/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684306900.jpg)
father donates eyes of son
ପୁଅ ତ ଚାଲିଗଲା ଆରପାରିକୁ, ହେଲେ ଅମର ହୋଇଗଲା ସେହି ପୁଅର ଆଖି। ପ୍ରାଣ ହରାଇଥିବା ନିଜ ପୁଅର ଚକ୍ଷୁଦାନ କରି ଚର୍ଚ୍ଚାରେ ବାପା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅଗୁଳ ଗାଁର ହରିଶ୍ଚନ୍ଦ୍ର ଗୌଡ଼ ମୃତପୁଅର ଚକ୍ଷୁଦାନ କରି ଚର୍ଚ୍ଚାରେ ଅଛନ୍ତି। ପୁଅ ନାଁ ଦେବାଶିଷ ଗୌଡ଼। ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିଲେ।
ତେବେ ଅସୁସ୍ଥ ହେବା ସହ କୌଣସି କାରଣରୁ ପୁଅର ମୃତ୍ୟୁ ହୋଇଯାଇଥିଲା ଭୁବନେଶ୍ବରରେ। ଏ ସଂପର୍କରେ ଖବର ପାଇ ଦେବାଶିଷଙ୍କ ବାପା ଭୁବନେଶ୍ବର ପହଞ୍ଚିଥିଲେ। ଆଉ କୋହ ଆଉ ଲୁହ ଭିତରେ ନିଜକୁ ସମ୍ଭାଳିବା ସହ ପୁଅର ଆଖିରେ ଆଉ କେହି ଦୁନିଆ ଦେଖିବାର ଇଚ୍ଛା ରଖି ଭୁବନେଶ୍ବର ସ୍ଥିର ଏକ ଘରୋଇ ହସ୍ପିଟାଲରେ ପୁଅର ଚକ୍ଷୁଦାନ କରାଇଥିଲେ।
ପରେ ମୃତଦେହକୁ ନେଇ ଗାଁକୁ ବାହୁଡ଼ିଯାଇଥିଲେ। ବାପା ହରିଶ୍ଚନ୍ଦ୍ରଙ୍କ ଏଭଳି ନିଆରା କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଏନେଇ ବାପା ହରିଶ୍ଚନ୍ଦ୍ର କହିଛନ୍ତି ଯେ 'ମୋର ତ ସଂସାର ଭାସିଗଲା। ମୁଁ ଚାହେଁ ତା ଆଖିରେ ଅନ୍ୟ କେହି ଦୁନିଆ ଦେଖୁ। ମୋ ପୁଅର ଆଖି ମହତ ଉଦ୍ଦେଶ୍ୟରେ ଲାଗୁ। ତା ଆଖି ସବୁବେଳେ ଜୀବିତ ରହୁ।'
#ପୁଅ_ଚାଲିଗଲା_ଆରପାରିକୁ#ଜୀବିତ_ରହିଗଲା_ଆଖି
ପ୍ରାଣ ହରାଇଥିବା ନିଜ ପୁଅର ଚକ୍ଷୁ ଦାନ କରି ଚର୍ଚ୍ଚାରେ ବାପା...#Rayagada#Odishapic.twitter.com/i5hNNXsEMd— ଓଟିଭି (@otvkhabar) May 17, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)