/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684147889.jpg)
Loot From Jewellery Shop
ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ରେ ଦିନ ଦ୍ୱିପହରରେ ଡକାୟତି । କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
#ଗହଣା_ସୋ_ରୁମ୍_ପୋଛିନେଲେ
ଯାଜପୁର: ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ରେ ଡକାୟତି, କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ସୂଚନା#Jajpur#Odisha#OTVpic.twitter.com/EyLMrzsRhD— ଓଟିଭି (@otvkhabar) May 15, 2023
ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଡକାୟତି ହୋଇଥିବା ସୂଚନା ମିଳିଛି । ହାତରେ ବନ୍ଧୁକ ଧରି ୭ ଡକାୟତ ସୋ’ ରୁମ୍ ଭିତରେ ପଶିଥିଲେ । ଗ୍ରାହକଙ୍କୁ ଧମକାଇ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍ ପାଟ୍ କରିଥିଲେ । ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତି ଡକାୟତ । ଡକାୟତଙ୍କ ମାଡ଼ରେ ସୋ’ରୁମ୍ ର ଦୁଇଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କେତେଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)