• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ’ଷ୍ଟୋନ୍ ହେଞ୍ଜ’ ହଜାର ବର୍ଷର ପଥର

ଇଂଲଣ୍ଡ: ଇଂଲଣ୍ଡର ଗ୍ରାମୀଣ ଅଂଚଳ ବେଶ୍‌ ସୁନ୍ଦର । କାରଣ ଏଠାରେ ଦୂର ଦୂର ପର୍ଯ୍ୟନ୍ତ ପ୍ରକୃତିର ଅଦ୍ଭୁତ ସୁନ୍ଦରତା ଦେଖିବାକୁ ମିଳେ । ତେବେ ଲଣ୍ଡନ ଠାରୁ ବାହାରିବା ପରେ ଏଭଳି କିଛି ପ୍ରାକୃତିକ ଦୃଶ୍ୟ ହିଁ ସାମ୍ନାକୁ ଆସିଥାଏ । ଆଉ ପ୍ରାକୃତିକ ଦୃଶ୍ୟ ସହ ସେଠାରେ ଦେଖିବାକୁ ମିଳେ ଏକ ରହସ୍ୟମୟ ସ୍ଥାନ । ଯାହାର ନାଁ ‘ଷ୍ଟୋନ୍ ହେଞ୍ଜ’।

ଷ୍ଟୋନ୍ ହେଞ୍ଜ’ହେଉଛି ପାଖାପାଖି ୪ ହଜାର ବର୍ଷ ପୂର୍ବରୁ ନିର୍ମିତ ବିଶାଳକାୟ ପଥର ‌ଆକୃତି । ଯାହାକୁ ଦେଖିବା ହିଁ ଏକ ଅନୁଭବ । ଏହାକୁ ଦେଖିବା ମାତ୍ରେ ଲାଗେ ଯେପରି ଇତିହାସ ଜୀବନ୍ତ ହୋଇଯାଉଛି । ମନରେ ପ୍ରଶ୍ନ ନିଶ୍ଚୟ ‌ଆସିବ ଯେ, ହଜାର ହଜାର ବର୍ଷ ପୂର୍ବେ ଏହାର ନିର୍ମାଣ କିପରି ହୋଇଥିବ । କିଏ କରାଇଥିବ ଏହାର ନିର୍ମାଣ । ବିନା କୌଣସି ‌ଆଧୁନିକ ଉପକରଣରେ ଏ ପଥର ଗୁଡିକୁ କିପରି ସ୍ଥାପନ କରାଯାଇଥିବ ।

ଭୂମିକମ୍ପ ଇତ୍ୟାଦି ଆସିଲେ ଏ ପଥର କ୍ଷତ ବିକ୍ଷତ ହୋଇନାହିଁ କିପରି ଆଉ କାହିଁକି । ଏହି ଷ୍ଟୋନ୍ ହେଞ୍ଜର ଚାରିପାଖରେ ବର୍ତ୍ତମାନ ମାନ ବାଡ ଦିଆଯାଇଛି । ପୂର୍ବରୁ ଏହା ଭିତରକୁ ଯିବାକୁ ପର୍ଯ୍ୟଟକଙ୍କୁ ଅନୁମତି ଥିଲା । କିନ୍ତୁ ପର୍ଯ୍ୟଟକମାନେ ଏହାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବାରୁ ଏହାକୁ ବନ୍ଦ କରିବାକୁ ପଡିଛି । ବର୍ତ୍ତମାନ ଆପଣ କେବଳ ବାହାରୁ ଏହାକୁ ଦେଖି ଏହାର ରହସ୍ୟର ଆନନ୍ଦ ନେଇପାରିବେ ।

'Stone Heinz''Stone Heinz'

ବିଶେଷଜ୍ଞ ମାନେ କହିଥାଆନ୍ତି ଯେ, ଯେଉଁ ସ୍ଥାନରେ ’ଷ୍ଟୋନ୍ ହେଞ୍ଜ’ ଅଛି ତାହା ୧୦ ହଜାର ବର୍ଷ ହେବ ସ୍ୱାଧୀନ ଭାବେ ରହିଛି । ’ଷ୍ଟୋନ୍ ହେଞ୍ଜ’ ର ନିର୍ମାଣ ୪ରୁ ୫ ହଜାର ବର୍ଷ ପୁରୁଣା । ଗବେଷଣାରୁ ଜଣାପଡିଛି ଯେ, ଏହି ସ୍ଥାନରେ ’ଷ୍ଟୋନ୍ ହେଞ୍ଜ’ ଠାରୁ ୧୫ ଗୁଣା ବିଶାଳକାୟ ପଥରର ନିର୍ମାଣ ବି ଇତିହାସରେ ରହିଥାଇପାରେ । ଏହି ସ୍ଥାନକୁ ପୁରାତନ ସମୟରେ ପବିତ୍ର ସ୍ଥାନର ମାନ୍ୟତା ମିଳିଥିଲା । ଏଠାରେ ମୃତବ୍ୟକ୍ତି ମାନଙ୍କୁ ସମାଧି ଦିଆଯାଇଥାଏ ବୋଲି ବିଶ୍ୱାସ କରାଯାଏ । ଏହି ପଥରର ଆକାର ୯ ମିଟର ଲମ୍ବା ଓ ଓଜନ ୨୫ ଟନ୍ । କିନ୍ତୁ ଏହି ପଥରକୁ ଏହି ସ୍ଥାନକୁ କିଭଳି ଅଣାଯାଇଥିବ ତାହା ଆଜି ବି ରହସ୍ୟ । କାରଣ ଯେଉଁ ସ୍ଥାନରେ ଏଭଳି ପଥର ଉପଲବ୍ଧ ସେହି ସ୍ଥାନ ’ଷ୍ଟୋନ୍ ହେଞ୍ଜ’ ଠାରୁ ୨୦ ମାଇଲ୍ ଦୂରରେ ।

ବୈଜ୍ଞାନିକମାନଙ୍କୁ ଏଠାରେ ୩୫୦ ହାଡ ଓ ଅନେକ ଜୀବାଶ୍ମ ମିଳିଛି । ତେଣୁ ଅନୁମାନ କରାଯାଏ ଯେ ଏହି ସ୍ଥାନ ଦୀର୍ଘ ସମୟ ଧରି ଲୋକମାନଙ୍କର ବାସସ୍ଥାନ ରହିଥିଲା । ସ୍ଥାନୀୟ ଅଂଚଳରେ ଏହି ’ଷ୍ଟୋନ୍ ହେଞ୍ଜ’ କୁ ନେଇ ବିଭିନ୍ନ ବହି ମଧ୍ୟ ଉପଲବ୍ଧ ହୋଇଥାଏ । ତେବେ ଏହି ’ଷ୍ଟୋନ୍ ହେଞ୍ଜ’ ର ନିର୍ମାଣ ଓ ଇତିହାସକୁ ନେଇ ଆଜି ବି ଗବେଷଣା ଜାରି ରହିଛି ।

ଯେଉଁ ଭଳି ଏହି ପଥର ଗୁଡିକୁ ଯୋଡା ଯାଇଥିଲା, ତାହା ସାମାନ୍ୟ କାଠରେ ମଧ୍ୟ ବ୍ୟବହାର କରାଯାଏ । ଆଉ ଏଭଳି କାମ ୫ ହଜାର ବର୍ଷ ପୂବେର୍ ଅସମ୍ଭବ ସଦୃଶ୍ୟ । ଗବେଷଣା କୁହେ ଯେ, ଏଠାରେ ଯେଉଁ କାରିଗର ପଥର ଆଣିଥିଲେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା କିମ୍ବା ସେମାନେ ନିଜ ଜୀବନର ଶେଷ ଦିନ ’ଷ୍ଟୋନ୍ ହେଞ୍ଜ’ ନିକଟରେ ହି ବିତାଇଥିଲେ । ଏହି ପଥର ୧୦୦୦ ଡିଗ୍ରୀ ତାପମାତ୍ରା ମଧ୍ୟ ସହିପାରେ । ଅନୁମାନ କରାଯାଏ ଏଠାରେ ୧୫୦ରୁ ୨୪୦ ସମାଧି ରହିଛି । ଆଉ ଏହିଭଳି ନିର୍ମାଣ ହି ଆମ ବିଶ୍ୱକୁ ବିଚିତ୍ର ବନାଏ ।