Advertisment

ମହିଳାମାନେ ନିର୍ଯାତନାର ଶିକାର ହେବା ସଂଗଠନ ଚାହେଁନି: ତାଲିବାନ୍

ତାଲିବାନର ଅପ୍ରତ୍ୟାଶିତ ଅଗ୍ରଗତିକୁ ଦେଖି ନିଜ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ। କାରଣ ଭାରତୀୟ ଦୂତାବାସ କର୍ମଚାରୀ ତାଲିବାନର ରାଡାରରେ ଥିଲେ ।ତେବେ ତାଲିବାନର ଦ୍ରୁତ ଅଗ୍ରଗତି ଯୋଗୁ ଏହି କାର୍ଯ୍ୟ ଅତି ଆହ୍ୱାନପୂର୍ଣ୍ଣ ହୋଇଥିଲା। କାବୁଲ ବିମାନ ବନ୍ଦରରେ ଚରମ ବିଶୃଙ୍ଖଳା ସତ୍ତ୍ୱେ ବାୟୁସେନାର ସି-୧୭ ମାଲବାହୀ ବିମାନ ୧୫ ତାରିଖରେ ଏଠାରେ ଅବତରଣ କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ମହିଳାମାନେ ନିର୍ଯାତନାର ଶିକାର ହେବା ସଂଗଠନ ଚାହେଁନି: ତାଲିବାନ୍

Taliban Leader Mujahid

କାବୁଲ ଦଖଲ ପରେ ନିଜର ଆଭିମୁଖ୍ୟ ବଦଳାଉଛି ତାଲିବାନ। ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଛନ୍ତି, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ। ଆଫଗାନିସ୍ତାନରେ ଥିବା ସମସ୍ତ ଦେଶର ଦୂତାବାସ ଉପରେ ବିପଦ ନଥିବା ସ୍ପଷ୍ଟ କରିଛି ତାଲିବାନ। ଖାଲି ସେତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଉପରେ କୌଣସି ପ୍ରକାରର ନିର୍ଯାତନା ହେବାକୁ ଦେବନି ତାଲିବାନ। ସ୍କୁଲ ଏବଂ ହସପିଟାଲରେ ମହିଳାଙ୍କୁ କାମ କରିବାକୁ ଅଧିକାର ମିଳିବ। ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ କରାଯିବନି। 

Advertisment

ତାଲିବାନ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଗଣାମାଧ୍ୟମକୁ ସ୍ୱାଧୀନତା ମିଳିବ। ତେବେ ସେମାନେ ଇସଲାମିକ ମୂଲ୍ୟବୋଧ ବିରୋଧରେ କାମ ନକରିବାକୁ କୁହାଯିବ। ତାଲିବାନକୁ ବିରୋଧ କରୁଥିବା ଲୋକଙ୍କୁ କ୍ଷମା କରିଦିଆଯାଇଛି ଏବଂ ତାଲିବାନ କେବେବି ପ୍ରତିଶୋଧ ନେବାକୁ କାର୍ଯ୍ୟ କରିବନି ବୋଲି କହିଛି ତାଲିବାନ।

ସେପଟେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଛନ୍ତି ଏଠାକାର ଜନତା। ଆତଙ୍କୀ ସଂଗଠନର ବର୍ବର ଅତ୍ୟାଚାର ସହିବା ଅପେକ୍ଷା ମରଣକୁ ଶ୍ରେୟସ୍କର ମଣୁଛନ୍ତି ଆଫଗାନବାସୀ। ଜୀବନ ବଞ୍ଚାଇବାର ଶେଷ ପ୍ରୟାସ କରି ମୃତ୍ୟୁକୁ ବରି ନେଇଛନ୍ତି କିଛି ଆପଗାନି ନାଗରିକ। ଆମେରିକୀୟ ମାଲବାହୀ ବିମାନ ଗ୍ଲୋବ ମାଷ୍ଟର ଉପରେ ବସି ତାଲିବାନ ପଞ୍ଝାରୁ ଖସି ଯିବା ଲାଗି ଏମାନଙ୍କ ପ୍ରୟାସ ଫେଲ ମାରିଛି। ତେବେ ବିମାନ ଭିତରେ ନିଜ ପାଇଁ ଜାଗା ଖଣ୍ଡେ ଖୋଜି ପାଇଥିବା ଇଏ ହେଉଛି ୬୪୦ ସୌଭାଗ୍ୟଶାଳୀ  ଲୋକ, ଯେଉଁମାନେ ସୁରକ୍ଷିତ କାତାର ଦୋହାରେ ପହଞ୍ଚିଛନ୍ତି। ଭବିଷ୍ୟତ କଣ ହେବ ଜାଣିନଥିଲେ ମଧ୍ୟ ତାଲିବାନର ଅତ୍ୟାଚାରରୁ ଏମାନଙ୍କୁ ସାମୟିକ ଆଶ୍ୱସ୍ତୀ ମିଳିଛି।

Advertisment

କାବୁଲ ବିମାନବନ୍ଦରରେ ଚରମ ବିଶୃଙ୍ଖଳା ମଧ୍ୟରେ ୧୩୬ ଜଣ ସୈନ୍ୟଙ୍କୁ ନେବା ଲାଗି ଉଦ୍ଦିଷ୍ଟ ଏହି ମାଲବାହୀ ବିମାନ ମଧ୍ୟରେ ପଶି ଯାଇଥିଲେ ୬୪୦ ଆଫଗାନ ନାଗରିକ। ତେବେ ଆମେରିକୀୟ କର୍ତ୍ତୃପକ୍ଷ ସେମାନଙ୍କୁ ନିରାଶ କରିନଥିଲେ। ବିମାନକୁ ବିପଦ ସତ୍ତ୍ୱେ ଲୋକଙ୍କ ଉଦବେଗକୁ ଦେଖି ସେମାନଙ୍କୁ କାତାର ନେଇଯିବାକୁ ସ୍ଥିର କରିଥିଲେ। ତେବେ ସେତିକିରେ ଥମି ନାହିଁ ଦୁର୍ଦ୍ଦଶାର ଚିତ୍ର। ସାଟେଲାଇଟ ଦ୍ୱାରା ନିଆଯାଇଥିବା ଫଟୋରେ ଏବେବି କାବୁଲ ବିମାନବନ୍ଦରରେ ଭିଡ଼ ଜମାଇଛନ୍ତି ଶହ ଶହ ଆଫଗାନ୍ ନାଗରିକ।

ଯେକୌଣସି ମତେ ଦେଶଛାଡି ଚାଲିଯିବାକୁ ସେମାନଙ୍କ ପ୍ରୟାସ ଜାରି ରହିଛି ଆମେରିକା। ସେନା ନିୟନ୍ତ୍ରଣରେ ଥିବାରୁ ଏବେ ଏହା ଲୋକଙ୍କ ଲାଗି ସବୁଠାରୁ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି ୫ ହଜାର ଆମେରିକୀୟ ସୈନ୍ୟ। ଏବେବି ବିମାନବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ଫ୍ରାନ୍ସ, ଜର୍ମାନୀ, ଇଟାଲୀ ସମେତ ଅନ୍ୟ ଦେଶମାନେ ମଧ୍ୟ ନିଜ ନିଜ ଦୂତାବାସ କର୍ମଚାରୀଙ୍କୁ ଫେରାଇ ନେବା ଲାଗି ପ୍ରୟାସ ଜାରି ରଖିଛନ୍ତି।

ସେପଟେ ତାଲିବାନର ଅପ୍ରତ୍ୟାଶିତ ଅଗ୍ରଗତିକୁ ଦେଖି ନିଜ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ। କାରଣ ଭାରତୀୟ ଦୂତାବାସ କର୍ମଚାରୀ ତାଲିବାନର ରାଡାରରେ ଥିଲେ । ତେବେ ତାଲିବାନର ଦ୍ରୁତ ଅଗ୍ରଗତି ଯୋଗୁ ଏହି କାର୍ଯ୍ୟ ଅତି ଆହ୍ୱାନପୂର୍ଣ୍ଣ ହୋଇଥିଲା। କାବୁଲ ବିମାନ ବନ୍ଦରରେ ଚରମ ବିଶୃଙ୍ଖଳା ସତ୍ତ୍ୱେ ବାୟୁସେନାର ସି-୧୭ ମାଲବାହୀ ବିମାନ ୧୫ ତାରିଖରେ ଏଠାରେ ଅବତରଣ କରିଥିଲା। ସେହିପରି କଡ଼ା ସୁରକ୍ଷା ବଳୟରେ ଥିବା ଦୂତାବାସର ୪୫ ଜଣ କର୍ମଚାରୀଙ୍କୁ ସତର୍କତାର ସହ ବିମାନବନ୍ଦରକୁ ଅଣାଯାଇଥିଲା ମାତ୍ର ତାଲିବାନ ସଦସ୍ୟ ତାଙ୍କୁ ରାସ୍ତାରେ ଅଟକାଇବା ସହ ସେମାନଙ୍କ ଜରୁରୀ କାଗଜପଚ୍ର ନେଇଯାଇଥିବା କୁହାଯାଉଛି। ଏହାସତ୍ତ୍ୱେ କର୍ମଚାରୀମାନେ ବିମାନବନ୍ଦରରେ ପହଞ୍ଚିବାରେ ସଫଳ ହୋଇଥିଲେ।

ପରେ ସେମାନଙ୍କୁ ବାୟୁସେନା ବିମାନ ଯୋଗେ ଭାରତ ଅଣାଯାଇଥିଲା। ତେବେ ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ରହିବା ଏବଂ ବିମାନ ବନ୍ଦରରେ ଶହ ଶହ ଲୋକଙ୍କ ଉପସ୍ଥିତି ଯୋଗୁଁ ଦୂତାବାସର ଅବଶିଷ୍ଟ କର୍ମଚାରୀଙ୍କୁ ଆଣିବା ସମ୍ଭବ ହୋଇନଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ୍ ସହ ଗତ ରାତିରେ କଥା ହେବା ପରେ ସେମାନଙ୍କୁ କାବୁଲ ବିମାନ ବନ୍ଦରକୁ ଅଣାଯାଇଥିଲା।ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୁଦେନ୍ଦ୍ର ଟଣ୍ଡନ ସମେତ ସମସ୍ତ କର୍ମଚାରୀ ବିମାନବନ୍ଦରରେ ପହଞ୍ଚିଥିବା ଆଜି ସକାଳେ ଆଉ ଏକ ବାୟୁସେନା ବିମାନ ଯୋଗେ ଭାରତ ଅଣାଯାଇଛି। ଅନ୍ୟପକ୍ଷରେ ଆଫଗାନିସ୍ତାନକୁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେଲେ ପ୍ରାଥମିକତା ଭିତ୍ତିରେ ହିନ୍ଦୁ ଓ ଶିଖମାନଙ୍କୁ ସ୍ୱଦେଶ ଫେରାଇ ଅଣାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର।  

ତେଣେ କ୍ଷମତା ଦଖଲ ପରେ ସ୍ଥିତି ଉପରେ କାବୁ ପାଇବାକୁ ଉଦ୍ୟମ ଆରମ୍ଭ କରିଛି ତାଲିବାନ। ନିଜର କଟ୍ଟର ଛବିରେ ପରିବର୍ତ୍ତନ ଲାଗି ମଧ୍ୟ ସଂଗଠନ ଉଦ୍ୟମ ଆରମ୍ଭ କରିଛି। ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ପ୍ରଦାନ କରାଯାଇଥିବା ତାଲିବାନ ଘୋଷଣା କରିଛି। ଏମିତିକି ମହିଳା କର୍ମଚାରୀମାନେ ମଧ୍ୟ ସରକାରୀ କାର୍ଯ୍ୟକୁ ଫେରିବାକୁ  ଟେଲିଭିଜନ ବାର୍ତ୍ତା ମାଧ୍ୟମରେ କୁହାଯାଇଛି। ଦେଶର ମହିଳାମାନେ ନିର୍ଯାତନାର ଶିକାର ହେବା ସଂଗଠନ ଚାହେଁନି ବୋଲି କହିଛି। ବିନା ଭୟ ଓ ଦ୍ୱିଧାରେ କାର୍ଯ୍ୟରେ ଯୋଗ ଦେବା ଲାଗି ସରକାରୀ କର୍ମଚାରୀଙ୍କୁ ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Afghanistan President Taliban Taliban Attack Afghanistan
Advertisment
Advertisment