Advertisment

ସ୍ୱାଧୀନତା ପରେ ଦେଶରେ ପ୍ରଥମ, ବଢ଼ିଲା ମହିଳାଙ୍କ ସଂଖ୍ୟା

ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ହାର ବଢିଛି । ଏବେ ଭାରତରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦। ତେବେ ଦେଶରେ ଏବେ ଜନସଂଖ୍ୟା ସ୍ଥିର ରହିଥିବା ସର୍ବେକ୍ଷଣରୁ ଜଣାପଡିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India records more women than men

India records more women than men

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ହାର ଅଧିକ ହୋଇଛି । ୫ମ ପର୍ଯ୍ୟାୟ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ( NFHS) ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ନୂତନ ସର୍ଭେ ଅନୁଯାୟୀ, ଏବେ ଭାରତରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିଲିଜ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟରେ ଏଇ ତଥ୍ୟ ପ୍ରକାଶ ପାଇଛି। 

Advertisment

ଏହା ପୂର୍ବରୁ ୨୦୧୫-୧୬ରେ  NFHS  ଚତୁର୍ଥ ପର୍ଯ୍ୟାୟ ସର୍ବେକ୍ଷଣରେ ପ୍ରତି ୧ ହଜାର ପୁରୁଷରେ ୯୯୧ ଜଣ ମହିଳା ଥିଲେ। ଏଥର କିନ୍ତୁ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ଲିଙ୍ଗ ଅନୁପାତ ହାର ପ୍ରତି ଏକ ହଜାର ପୁରୁଷରେ ୧,୦୩୭ ମହିଳା ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେହିପରି ସର୍ଭେ ଅନୁଯାୟୀ, ୨୩ଟି ରାଜ୍ୟରେ ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରରୁ ଅଧିକ ଥିବା ଜଣାପଡ଼ିଛି। 

ଅନ୍ୟପକ୍ଷରେ, ଦେଶରେ ପ୍ରଜନନ ହାର ବା ଜୀବନ କାଳରେ ମହିଳାଙ୍କର ସନ୍ତାନ ଜନ୍ମ ହାର ୨.୨ରୁ ୨କୁ ହ୍ରାସ ପାଇଛି। ଏହାଦ୍ୱାରା ଦେଶରେ ଜନସଂଖ୍ୟା ଏବେ ପ୍ରାୟ ସ୍ଥିର ହୋଇଯାଇଛି। ସେହିପରି ଦେଶରେ ଗର୍ଭନିରୋଧକ ପ୍ରସାର ହାର ମଧ୍ୟ ବୃଦ୍ଧି ପାଇଛି। ଗର୍ଭନିରୋଧକ ପ୍ରସାର ୫୪%ରୁ ବୃଦ୍ଧି ପାଇ ୬୭%ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସର୍ବେକ୍ଷଣର ତଥ୍ୟରୁ ଏହା ଜଣାପଡ଼ିଛି। ସର୍ବେକ୍ଷଣରୁ ଆହୁରି ଜଣାପଡ଼ିଛି ଯେ, ଦେଶରେ ପରିବାର ନିୟୋଜନର ଆବଶ୍ୟକତା ୧୩%ରୁ ୯ %କୁ କମି ଆସିଛି। ପ୍ରଜନନ ହାର ୨.୧କୁ ଜନସଂଖ୍ୟା ସ୍ଥିରତା ବୋଲି ଧରାଯାଏ। ତେଣୁ ପ୍ରଜନନ ହାର ଏହାଠାରୁ ତଳକୁ ଖସି ଥିବାରୁ ଜନସଂଖ୍ୟା ଏବେ ସ୍ଥିର ଥିବା ଜଣାପଡ଼ିଛି। 

Advertisment
National Health Mission Census Of India India Sex Ratio National Family And Health Survey
Advertisment
Advertisment