/odishatv-khabar/media/post_attachments/uploadimage/library/16_9/16_9_0/s_1684205356.jpg)
Jewellery Shop Looted At Gun Point In Jajpur
୧୫ କିଲୋରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଧରି କୁଆଡ଼େ ଗଲେ ଡକାୟତ ? ଏବେ ଯାଏ ଯାଜପୁର ଜିଲ୍ଲା ବ୍ୟାସନଗର ଜୁଏଲାରୀ ଶୋ ରୁମରୁ ଲୁଟ୍ ମାମଲାରେ ଧରାପଡ଼ି ନାହାନ୍ତି ଅପରାଧୀ। ଗତକାଲି ଦିନ ଦ୍ୱିପ୍ରହରରେ ଅଳଙ୍କାର ଦୋକାନରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ସୁନା, ହୀରା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ।
ଗହଣା ଦୋକାନରେ ଲୁଟ୍ପାଟ୍ ବେଳେ ଡକାୟତମାନେ ଏମିତି ଆତଙ୍କ ଖେଳାଇଥିଲେ ଯେ, ଅଳଙ୍କାର ଦୋକାନର କିଛି କର୍ମଚାରୀ ଭୟରେ ବେହୋସ ହୋଇଯାଇଥିଲେ। ଡକାୟତମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଗ୍ରାହକଙ୍କୁ ଆକ୍ରମଣ କରି ଅଳଙ୍କାର ସବୁ ଲୁଟି ନେଇଥିଲେ। ଏଥିରେ ୨ ଜଣ କର୍ମଚାରୀ ଆହତ ହୋଇ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଯାଜପୁର ବ୍ୟାସନଗର ଜୁଏଲାରୀ ସୋରୁମ୍ରେ ଲୁଟ୍ ମାମଲା । କୁଆଡେ ଗଲେ ଡକାୟତ ପତ୍ତା ପାଉନି ପୋଲିସ । #Jajpur#OTVpic.twitter.com/su6Dxamc0t
— ଓଟିଭି (@otvkhabar) May 16, 2023
ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ବ୍ୟାସନଗର ସ୍ଥିତ ଏକ ଅଳଙ୍କାର ଦୋକାନରୁ ଏହି ଲୁଟ୍ ହୋଇଛି। ଡକାୟତମାନେ ବନ୍ଧୁକ ଦେଖାଇ ଦୋକାନର କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ଅଳଙ୍କାର ସବୁ ଲୁଟି ନେଇଥିଲେ। ଖାଲି ଏତିକି ନୁହେଁ, ଡକାୟତମାନେ କମ୍ପ୍ୟୁଟର ଗୁଡ଼ିକୁ ଭାଙ୍ଗି ଦେବା ସହ ହାର୍ଡ ଡିସ୍କ ସବୁ ମଧ୍ୟ ନେଇଯାଇଛନ୍ତି। ତେବେ ଘଟଣା ବେଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।
ଜୁଏଲାରୀ ଦୋକାନରୁ କିଛି ବାଟ ଦୂରରେ ଥିବା ସିସିଟିଭିରେ ଡକାୟତଙ୍କ ଗତିବିଧି ସିସିଟିଭିରେ କଏଦ ହୋଇଛି। ୪ରୁ ୫ ଜଣ ଲୁଟେରା ୨ଟି ବାଇକ୍ରେ ଫେରାର ହେଉଥିବା ଦେଖିବାକୁ ମିଳିଛି। ପୋଲିସ୍ ଏକାଧିକ ଟିମ୍ ଗଠନ କରି ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)