Advertisment

ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା

author-image
Chandan Shishu
‘Chhera Pahanra’ ritual of sibling deities’ in Ganjam

‘Chhera Pahanra’ ritual of sibling deities’ in Ganjam

ରଥଯାତ୍ରାରେ ଛେରା ପହଁରା କରିଥାନ୍ତି ରାଜାା ଶ୍ରୀକ୍ଷେତ୍ରଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିରେ ଛେରା ପହଁରା ରାଜା କରିବା ପରମ୍ପରା ରହିଛି। କିନ୍ତୁ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ମହାରାଣୀ, ରାଜଜେମାମାନେ ଛେରାପହଁରା କରନ୍ତି। ଗଞ୍ଜାମ ଧରାକୋଟ ରଥଯାତ୍ରାରେ ଛେରା ପହଁରା ସହ ଯାତ୍ରାର ସମ୍ପାଦନା କରିଛନ୍ତି ରାଜା ସାହେବ ଅର୍ଥାତ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ।

Advertisment

କାହିଁ କେଉଁ କାଳରୁ ଧରାକୋଟ ଗଡ଼ରେ ରଥଯାତ୍ରା ହେଉଛି। ଏଠାକାର ରୀତିନୀତି ବି ସବୁଠୁ ନିଆରା। ରଥଯାତ୍ରା ଦିନ ଚତୁର୍ଦ୍ଦାମୂର୍ତ୍ତି ରଥକୁ ପହଣ୍ଡିରେ ଆସନ୍ତି କିନ୍ତୁ ତା ପରଦିନ ରଥ ଟଣା ହୁଏା ସେହିପରି ଧରାକୋଟ ରାଜାଙ୍କ ପରେ ତାଙ୍କ ଝିଅ ଏବେ ଗୀତାଞ୍ଜଳି ଦେବୀ ରଥଯାତ୍ରାକୁ ପରିଚାଳନା କରୁଛନ୍ତି।

ସେହିପରି ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା ପୂର୍ବରୁ ଅପର୍ଣ୍ଣାଙ୍କ ବାପା ଏହି ପରମ୍ପରାକୁ ସମ୍ପାଦନ କରୁଥିଲୋ ତାଙ୍କ ଅନ୍ତେ ଏବେ ଝିଅ ଏହି ପରମ୍ପରା କରି ଆସୁଛନ୍ତିା ରାଜଜେମା ଭାବେ ଗଡ଼ ମଧୁପୁର ରଥଯାତ୍ରା କରି ଆସୁଛନ୍ତି।

Advertisment

ରଥଯାତ୍ରାରେ ନିଆରା ରାଣୀ ପରମ୍ପରା ରଥଯାତ୍ରାରେ ଛେରା ପହଁରା କରିଥାନ୍ତି ରାଜଜେମା ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା ଧରାକୋଟରେ ରାଜା ସାହେବ ରଥଯାତ୍ରା ପରିଚାଳନା କରନ୍ତି ଯାଜପୁର ଗଡ଼ ମଧୁପୁରରେ ରାଣୀ ରଥରେ ଛେରା ପହଁରା କରନ୍ତି।

Ratha Jatra
Advertisment
Advertisment