India Open 2022
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କରୋନାର କାୟା। ୭ ଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। RTPCR ଟେଷ୍ଟ ପରେ ଖେଳାଳିମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ବ୍ୟାଡ୍ମିଣ୍ଟନ ୱାର୍ଲଡ୍ ଫେଡ୍ରେସନ୍ (BWF) ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଖେଳାଳିଙ୍କ RTPCR ଟେଷ୍ଟ ହୋଇଥିଲା। ପଜିଟିଭ୍ ଚିହ୍ନଟ ସମସ୍ତ ୭ ଜଣ ଖେଳାଳି ଏବେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିବା ଜଣାପଡ଼ିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୭ ଖେଳାଳି ହେଲେ- କିଦାମ୍ବି ଶ୍ରୀକାନ୍ତ, ଅଶ୍ୱିନୀ ପୋନପ୍ପା, ରିତିକା ରାହୁଲ ଠାକୁର, ତ୍ରିସା ଜୋଲି, ମିଥୁନ ମଞ୍ଜୁନାଥ, ସିମରନ୍ ଅମନ୍ ସିଂ ଓ ଖୁସି ଗୁପ୍ତା।
ଯଦିଓ ୭ ଜଣ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତେବେ ମେନ୍ ଡ୍ର’ରେ ତାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ସୁଯୋଗ ଦିଆଯିବ ନାହିଁ। କରୋନା ସଂକ୍ରମିତ ଖେଳାଳିଙ୍କ ପ୍ରତିଦ୍ୱନ୍ଦୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ବୋଲି ସୂଚନା ମିଳିଛି।
🚨UPDATE#YonexSunriseIndiaOpen2022#Badminton#COVID19pic.twitter.com/IMhsbf9UWm
— BAI Media (@BAI_Media) January 13, 2022
ଅନ୍ୟପକ୍ଷେ, ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ। ୨୪ ଘଣ୍ଟାରେ ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ୨୭% ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)