Advertisment

ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ : ୬ ଆଫ୍ରିକୀୟ ଦେଶକୁ ଉଡ଼ାଣ ବାତିଲ କଲା ବ୍ରିଟେନ

ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରୁଛନ୍ତି ବ୍ରିଟେନ ବୈଜ୍ଞାନିକ । ଏହାପୂର୍ବରୁ ଆଫ୍ରିକାର ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
UK To Ban Travel From 6 Nations

UK To Ban Travel From 6 Nations

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା, ଭୟଭୀତ ହେଲେଣି ବିଶ୍ୱବାସୀ । କିଛି ଦିନର ବ୍ୟବଧାନ ପରେ ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଉଛି । ମହାମାରୀ ଭୟ ପାଇଁ ବ୍ରିଟେନ ଛଅଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି । କରୋନାର ନୂତନ ଭାରିଏଣ୍ଟ୍ ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମୟରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ୍ ଡେଲଟା ତୁଳନାରେ ଅଧିକ ବିପଜ୍ଜନକ । ଦକ୍ଷିଣ ଆଫ୍ରିକାରେ ୩୦ରୁ ଅଧିକ ନୂତନ ଭାରିଏଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ସାଜିଦ୍ ଜାଭିଦ୍ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଛନ୍ତି ।

Advertisment

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ନୂତନ ଭାରିଏଣ୍ଟ୍ B. 1.1.529 ଉପରେ ଅନୁସନ୍ଧାନ କରାଯାଉଥିବା ଘୋଷଣା କରିଛି । ଆଉ ତାପରେ ବିମାନ ସେବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଏକ ବିବୃତ୍ତିରେ ଅନୁସାରେ ନୂତନ ଭାରିଏଣ୍ଟରେ ବିଭିନ୍ନ ପ୍ରକାରରେ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ୍ ଏବଂ ଭାଇରାଲ୍ ଜିନୋମର ମ୍ୟୁଟେସନ୍ ଅନ୍ତର୍ଭୁକ୍ତ । ନୂତନ ଭାରିଏଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥାଏ । ଯାହା ଟିକା, ଚିକିତ୍ସା ଏବଂ ସଂକ୍ରମଣ ପାଇଁ ଭାଇରସର ବ୍ୟବହାରକୁ ବଦଳାଇ ପାରେ । ତେବେ ଭାରିଆଣ୍ଟ B. 1.1.529 ସମ୍ପର୍କରେ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି କୁହାଯାଇଛି ।

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ଜାଭିଦ୍ ଟ୍ୱିଟ୍ କରି କହିଛନ୍ତି, ନୂତନ ଭାରିଏଣ୍ଟ୍ ସମ୍ପର୍କରେ ଅନୁସନ୍ଧାନ ଚାଲିଛି । ବର୍ତ୍ତମାନ ପାଇଁ ଅଧିକ ତଥ୍ୟ ଆବଶ୍ୟକ କିନ୍ତୁ ବେଳହୁଁ ସତର୍କତା ଅବଲମ୍ବନ କରିବା ଉଚିତ୍ । ବଢ଼ୁଥିବା ସଂକ୍ରମଣକୁ ଧ୍ୟାନରେ ରଖି ୬ଟି ଆଫ୍ରିକୀୟ ଦେଶକୁ ରେଡ୍ ଲିଷ୍ଟରେ ଯୋଡାଯାଇଛି । ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବ ଏବଂ ବ୍ରିଟେନକୁ ଆସୁଥିବା ଯାତ୍ରୀମାନଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ ।"

Advertisment

ଜନତାଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ଟିକାକରଣ ଅଭିଯାନକୁ ଆଗାମୀ ସମୟରେ ଆହୁରି ମଜବୁତ କରାଯିବ। ଶୀତ ପାଖେଇ ଆସୁଥିବା ବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।"

ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଦିନ ଏକ ଜରୁରୀକାଳୀନ ବୈଠକ ଡକାଇ ଦକ୍ଷିଣ ଆଫ୍ରିକା ଏବଂ ବୋତ୍ସବାନାରେ ସମ୍ଭାବ୍ୟ ରୂପରେ ବିସ୍ତାରିତ ହେଉଥିବା COVID ଷ୍ଟ୍ରେନ୍ ଉପରେ ଆଲୋଚନା କରାଯାଇଛି । ଏହାପୂର୍ବରୁ ବ୍ରିଟେନର ବୈଜ୍ଞାନିକମାନେ ବୋତ୍ସବାନାରେ ଏକ କରୋନାଭାଇରସ୍ ଷ୍ଟ୍ରେନ୍ ଉପସ୍ଥିତି ବିଷୟରେ ଚେତାବନୀ ଦେଇଛନ୍ତି, ବର୍ତ୍ତମାନ ସୁଦ୍ଧା ଯାହାର ୩୨ଟି ପରିବର୍ତ୍ତନ ହୋଇସାରିଛି।

UK New Covid Variant
Advertisment
Advertisment