/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637925649.jpg)
Groom came with Helicopter to take bride
ସୁରଟ : ହିନ୍ଦୁ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିଚାର କରାଯାଏ। ପ୍ରତ୍ୟେକ ବାଡୁଅ ଯୁବକ ଯୁବତୀ ଏହି ପବିତ୍ର ଦିନକୁ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି। ଜୀବନରେ ଏହି ଦିନଟି ଥରେମାତ୍ର ଆସୁଥିବାରୁ ଅନେକ ଏହାକୁ ନିଆର ଢଙ୍ଗରେ ପାଳନ କରିବାକୁ ଚାହିଁଥାନ୍ତି। କିଏ ବିବାହ ପାଇଁ ସୁଦୂର ଆମେରିକା ଯାଏ ତ କିଏ ପୁଣି ସ୍କଟଲ୍ୟାଣ୍ଡ୍। ଅନେକ ତ ବିବାହ ପାଇଁ ଅଜବ ସ୍ଥାନ ବାଛିଥାନ୍ତି। କିଏ ପର୍ବତ ଶିଖରରେ ବାହା ହୋଇଥାନ୍ତି ତ ପୁଣି କିଏ ଗଛ ଉପରେ ବେଦୀ ବାନ୍ଧିଥାନ୍ତି। ବିହାହରେ ଅନେକ ତ କୋଟି କୋଟି ଟଙ୍କା ପାଣି ଭଳି ଢାଳି ଦେଇଥାନ୍ତି।
ବିବାହ ଦିନ କନ୍ୟା ଚାହିଁ ବସିଥାଏ ତା’ ମନର ମଣିଷକୁ। ତା’ ଜୀବନସାଥୀ କେମିତି ଆସିବ, ଗାଁ ଦାଣ୍ଡ କେମିତି ବାଜା ବାଣରେ କମ୍ପିବ। ଆକାଶ ମାର୍ଗ କିପରି ଝକମକ ହୋଇଉଠିବ ବିଭିନ୍ନ ଆଜସବାଜୀରେ ଏହି ଭାବନାରେ ଥାଏ କନ୍ୟା। ବର ବେଶ ସାଜି ପୁଅ କନ୍ୟାକୁ ଆଣିବା ନେଇ ନିଜର ବରଯାତ୍ରୀ ନେଇ ଝିଅ ଘରକୁ ଯାଇଥାଏ। କିଏ କାର୍ ନେଇ ଯାଏ ତ ପୁଣି କିଏ ଘୋଡା ତ ପୁଣି କିଏ ବିଭିନ୍ନ କାରୁକାର୍ଯ୍ୟରେ ସଜ୍ଜାହୋଇଥିବା ରଥରେ ଯାଇ କନ୍ୟାକୁ ଆଣିଥାଏ। କିନ୍ତୁ ଆଜି ଆମେ ଏଭଳି ଏକ ନିଆରା ବର ଓ ତା’ର କନ୍ୟାକୁ ଆଣିବାର ଯୋଜନା ବିଷୟରେ କହିବୁ ଯାହାକୁ ଜାଣି ଆପଣା ଆଶ୍ଚର୍ଯ୍ୟ ହୋଇଯିବେ।
ଦେଖିବାକୁ ମିଳିଥିଲା ଯେ ସୁରଟ ସହରର ଆକାରେ ଏକ ହେଲିକପ୍ଟର ଚକ୍କର ଖାଉଛି। ହେଲିକପ୍ଟରରୁ ହେଉଛି ଫୁଲର ବର୍ଷା। ଏହାକୁ ପ୍ରଥମେ ସ୍ଥାନୀୟ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପରେ ଜଣା ପଡିଥିଲା ଯେ ଜଣେ ବର ତା’ କନ୍ୟାକୁ ନେବା ପାଇଁ ହେଲିକପ୍ଟର ଚଢି ଆସିଛି।
ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁରଟ୍ର ଖଜୋଦ ଗ୍ରାମରେ। ଏହି ଗ୍ରାମରେ ଆୟୋଜିତ ହେଉଥିବା ମାଲଧାରୀ ସମାଜର ଏକ ବିବାହ ଉତ୍ସବରେ ବର ହେଲିକପ୍ଟରରେ ଆସିବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ହେଲିକପ୍ଟରରୁ ଓହ୍ଲେଇବା ପୂର୍ବରୁ ବର ବିବାହ ମଣ୍ଡପ ଉପରେ ହେଲିକାପ୍ଟରରୁ ପୁଣି ଥରେ ଫୁଲ ବର୍ଷା କରିଥିଲେ। ଏହା ସହିତ ବରଯାତ୍ରୀମାନଙ୍କ ଉପରେ ମଧ୍ୟ ଫୁଲ ବର୍ଷା ହୋଇଥିଲା।
ସୁରଟର ମାଲଧାରୀ ସମାଜର ପ୍ରମୁଖଙ୍କ ପୁତ୍ର ରାହୁଲ ଜୋଗରାଣାଙ୍କ ବରଯାତ୍ରୀ ଖଗୋଜ ଗ୍ରାମରେ ପହଞ୍ଚିବାର ଥିଲା। ରାହୁଲଙ୍କ ସାଙ୍ଗମାନେ ଏଭଳି ଆୟୋଜନ କରି ତାଙ୍କ ସାଙ୍ଗକୁ ଏଭଳି ଏକ ନିଆରା ଉପହାର ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)