Advertisment

ବର୍ଷର ଆରମ୍ଭରୁ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅକାଳରେ ଚାଲିଗଲା ୮ ଜୀବନ

ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Train Derails In West Bengal

Train Derails In West Bengal

ଜଲପାଇଗୁଡ଼ି: ‍ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ଜଲପାଇଗୁଡ଼ି ଜିଲ୍ଲା ମୟନାଗୁଡ଼ି ଟାଉନ ନିକଟରେ ବିକାନେର-ଗୌହାଟି ଏକ୍ସପ୍ରେସ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ପରେ ରେଲ୍‌ୱେ ଟ୍ରାକ୍‌ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। 

Advertisment

ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୫୦ ଆହତଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ୨୪ ଜଣଙ୍କୁ ଜଲପାଇଗୁଡ଼ି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୧୬ ଜଣଙ୍କୁ ମୟନାଗୁଡ଼ି ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ପଶ୍ଚିମବଙ୍ଗର New Dimohani ଓ New Maynaguri ରେଲ୍‌ୱେ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବିକାନେର-ଗୌହାଟି ଏକ୍ସପ୍ରେସ୍‌ ବିକାନେରରୁ ଗୌହାଟି ଯାଉଥିବା ବେଳେ ମୟନାଗୁଡ଼ି ଟାଉନ ନିକଟରେ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା, ଗମ୍ଭୀର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ଘୋଷଣା ହୋଇଛି। 

Advertisment

ଦୁର୍ଘଟଣାକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ସମ୍ପର୍କରେ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

Train Accident Train Accident In West Bengal Train Derails In West Bengal Guwahati-Bikaner Express Train Derail
Advertisment
Advertisment