ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା।
୧୭ ଡିସେମ୍ବରରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।
ଅଙ୍ଗନୱାଡି କେନ୍ଦ୍ରର ସୁପରଭାଇଜର ପରମଜିତ କହିଛନ୍ତି ଯେ, ଗତ ବର୍ଷ କରୋନା ପରେ ହୋଇଥିବା ଲକ୍ଡାଉନ୍ ବେଳେ ଅଙ୍ଗନବାଡ଼ି କେନ୍ଦ୍ରର ସୁବିଧା ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଅସୁବିଧା ହେଉଥିଲା ।
ଏହାକୁ ସଂସଦ ଭବନର ଲାଇବ୍ରେରୀରେ ଏକ ହିଲିୟମ୍ ଗ୍ୟାସ୍ ଚାମ୍ବରରେ ରଖାଯାଇଛି । ବିଶେଷ କରି ଏହି ମୂଳ କପିଟିକୁ ସୁରକ୍ଷତି ରଖିବା ପାଇଁ ଏହି ହିଲିୟମ୍ ଗ୍ୟାସ୍ ଚାମ୍ବର ପ୍ରସ୍ତୁତ କରାଯାଇଛି ।
ସୁରଟରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବର ହେଲିକପ୍ଟର ଚଢି ଆସିଛି କନ୍ୟାକୁ ନେବାକୁ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
୪୯ ବର୍ଷରେ ପଦାର୍ପଣ କରିଛନ୍ତି ଅର୍ଜୁନ ରାମପାଲ୍। ଏପର୍ଯ୍ୟନ୍ତ ବଲିଉଡକୁ ଦେଇଛନ୍ତି ୪୦ରୁ ଅଧିକ ଫିଲ୍ମ। ଜଣେ ମଡେଲ୍ ଦୁନିଆରୁ ଆସି ବଲିଉଡ୍ରେ ଜାତୀୟ ପୁରସ୍କାର ପାଇଥିବା ଅର୍ଜୁନଙ୍କୁ ମଧ୍ୟ ସହିବାକୁ ହୋଇଥିଲା ଅନେକ ଟାହିଟାପରା।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍କୁ ନେଇ ଏବେ ଚିନ୍ତା ବଢ଼ିଛି। ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି।
ଆଜକୁ ଠିକ୍ ୧୩ ବର୍ଷ ତଳେ ଆଜି ଦିନରେ ଆତଙ୍କବାଦୀମାନେ ମାୟାନଗରୀକୁ ଦୋହଲାଇ ଦେଇଥିଲେ। । ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ ।
ନୂଆବର୍ଷ ଅବସରରେ ରୋଡଟ୍ରିପର ମଜା ଖୁବ୍ ନିଆରା । ପ୍ରକୃତି କୋଳରେ ହଜିଯିବାକୁ କିଛି ସମୟ ବାହାର କରନ୍ତୁ ଓ ବୁଲିବାକୁ ଯାଆନ୍ତୁ ।
କେତେକ ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ।
ଭାରତ-ମିଆଁମାର ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ଭୋର ୫ଟା ୧୫ ମିନିଟ୍ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ତେବେ ସକାଳ ୫ଟା ୫୩ ମିନିଟ୍ରେ ଦ୍ୱିତୀୟ ଥର ପାଇଁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି।
ନୂଆ ବର୍ଷ ଆସିବା ପୂର୍ବରୁ ଭୟ ସୃଷ୍ଟି କରୁଛି ନାଷ୍ଟ୍ରେଦମସଙ୍କ ଭବିଷ୍ୟତବାଣୀ । ପୃଥିବୀକୁ ଆଷ୍ଟ୍ରୋଏଡ୍ ମାଡ଼ ସହ ଅନାହାର ମୃତ୍ୟୁ କବଳିତ କରିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ଫ୍ରାନ୍ସର ଭବିଷ୍ୟତବକ୍ତା ।
ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରୁଛନ୍ତି ବ୍ରିଟେନ ବୈଜ୍ଞାନିକ । ଏହାପୂର୍ବରୁ ଆଫ୍ରିକାର ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି ।
ଆଲୋକର ଏକ ହାଲକା କିରଣ ଥଳ ଥଳ ଜଳରାଶିରେ ବିଞ୍ଚି ହବା ଆରମ୍ଭ କରେ , ଯାହାର ଶୀତଳ ତେଜ ସମୀରରେ ମିଶି ମନରେ ଏକ ଉର୍ଜା ଜାଗ୍ରତ କରେ । ପଶ୍ଚିମାକାଶରେ ବୁଡି ବୁଡି ଯାଉଥିବା ଜହ୍ନ ଓ ମିଞ୍ଜି ମିଞ୍ଜି ତାରାଙ୍କ ପ୍ରତିବିମ୍ୱ, ଗଙ୍ଗାର ଜଳ ରାଶିରେ ଝୁଲି ଝୁଲି କୁହନ୍ତି ହେ ମାଆ , ବିଦାୟ ଦିଅ ଆଜି ପାଇଁ । କାରଣ ଯାହାର ଅପେକ୍ଷା ଥିଲା ସିଏ ଏବେ ଆଗମନ ହେଲା ...ଆଉ ପାହାନ୍ତି ପବନ ଯାଇ ଥିରକିନା ନିଦୁଆ କାନରେ କହି ଦେଇ ଆସିଲା ...ଉଠରେ ଥକାମନ ସକାଳ ହେଲା । ଇଏ ହେଉଛି ବନାରସର ସକାଳ ।
ଅନ୍ୟପଟେ କିଛି ଦିନ ପୂର୍ବରୁ ମିୟାମିରେ ରହୁଥିବା ଆଲଭରେଜ୍ କହିଥିଲେ ଯେ, ୧୬ ବର୍ଷ ବୟସରେ ପ୍ରାପ୍ତ ବୟସ୍କ ଭଳି ଦେଖାଯିବା ପାଇଁ ସେ ନିଜର ବକ୍ଷକୁ ପ୍ଲାଷ୍ଟିକ୍ ସର୍ଜରି କରାଇଥିଲେ । ଏହା ବ୍ୟତୀତ ସେ ମଧ୍ୟ ପୂର୍ବରୁ ନିଶାଖୋର ଥିଲେ ବୋଲି କହିଛନ୍ତି ।
ପୂର୍ବୋତ୍ତର ରାଜ୍ୟ ମେଘାଳୟରେ କଂଗ୍ରେସକୁ ବଡ଼ ଧରଣର ଝଟ୍କା । ବିଧାନସଭାରେ ଥିବା କଂଗ୍ରେସର ୧୭ ଜଣ ବିଧାୟକଙ୍କ ଭିତରୁ ୧୨ ଜଣ ଦଳରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।
ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।
ଭାରତରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ କଣ ? ସରକାର ଏହା ଉପରେ ଲଗାମ ଲଗାଇବେ ନା ଖୋଲା ଛାଡିଦେବେ । ଏହା ଉପରେ ସରକାର ଏକ ବିଲ୍ ଆଣିବେ ନା ନାହିଁ ? ଭାରତୀୟ ରିଜର୍ଭ ବ୍ୟାଙ୍କର କଣ ରହିବ ଭୂମିକା ? ସବୁ ପ୍ରଶ୍ନର ଉତ୍ତର ଖୋଜିଲା ବେଳକୁ ଅଧିକ ଜଟିଳ ଲାଗୁଛି କ୍ରିପ୍ଟୋକରେନ୍ସି । କାରଣ ଆମ ଦେଶରେ ଅଛନ୍ତି ପ୍ରାୟ 15 ମିଲିୟନ୍ କ୍ରିପ୍ଟୋ ନିବେଶକ । ସମସ୍ତେ ଚିନ୍ତାରେ । ଜାଣନ୍ତୁ ଏହି ପାଞ୍ଚଟି ପଏଣ୍ଟ ।
ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ହାର ବଢିଛି । ଏବେ ଭାରତରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦। ତେବେ ଦେଶରେ ଏବେ ଜନସଂଖ୍ୟା ସ୍ଥିର ରହିଥିବା ସର୍ବେକ୍ଷଣରୁ ଜଣାପଡିଛି ।
ନଭେମ୍ବର ମାସରେ ୧୪,୨୮, ୨୯ ,୩୦ ଓ ଡିସେମ୍ବରରେ ୧, ୬, ୭, ୮, ୯, ୧୧, ୧୨, ୧୩ରେ ବିବାହ ଯୋଗ ଥିବା କହିଛନ୍ତି CAIT ର ଆଧ୍ୟାତ୍ମିକ ଏବଂ ବୈଦିକ ଜ୍ଞାନ କମିଟିର ସଭାପତି ଆଚାର୍ଯ୍ୟ ଦୁର୍ଗେଶ ତର
ଓଟିଭି ଦିଲ୍ଲୀରେ କାର୍ଯ୍ୟରତ କ୍ୟାମେରାମ୍ୟାନ୍ ଗୋପାଳ ପ୍ରସାଦ ବର୍ମାଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାରରେ ସମ୍ମାନିତ କରାଯାଇଛି।
ଯଦି ଇଂଲଣ୍ଡକୁ ଭଲ ଭାବେ ଜାଣିବାକୁ ଚାହୁଛନ୍ତି, ତେବେ ଇଂଲଣ୍ଡର ଗ୍ରାମୀଣ ଅଞ୍ଚଳ ନିଶ୍ଚୟ ଯିବା କଥା । ସେଠାରେ ଦୂର ଦୂର ପର୍ଯ୍ୟନ୍ତ ସବୁଜ ବନାନୀ । ଏଭଳି ପରିବେଶ ଆପଣ ଦେଖିଲେ କୌଣସି ନିଆରା ଦୁନିଆରେ ହଜିଯିବେ । ସେହିଭଳି ଏକ ମନମୁଗ୍ଧକର ସ୍ଥାନ ହେଉଛି ’ଷ୍ଟୋନ୍ ହେଞ୍ଜ’ । ହଜାର ହଜାର ବର୍ଷ ପୁରାତନ ଏହି ସ୍ଥାନ । ଯାହା ଆଜି ବି ରହସ୍ୟମୟ । ତେବେ କଣ ଏହି ସ୍ଥାନର ରହସ୍ୟ ଆଉ ବିଶେଷତ୍ୱ ବିଷୟରେ ଚାଲନ୍ତୁ ଜାଣିବା ।
ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ହେବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳା ଯାଉଛି । ଆଜି ସକାଳ ୯ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି । ଟିମ୍ ଇଣ୍ତିଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।