• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତୁଷାରପାତ ଏବଂ ପାଣିପାଗରେ ପରିବର୍ତ୍ତନ ହେତୁ ହିମାଚଳ ପ୍ରଦେଶ ଏବଂ ବିଶେଷକରି ଶିମଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ସହିତ କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏକ ଲଙ୍ଗ ଜମ୍ପ ଦେଖିବାକୁ ମିଳିଛି । ରାଜ୍ୟରେ କରୋନା ଆକ୍ଟିଭ୍‌ କେସ୍‌ ଏବେ ୬୯୩୭ ସଂଖ୍ୟାରେ ପହଞ୍ଚି ସାରିଛି । ଯାହା ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୁରୁବାର ଦିନ ଗୋଟାଏ ସୁଦ୍ଧା ୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ୮୦୪ ଆକ୍ଟିଭ୍‌ କେସ୍‌ ରହିଛି । ସେଥିମଧ୍ୟରୁ ୭୫୬ ଜଣ କରୋନା ସଂକ୍ରମିତଙ୍କୁ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟାରୁ ୨୦ ଜଣଙ୍କୁ ଆଇଜିଏମସିରେ ଏବଂ ୨୫ ଜଣଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାଣିପାଗର ପରିବର୍ତ୍ତନ ମୁଖ୍ୟ କାରଣ

ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁରେଖା ଚୋପ୍ରାଙ୍କ ଅନୁଯାୟୀ, ଜିଲ୍ଲାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାର ମୁଖ୍ୟ କାରଣ ହେଉଚି ଶୀତ । ହଠାତ୍‌ ଥଣ୍ଡା ପଡ଼ିବାରୁ ସଂକ୍ରମଣ କ୍ଷିପ୍ର ବେଗରେ ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି, ଯଦିଓ କରୋନା ମାମଲା ବୃଦ୍ଧି ପାଇଛି, କିନ୍ତୁ ଅଧିକ ଗୁରୁତର ମାମଲା ସାମ୍ନାକୁ ଆସିନାହିଁ । ସେ କହିଛନ୍ତି, ସିମ୍‌ଲାର ଡାକ୍ତରଖାନାଗୁଡ଼ିକରେ ୫୦୦ରୁ ଅଧିକ ବେଡ୍‌ ଉପଲବ୍ଧ ରହିଛି । ଅନ୍ୟପଟେ ଯଦି ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼େ ତେବେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ।

ସତର୍କ ରହିବା ଜରୁରୀ

ଡକ୍ଟର ସୁରେଖା ଚୋପ୍ରା କହିଛନ୍ତି ଯେ, ଏଥର କରୋନା ମାମଲା ଅଧିକ ସାମ୍ନାକୁ ଆସୁଛି । କ୍ଷିପ୍ର ବେଗରେ ସଂକ୍ରମଣ ବୃଦ୍ଧି ପାଉଛି ସତ, ହେଲେ ପୂର୍ବଥର ଭଳି ଗୁରୁତର ମାମଲା ସାମ୍ନାକୁ ଆସିନାହିଁ । ଲୋକେ ବିଶେଷ ଗୁରୁତର ହେଉ ନାହାନ୍ତି । ପୂର୍ବଥର ଯେମିତି ଅକ୍ସିଜେନ୍‌ ଅଭାବ ରହିଥିଲା ବା ଅକ୍ସିଜେନ୍‌ ଆବଶ୍ୟକ କରୁଥିବା ରୋଗୀ ଅଧିକ ମାତ୍ରାରେ ହସ୍ପିଟାଲକୁ ଆସୁଥିଲେ, ଏଥର କିନ୍ତୁ ସେହିଭଳି ପରିସ୍ଥିତି ନାହିଁ । ସେ ଆହୁରି କହିଛନ୍ତି, କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତେ ସତର୍କ ରହିବାକୁ ହେବ । ଏହାସହ କରୋନାର ସାମାନ୍ୟତମ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ ବୋଲି ସେ କହିଛନ୍ତି । କାରଣର ସଂକ୍ରମଣର ପ୍ରକୃତ କାରଣ କିମ୍ବା ଠୋସ୍ ଲକ୍ଷଣ ଏବେ ବି ଦ୍ୱନ୍ଦ୍ୱରେ । ସତର୍କ ରହିବା ସହ କରୋନାର ସବୁ ନିୟମ ପାଳନ କରିବା ଆବଶ୍ୟକ ।