି ଚାନ୍ଦି ମେଢ଼ ଅଛି, ହେଲେ ଦେଖିବାକୁ ଭକ୍ତ ନାହାନ୍ତି.. ପୁରା ଖାଁ ଖାଁ..

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହୋଇଛି । ଚଣ୍ଡିପାଠରେ ପରିବେଶ ଗୁଞ୍ଜରିତ ହୋଇଛି । ହେଲେ ସବୁ ବିନା ଭକ୍ତରେ । ସେପଟେ ଆଜି ବିଭିନ୍ନ ଶକ୍ତି ପୀଠରେ ପାଳିତ ହୋଇଛି ମହାନବମୀ । 

durga puja
ମିର୍ଜାପୁର ଗାଁର ନିଆରା ଦୁର୍ଗାପୂଜା : ରାସ୍ତାରେ ନୂଆ ଶାଢ଼ୀ ବିଛାଇ ମା’ଙ୍କୁ ସ୍ୱାଗତ କରନ୍ତି ଗ୍ରାମବାସୀ

ଧରାବତରଣ କରିଛନ୍ତି ମା ଦୁର୍ଗା । ଆଜି ପୂଜା ମଣ୍ଡପ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା ।

4 Awarded Life Imprisonment
ବଧୂହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ମାମଲାରେ ଯାଜପୁର ଜିଲ୍ଲା ଦୌରାଜଜ୍ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୋହୂକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

TRUCK DRIVER
ବାପା ଟ୍ରକ୍‌ ଚଲାଉଥିଲେ, ପୁଅ OAS ପାଇଲେ

ବାପା ଟ୍ରକ୍‌ ଡ୍ରାଇଭର, ପୁଅ ପାଇଲା ଓଏଏସ୍‌ ଚାକିରି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଚିତ୍ରୀ ଗ୍ରାମରେ। ଏହି ଗ୍ରାମର ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ବିଶ୍ୱଜିତ ସାହୁ।

priyanshi
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଧର୍ମଶାଳାର ୨ବର୍ଷ ୯ମାସର କୁନି ଝିଅ ପ୍ରିୟାଂଶୀ

ପ୍ରିୟାଂଶୀ ନାଥ । ବୟସ ମାତ୍ର ୨ ବର୍ଷ ୯ମାସ । ଏମିତି କୁନି ପିଲାଟିଏ ହୋଇଥିଲେ ମଧ୍ୟ ସେ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ । ନିକଟରେ ଆୟୋଜିତ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ମାନପତ୍ର ଓ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମାତ୍ର ୧୫ସେକେଣ୍ଡରେ ଏ ଫର ଟୁ ଜେଡ୍ ଫର (ଇଂଲିଶ ଆଲଫାବେଟ୍‌) ନାଁ ନିର୍ଭୁଲ ଭାବରେ କହିପାରିଥିଲେ ।

Snake Bite
ଛୁଆକୁ ଚୋଟ ମାରିଲା ସାପ, ଉଭା ହେଲେ କାଳିସୀ, ସାପ ବଞ୍ଚିଲେ ଛୁଆ ବଞ୍ଚିବ !

ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି।

Maa Biraja Ratha Jatra
ଆଜି ସନ୍ଧ୍ୟାରୁ ମା’ ବିରଜାଙ୍କ ରଥଯାତ୍ରା, ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଆଜି ପବିତ୍ର ମହାଳୟା । ପିତୃପକ୍ଷଙ୍କୁ ପିଣ୍ଡ ଦେବାର ଶେଷ ଦିନ । ସେପଟେ ଆଜି ସଂଧ୍ୟାରୁ ଆରମ୍ଭ ହେବ ମା ବିରଜାଙ୍କ ସିଂହଧ୍ୱଜ ରଥ ଯାତ୍ରା। ୯ ଦିନ ଗଡିବ ରଥ। ପୂର୍ବପରି ଏଥର ମଧ୍ୟ ବିନା ଭକ୍ତରେ ବିରଜାଙ୍କ ରଥ ଟଣାଯିବ । ପବିତ୍ର ମହାଳୟା ଲାଗି ବିରଜା ମନ୍ଦିର ସ୍ଥିତ ନାଭିଗୟାରେ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ସାରା ଭାରତବର୍ଷରେ ଥିବା ତିନିଗୋଟି ପିଣ୍ଡଦାନ କ୍ଷେତ୍ର ମଧ୍ୟରୁ ଯାଜପୁର ବିରଜା କ୍ଷେତ୍ରର ନାଭିଗୟା ଅନ୍ୟତମ ।

vegetable price hike
ଆକାଶ ଛୁଆଁ ପରିବା ଦର, ୮୦ ତଳକୁ କିଛି ନାହିଁ...

ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।

Biraja Ratha
ବିରଜା ରଥଯାତ୍ରାରେ ଏଥର ସାମିଲ ହେବେ କି ଶ୍ରଦ୍ଧାଳୁ?

ବିରଜା କ୍ଷେତ୍ରରେ ଦୁର୍ଗା ରୁପରେ ପୁଜା ପାଇବେ ପୀଠ ଦେବୀ ମା’ ବିରଜା । ଶାରଦୀୟ ପୂଜା ଲାଗି ପୀଠ ଉତ୍ସବମୁଖର ହୋଇପଡିଲାଣି । ବିରଜାଦେବୀଙ୍କ ଷୋଡଶ ଉପଚାର ପୂଜା ଏବଂ ନବଦିନ ବ୍ୟାପି ରଥ ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି