• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଲିଗଡ଼ : ନୂଆ ଶାସନରେ ନୂଆ ନାମ ।  ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତର ସତ୍ତା ବଦଳିବା ମାତ୍ରେ ପୁଣି ଥରେ ନାମ ପରିବର୍ତ୍ତନର ଯୁଗ ଆରମ୍ଭ ହୋଇଯାଇଛି । ଅଲିଗଡ ଜିଲ୍ଲାକୁ 'ହରିଗଡ' ନାମରେ ନାମିତ କରିବାକୁ ପ୍ରସ୍ତାବ ପାରିତ ହୋଇଛି । ଏହା ସହିତ ମେନପୁରୀର ନାମ ମଧ୍ୟ ମୟନ ଋଷିଙ୍କ ନାମରେ ରଖିବା ପାଇଁ ପ୍ରସ୍ତାବ ପାରିତ ହୋଇଛି ।

ଜିଲ୍ଲା ପଞ୍ଚାୟତ ବୈଠକରେ ଅଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଅଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।

ସେହିପରି ମେନପୁରୀରେ ମଧ୍ୟ ଜିଲ୍ଲା ପଞ୍ଚାୟତର ସଦସ୍ୟମାନେ ମୟନ ଋଷିଙ୍କ ତପୋବୋମି ହୋଇ ଥିବାରୁ ମେନପୁରୀକୁ ମୟନ ନାଗର ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ମେନପୁରୀର ନାମ ପରିବର୍ତ୍ତନକୁ ନେଇ କିଛି ଜିଲ୍ଲା ପଞ୍ଚାୟତ ସଦସ୍ୟ ବିରୋଧ ମଧ୍ୟ କରିଥିଲେ । ତେବେ ଜିଲା ପଞ୍ଚାୟତର ସଦସ୍ୟଙ୍କ ବହୁମତ ପରେ ଜିଲ୍ଲା ପଞ୍ଚାୟତ ସଭାପତି ଅର୍ଚ୍ଚନା ଭଦୁରିଆ ମେନପୁରୀର ନାମକୁ ମୟନ ନାଗର ନାମରେ ନାମିତ କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି ।

ଜିଲ୍ଲା ପଞ୍ଚାୟତରେ ପାରିତ ହୋଇଥିବା ଏହି ପ୍ରସ୍ତାବଗୁଡିକ ବର୍ତ୍ତମାନ ସରକାରଙ୍କ ନିକଟକୁ ପଠାଯିବ, ଆଉ ସେଠାରେ ନାମ ପରିବର୍ତ୍ତନ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ । ଅଲିଗଡ଼ରେ ବର୍ତ୍ତମାନ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂ ରାଜୁଙ୍କ ସମୁଦି ବିଜୟ ସିଂ ଜିଲ୍ଲା ପଞ୍ଚାୟତ ସଭାପତି ଅଛନ୍ତି । ରାଜନୀତିରେ ପ୍ରଥମ ଥର ପାଇଁ ସେ ଏକ ସକ୍ରିୟ ଭୂମିକାରେ ଗ୍ରହଣ କରିଛନ୍ତି । ଏଥି ସହ ମେନପୁରୀ ଜିଲ୍ଲା ପଞ୍ଚାୟତ ସଭାପତି ଅଧ୍ୟକ୍ଷ ପଦ ପ୍ରଥମ ଥର ପାଇଁ ବିଜେପି ହାତକୁ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏସପି ଏହି ପଦ ଦଖଲ କରୁଥିଲା । ଏଥର ନିର୍ବାଚନରେ ​​ବିଜେପିର ଅର୍ଚ୍ଚନା ଭଦୁରିଆ ଜିଲ୍ଲା ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।