/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642051546.jpg)
two brother
ଭୁଲି ହେବନି ଦେଶ ବିଭାଜନ ବ୍ୟଥା । ଭାରତ ମାତା ଛାତିରେ ଶତାବ୍ଦୀ ଶତାବ୍ଦୀ ଧରି ରହିବ ବିଭାଜନର କ୍ଷତ । କେତେ ଯେ ପରିବାର ନିଜ ଲୋକଙ୍କ ଠାରୁ ଅଲଗା ହୋଇଯାଇଥିଲେ, ତାହା ଗଣିହେବ ନାହିଁ । ରକ୍ତର ନଦୀ ବହିଥିଲା । ଘୃଣା ଏବଂ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।୧୯୪୭ରେ ବିଭାଜନ ସମୟରେ ଅନେକ ପରିବାର ଅଲଗା ଅନେକ ଲୋକ ପାକିସ୍ତାନ ଚାଲି ଯାଇଥିବା ବଳେ କେତେକ ଭାରତରେ ରହିଯାଇଲେ । ହେଲେ ଏବେ ପାକିସ୍ତାନର କରତାରପୁର କରିଡରରେ ୭୪ ବର୍ଷ ପରେ ବିଭାଜନ ସମୟରେ ଅଲଗା ହୋଇଯାଇଥିବା ଦୁଇ ଭାଇଙ୍କ ଭେଟଘାଟ ହୋଇଛି ।
ପାକିସ୍ତାନର ମହମ୍ମଦ ସିଦ୍ଦିକ ଏବଂ ଭାରତର ହବିବ ଦୀର୍ଘ ୭ ଦଶନ୍ଧି ପରେ ଜଣେ ଜଣଙ୍କୁ ଦେଖିପାରିଛନ୍ତି ଓ ଆଉ ତା’ପରେ ଉଭୟେ ପରସ୍ପରକୁ ଆଲିଙ୍ଗନ କରି କାନ୍ଦି ଉଠିଛନ୍ତି । ସେମାନଙ୍କ ଆଖି କୋଣରେ ବିଭାଜନର ଯନ୍ତ୍ରଣା ଏବେ ବି ସତେଜ ଲାଗୁଛି । ଏହି ଦୁଇ ଭାଇଙ୍କ ସାକ୍ଷାତର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରହୁଥିବା ବେଳେ ତାଙ୍କ ଭାଇ ହବିବ ଭାରତର ପଞ୍ଜାବର ରୁହନ୍ତି। ୧୯୪୭ରେ ବିଭାଜନ ସମୟରେ ଉଭୟ ଭାଇ ଅଲଗା ହୋଇଯାଇଥିଲେ । ହେଲେ ଏବେ ଦୁଇ ଭାଇ ମହମ୍ମଦ ଓ ହବିବ ଏକାଠି ହୋଇଛନ୍ତି । କରତାରପୁର କରିଡର ଉଭୟଙ୍କୁ ଏକାଠି କରିଛି ।
Kartarpur Sahib corridor has reunited two elderly brothers across the Punjab border after 74 years. The two brothers had parted ways at the time of partition. A corridor of reunion 🙏 pic.twitter.com/g2FgQco6wG
— Gagandeep Singh (@Gagan4344) January 12, 2022
ସିଦ୍ଦିକି ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ନିଜ ଭାଇଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ । ତାଙ୍କ ଭିଡ଼ିଓ ଦେଖିବା ପରେ ଉଭୟ ପରିବାର ଯୋଗାଯୋଗ କରି ସାକ୍ଷାତ କରିଥିଲେ । ଚେଲା ବଡ଼ ଭାଇ ସିଦ୍ଦିକଙ୍କୁ ଭେଟିବା ପରେ ଅନେକ କଥା କହିଛନ୍ତି । ମା ଆଉ ଏହି ଦୁନିଆରେ ନାହାଁନ୍ତି ବୋଲି ଭାଇକୁ କହି କାନ୍ଦିଛନ୍ତି । ଚେଲା ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।କରତାରପୁର କରିଡର ଖୋଲିବା ସହ ଭିସା ମୁକ୍ତ ଯାତ୍ରା ସୁବିଧା ଯୋଗାଇ ଦେଇଥିବାରୁ ଏହି ଦୁଇ ଭାଇ ଭାରତ-ପାକିସ୍ଥାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କରତାରପୁରର ଗୁରୁଦ୍ୱାର ସାହେବରେ ଏହି ଦୁଇ ଭାଇଙ୍କ ସାକ୍ଷାତର ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଏବଂ ପାକିସ୍ତାନର ବହୁ ୟୁଜର ଏହି ଭିଡିଓ ଦେଖି ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି ଏବଂ କରତାରପୁର କରିଡର ଖୋଲିବା ପାଇଁ ଭାରତ ଏବଂ ପାକିସ୍ଥାନ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଭାରତ ଏବଂ ପାକିସ୍ଥାନର ବିଭାଜନର ଯନ୍ତ୍ରଣା ସହିତ ଜଡିତ ଏହିପରି ଅନେକ କାହାଣୀ ରହିଛି । ଯେଉଁଥିରେ ଅନେକ ପରିବାର ବର୍ଷ ବର୍ଷ ପରେ ଆତ୍ମୀୟସ୍ୱଜନଙ୍କୁ ଭେଟିବାକୁ ସୁଯୋଗ ପାଇଛନ୍ତି । ଏହି କାହାଣୀଗୁଡିକ ମଧ୍ୟରୁ କେତେକ ଉପରେ ପୁସ୍ତକ ଲେଖାଯାଇ ଥିବା ବେଳେ ଅତୀତରେ କେତେକ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)