• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନା କାଳ ଭିତରେ ଆସିଛି ସବୁଠୁ ବଡ଼ ଖବର । ତେବେ ଏହି ଖବର ଜାଣିଲେ ଯେ କେହି ବି ମୁଣ୍ଡରେ ହାତ ଦେବେ । କାରଣ ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍‌କୁ କିଛି ମାତ୍ରାରେ ବ୍ରେକ୍‌ ଦେଇ ହେବ । ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର  ଆଶଙ୍କା ରହିଛି ।   

ଦେଶରେ ପ୍ରଥମ ଥର ପାଇଁ ଚଣ୍ଡିଗଡ଼ରେ ସିୱେଜ୍‌ ସାମ୍ପୁଲ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଛି । ବିଭିନ୍ନ ସ୍ଥାନରୁ ଏହି ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ଏହି ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍‌ ଆସଥିଲା । ହେଲେ ଏହାପରେ ରାଜ୍ୟରେ କରୋନା ସଂକ୍ରମଣ ଅହେତୁକ ବୃଦ୍ଧି ପାଇଥିଲା । ପରେ ବିଭିନ୍ନ ସିୱେଜ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବା ପରେ ତାହା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ତେଣୁ ଏବେ ପ୍ରତି ସପ୍ତାହରେ ଏଭଳି ବିଭିନ୍ନ ସ୍ଥାନରୁ ସିୱେଜ୍‌ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯିବ ।

ଅନ୍ୟପଟେ ପିଜିଆଇ ପକ୍ଷରୁ କିଛି ସ୍ଥାନରୁ ପାଣିର ସମ୍ପୁଲ ମଧ୍ୟ ସଂଗ୍ରହ କରାଯାଇ ଡିସେମ୍ବରରେ ପରୀକ୍ଷା କରାଯାଇଥିଲା । ଚଣ୍ଡିଗଡ଼ ଓ ପଞ୍ଜାବର ଅମ୍ରିତସରର ବିଭିନ୍ନ ସ୍ଥାନରୁ ବ୍ୟବହୃତ ପାଣିର ନମୁନା ସଂଗ୍ରହ କରାଯାଇଥିଲା । ଏହି କୌଶଳ ଅତୀତରେ ମଧ୍ୟ ପୋଲିଓ ରୋଗ ଚିହ୍ନଟ ପାଇଁ ବ୍ୟବହାର କରାଯାଇଥିଲା । ପୋଲିଓ ରୋଗର ଜୀବାଣୁ ମଳରୁ ମଧ୍ୟ ଚିହ୍ନଟ ହୋଇଥିଲା । ଠିକ୍‌ ସେହିଭଳି କରୋନା ଭୂତାଣୁ ବାହକ ମଧ୍ୟ ଚିହ୍ନଟ କରାଯାଉଛି । ଯାହାଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ ।