• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଟ୍ରେନ୍‌ ହେଲା ଲାଇନ୍‌ଚ୍ୟୁତ। ଗୌହାଟି-ବିକାନେର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଏକ୍ସପ୍ରେସର ଏକାଥରକେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୦ ଜଣ ଆହତ ହୋଇଛନ୍ତି।

ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍‌ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍‌ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ତେବେ ଲାଇନ୍‌ଚ୍ୟୁତ ହୋଇଥିବା ୧୨ଟି ବଗି ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଛି । ବଗିଗୁଡ଼ିକ ଏଣେତେଣେ ଛିଟିକି ପଡ଼ିଛି। ଏହି ଘଟଣା ଆଜି ସନ୍ଧ୍ୟା ୫ଟାରେ ଘଟିଛି ।

 

ବିକାନେର-ଗୌହାଟି ଏକ୍ସପ୍ରେସ ଦୁର୍ଘଟଣାର ହାଇଲେବୁଲ ରେଲେଓ୍ବ ସେଫ୍ଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣା ନେଇ ହେଲ୍ପଲାଇନ ନମ୍ବର ଜାରି କରିଛି ରେଳ ମନ୍ତ୍ରାଳୟ। ହେଲ୍ପଲାଇନ ନମ୍ବର- ୦୩୬୧୨୭୩୧୬୨୨, ୦୩୬୧୨୭୩୧୬୨୩।  

ବିକାନେର ଏକ୍ସପ୍ରେସ ଦୁର୍ଘଟଣା ସ୍ଥଳକୁ କାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯିବେ। ଏନେଇ ଟୁଇଟ୍ କରି ଜଣାଇଲେ ରେଳ ମନ୍ତ୍ରୀ। ଏନେଇ ସେ ବରିଷ୍ଠ ଅଧିକାରୀ ଏବଂ ମେଡିକାଲ ଟିମ୍ ଘଟଣା ସ୍ଥଳରେ ଥିବା ଜଣାଇଛନ୍ତି। ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ମିଳିବ। ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ମିଳିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।