• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍‌ ଅଧିକାରୀ । 

ସୂଚନା ଅନୁସାରେ, ଟ୍ରେନ୍‌ଟି ଯାଜପୁର ରୋଡ୍ ଷ୍ଟେସନ ଅଟକି ରହିଥିଲା । ଦୀର୍ଘଦିନ ହେଲା ସେଫ୍ଟି ଲାଇନରେ ଠିଆ ହୋଇଥିଲା ଟ୍ରେନ୍ । ହେଲେ ଜୋରରେ ପବନ ହେବାରୁ ଏହା କିଛି ବାଟ ଗଡ଼ି ଯାଇଥିଲା । ଫଳରେ ଶ୍ରମିକମାନେ ଟ୍ରେନ୍‌ ତଳୁ ବାହାରିବାକୁ ଚେଷ୍ଟା କରିବା ବେଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇଯାଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣା ପରେ ଖୋର୍ଦ୍ଧା ଡିଆରଏମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ପୁରା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୨୦୦୯ରେ ଯାଜପୁର ରୋଡ୍ ଷ୍ଟେସନର ଠିକ୍ ଏହି ଜାଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଥିଲା ।