Advertisment

'ସୁପର ଡାନ୍ସର୍ ୪'କୁ ଫେରିଲେ ଶିଳ୍ପା ଶେଟ୍ଟୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା 'ସୁପର ଡାନ୍ସର୍' ଜଜ୍ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାରଣରୁ ବିବାଦ ଘେରକୁ ଚାଲିଯାଇଛନ୍ତି। ଫଳରେ ତାଙ୍କୁ ଆଜିକାଲି ଶୋ’ରେ ଦେଖିବାକୁ ମିଳୁନି। ଶୋ’ରେ ଶିଳ୍ପାଙ୍କ ଅନୁପସ୍ଥିତି କାରଣରୁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିକୁ ଡକାଯାଉଛି। କିନ୍ତୁ ଶିଳ୍ପାଙ୍କ ପ୍ରଶଂସକମାନେ ମନେ ମନେ ଅନେକ କିଛି ଭାବି ନେଇଛନ୍ତି। ସେମାନେ ଭାବି ନେଇଛନ୍ତି ଯେ ବୋଧହୁଏ ଶୋ’ର ନିର୍ମାତା ତାଙ୍କୁ ସବୁଦିନ ପାଇଁ ଛୁଟି ଦେଇଦେଲେ, ତାଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ, ବର୍ତ୍ତମାନ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସି ଖବର ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
'ସୁପର ଡାନ୍ସର୍ ୪'କୁ ଫେରିଲେ ଶିଳ୍ପା ଶେଟ୍ଟୀ

Super Dancer 4

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା 'ସୁପର ଡାନ୍ସର୍' ଜଜ୍ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାରଣରୁ ବିବାଦ ଘେରକୁ ଚାଲିଯାଇଛନ୍ତି। ଫଳରେ ତାଙ୍କୁ ଆଜିକାଲି ଶୋ’ରେ ଦେଖିବାକୁ ମିଳୁନି। ଶୋ’ରେ ଶିଳ୍ପାଙ୍କ ଅନୁପସ୍ଥିତି କାରଣରୁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିକୁ ଡକାଯାଉଛି। କିନ୍ତୁ ଶିଳ୍ପାଙ୍କ ପ୍ରଶଂସକମାନେ ମନେ ମନେ ଅନେକ କିଛି ଭାବି ନେଇଛନ୍ତି। ସେମାନେ ଭାବି ନେଇଛନ୍ତି ଯେ ବୋଧହୁଏ ଶୋ’ର ନିର୍ମାତା ତାଙ୍କୁ ସବୁଦିନ ପାଇଁ ଛୁଟି ଦେଇଦେଲେ, ତାଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ, ବର୍ତ୍ତମାନ ଶିଳ୍ପାଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଖୁସି ଖବର ଆସିଛି। ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ ତେବେ ଶିଳ୍ପା ସେଟ୍ଟୀ ପୁଣି ଥରେ 'ସୁପର ଡାନ୍ସର୍ ୪' ସେଟ୍‌କୁ ଫେରିଛନ୍ତି।

Advertisment
ଶିଳ୍ପା ଶେଟ୍ଟୀ

ଖବର ଆସୁଥିଲା ଯେ ଶୋ’ ପାଇଁ ଶିଳ୍ପା ଶେଟ୍ଟୀଙ୍କ ବଦଳରେ ଅନ୍ୟ କାହାକୁ ଜଜ୍‌ ଭାବରେ ନିଆଯାଇପାରେ, କିନ୍ତୁ ସେ ଏହା ପୂର୍ବରୁ ସେଟ୍‌କୁ ଫେରିଆସିଛନ୍ତି। ଆସନ୍ତା ସପ୍ତାହର ଏପିସୋଡ୍‌ ପାଇଁ ଶିଳ୍ପା ଆଜି ସୁଟିଂ କରୁଛନ୍ତି। ETimes ଖବର ଅନୁଯାୟୀ, “ଶିଳ୍ପା ୨୦୧୬ ମସିହାରୁ ଶୋ’ର ପ୍ରଥମ ସିଜିନରୁ ଜଜ୍ କରିଆସୁଛନ୍ତି। ନିର୍ମାତା ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ କୌଣସି ସେଲିବ୍ରେଟ୍‌ଙ୍କୁ ବଦଳାଇବାକୁ ଚାହୁଁ ନ ଥିଲେ। ଆମେ ଖୁସି ଯେ ସେ ଶୁଟିଂ ଆରମ୍ଭ କରିଛନ୍ତି। ଏହି ସିଜନ ଶେଷ ପର୍ଯ୍ୟନ୍ତ ସେ ଶୋ’ରେ ରହିବେ ବୋଲି ଆଶା କରାଯାଉଛି। ଏହା ମଧ୍ୟ ତାଙ୍କ ପାଇଁ ଏକ ଭାବପ୍ରବଣ ନିଷ୍ପତ୍ତି ଥିଲା ଯେ ତାଙ୍କ ସ୍ୱାମୀ ଏକ ଅଶ୍ଳୀଳ ଆପ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେ ସାହସ ଜୁଟାଇ କାମକୁ ଫେରିଆସିଛନ୍ତି। ନିର୍ମାତା ଖୁସି ଯେ ଶିଳ୍ପା ଆଜି ସୁଟିଂକୁ ଫେରିଛନ୍ତି ଏବଂ ତାଙ୍କୁ ଆଉ କୌଣସି ବିକଳ୍ପ ଖୋଜିବାକୁ ପଡ଼ିବ ନାହିଁ।”

Advertisment

ନିକଟରେ ଏକ ସାକ୍ଷାତକାରରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ ବସୁ କହିଛନ୍ତି ଯେ “ହଁ, ଆମେ ଶିଳ୍ପାଙ୍କୁ ସେଟ୍‌ରେ ବହୁତ ମନେ ପକଉଛୁ। ଯିଏବି କେହି ଆମର ଏହି ଶୋ’ର ଏକ ଅଂଶ, ପରଦା ପଛରେ ଥିବା ଲୋକ ଏବଂ କୋରିଓଗ୍ରାଫରଙ୍କ ସମେତ ଆମ ସମସ୍ତଙ୍କର ଭଲ ବଣ୍ଡିଂ ରହିଛି। ଆମେ ଏକ ଛୋଟ ପରିବାର ଏବଂ ଯେତେବେଳେ ଜଣେ ସଦସ୍ୟ ଆମ ପାଖରେ ନାହାଁନ୍ତି, ଏହା ବହୁତ କଷ୍ଟଦାୟକ। ଆମେ ସମସ୍ତେ ଶିଳ୍ପାଙ୍କୁ ଭଲପାଉ।

ପ୍ରକାଶଥାଉ ଯେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଶୋ’ରେ ଗୀତା କପୁର ଓ ଅନୁରାଗ ବସୁଙ୍କ ସହ ନିୟମିତ ବିଚାରପତି ଥିଲେ। କିନ୍ତୁ, ଗତ ସପ୍ତାହରେ, ବଲିଉଡର ଅନ୍ୟତମ ଦମ୍ପତି ଜେନେଲିଆ ଡି’ସୁଜା ଏବଂ ରିତେଶ ଦେଶମୁଖ ସ୍ୱତନ୍ତ୍ର ଅତିଥି ଭାବରେ ଶୋ’କୁ ଆସିଥିଲେ। ଦୁହେଁ ରୋମାଣ୍ଟିକ୍ ଷ୍ଟାଇଲରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା।

Super Dancer Shilpa Shetty Kundra
Advertisment
Advertisment