Advertisment

ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

author-image
Chandan Shishu
undefined

Father’s Day | Meet super fathers of Odisha

ପୃଥବୀଠୁ ବଡ଼, ଆକାଶଠୁ ଅଧିକ ପରିବ୍ୟାପ୍ତ। ମୁଣ୍ଡଝାଳ ତୁଣ୍ଡରେ ମାରି ସାରା ଜୀବନ ଯିଏ ସନ୍ତାନ ପାଇଁ ନିଜ ଦେହର ରକ୍ତକୁ ପାଣି କରି ଦିିଏ, ସିଏ ହେଉଛନ୍ତି ବାପା। ଯେଉଁ ବୟସରେ ବାପାଙ୍କ ପାଇଁ ପୁଅଟିଏ ସାହାରା ପାଲଟିବା କଥା, ସେଇ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା। ଅବୋଧ ଶିଶୁ ଭଳି ଖାଇବା ପିଇବାଠୁ ଆରମ୍ଭ କରି ରାସ୍ତାରେ ହାତ ଧରି ବାଟ ଚଲାଇବା ଯାଏଁ ସେ ହିଁ ଆଶ୍ରା, ସେ ହିଁ ଭରସା।

Advertisment

କୋରାପୁଟ ଜୟପୁର ସହର ଗଙ୍ଗାନଗରର ବୟୋବୃଦ୍ଧ ବ୍ୟକ୍ତି ଜଣକ ହେଲେ ଅର୍ଜୁନ ସେନାପତି। ବସୟ ୮୩ ପାର କଲାଣି। କିନ୍ତୁ ଏ ପରିଣତ ବୟସରେ ବି ନିଜ ଦିବ୍ୟାଙ୍ଗ ପୁଅ ପ୍ରତି ତାଙ୍କ କର୍ତ୍ତବ୍ୟରେ ଅନ୍ତ କି ଅବହେଳା ନାହିଁ। ପୁଅ ନୀଳମାଧବଙ୍କ ବୟସ ୫୦ ଛୁଇଁଲାଣି। ଜନ୍ମରୁ ଦୃଷ୍ଟି ବାଧିତ ନୀଳମାଧବଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବାକୁ କେତେ ମେଡିକାଲ ବୁଲିଛନ୍ତି, ଡାକ୍ତର ଦେଖାଇଛନ୍ତି। ହେଲେ ଅର୍ଥ ଅଭାବରୁ ଅଧାରେ ଅଟକି ଯାଇଛି ତାଙ୍କର ସେ ସ୍ବପ୍ନ।

ହେଲେ ଏଥିରେ ନିରାଶ ନହୋଇ ଜୀବ ଥିବା ଯାଏଁ ଦିବ୍ୟାଙ୍ଗ ପୁଅ ପାଇଁ ଆଶା ବାଡ଼ି ହେବାର ଦୃଢ଼ ନିଷ୍ପତ୍ତି ନେଇଛନ୍ତି ସେ। ଆଉ ଉଭୟ ବାପା ଓ ମାଆ ଆଜି ଯାଏଁ ସେମାନଙ୍କ ବାତ୍ସଲ୍ୟ ମମତା ଓ କର୍ତ୍ତବ୍ୟପରାୟଣତାରୁ ପଛକୁ ହଟି ନାହାନ୍ତି।

Advertisment

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଆଉ ଜଣେ ବାପା। ମୟୂରଭଞ୍ଜ ଉଦଳା ବ୍ଲକ୍ ଡିମ୍ବଗଡ଼ିଆ ଯଦୁଖୁଣ୍ଟା ଗାଁର ଶଙ୍କରା ମୁର୍ମୁ। ଦୁଇ ବର୍ଷ ତଳେ ରୋଗରେ ପୀଡ଼ିତା ପତ୍ନୀ ତାଙ୍କ ହାତ ଛାଡ଼ି ଦେବା ପରେ ଦୁଇ ପିଲାଙ୍କ ଦାୟିତ୍ୱ ଏବେ ତାଙ୍କରି କାନ୍ଧରେ। ୧୧ ବର୍ଷର ପୁଅ ଫୁଦାନ ଓ ୭ ବର୍ଷର ଦିବ୍ୟାଙ୍ଗ ପୁଅ ପାଇଁ ସେ ହିଁ ମାଆ ଆଉ ବାପା। ଭଙ୍ଗା ନୁଆଁଣିଆ ଚାଳଘରେ, ଉତ୍କଟ ଅଭାବ ଅନାଟନ ଭିତରେ ଦିନ ମଜୁରି ଖଟି ଦୁଇ ପିଲାଙ୍କୁ ପାଠ ପଢାଇ ମଣିଷ କରିବାର ଆହ୍ୱାନକୁ ସେ ଗ୍ରହଣ କରିନେଇଛନ୍ତି।

ସେପଟେ ଅନୁଗୁଳ ତାଳଚେର ବ୍ଲକ୍ ଡେରା ମୁଣ୍ଡା ବସ୍ତିର ଆଉ ଜଣେ ବାପା ହେଲେ ନୀର ମୁଣ୍ଡା। ଝିଅ ପ୍ରମିଳା ଷଷ୍ଠରେ ଶ୍ରେଣୀରେ ପଢୁଥିବା ବେଳେ ରେଳ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ସବୁ ଦିନ ପାଇଁ ପାଲଟିଯାଇଥିଲା ଦିବ୍ୟାଙ୍ଗ। ଗୋଡ଼ ହାରିବା ପରେ ପାଠପଢ଼ା ସ୍ୱପ୍ନ ମିଳେଇ ଯିବ ବୋଲି ଭାବି ନେଇଥିଲା ସେ। ହେଲେ ତାର ସେ ଭାବନାକୁ ଭୁଲ ପ୍ରମାଣିତ କରି ଆଶାବାଡ଼ି ସାଜିଥିଲେ ବାପା। ସ୍କୁଲ ନେବା ଆଣିବାଠୁ ଆରମ୍ଭ କରି ଝିଅର ପ୍ରତିଟି କାମରେ ଛାଇ ଭଳି ରହିଥିଲେ। ଆଉ ତାର ପରିଣତି ସ୍ୱରୂପ ପ୍ରମିଳା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରି ପରିବାର ଆଉ ଗାଁ ପାଇଁ ଗର୍ବ ଆଣିପାରିଛି।

Fathers' Day
Advertisment
Advertisment