• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚୀନରେ ରହିଛି ଆଉ ଏକ ୱାଲ୍‌

ଗ୍ରେଟ୍ ୱାଲ ଅଫ୍‌ ଚାଇନା । ଏହା ବିଷୟରେ ଆମେ ସମସେ୍ତ ଜାଣିଛୁ । କିନ୍ତୁ ଏହି ୱାଲ୍‌ ବ୍ୟତୀତ ଚୀନରେ ରହିଛି ଆଉ ଏକ ୱାଲ୍‌ । ଯାହା ବେଶ୍‌ ପୁରାତନ । ଏହି କାନ୍ଥ ରହିଛି ଚୀନର ନାନଜିଙ୍ଗ ସହରରେ । ପାଖାପାଖି ୬୦୦ ବର୍ଷ ପୁରୁଣା ଏହି କାନ୍ଥ ଯାହା ପୁରା ନାନଜିଙ୍ଗ ସହରକୁ କୋଳାଗ୍ରତ କରି ରଖିଛି । ଏହି କାନ୍ଥ ୩୫ କିଲୋମିଟରରୁ ବି ଅଧିକ ଲମ୍ବା । ନାନଜିଙ୍ଗର ଏହି କାନ୍ଥ ନିର୍ମାଣରେ ୩୫କୋଟିରୁ ବି ଅଧିକ ଇଟାର ବ୍ୟବହାର କରାଯାଇଛି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଇଟାରେ ତାକୁ ବନାଇଥିବା ବ୍ୟକ୍ତିର ନାଁ ଖୋଦିତ ହୋଇଛି ।

କୁହାଯାଏ ଏହି ପ୍ରାଚୀନ କାନ୍ଥକୁ ମିଙ୍ଗ ରାଜବଂଶ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ୧୪-୨୧ ମିଟର । ଏହାର ନିର୍ମାଣରେ ୨୧ ବର୍ଷର ସମୟ ଲାଗିଥିଲା । ପାଖାପାଖି ୨ ଲକ୍ଷ ଶ୍ରମିକ ଏହି କାନ୍ଥର କାମ କରିଥିଲେ । ଚୀନର ଅନ୍ୟ ସହର ଗୁଡିକ ଭଳି ନାନଜିଙ୍ଗ ମଧ୍ୟ ଦ୍ରୁତ ଗତିରେ ଉନ୍ନତି କରିବାରେ ଲାଗିଛି । ତେଣୁ ଏଠାରେ ଥିବା ଏହି କାନ୍ଥର ଚାରିପାଖରେ ଅନେକ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେଣୁ ସ୍ଥାନୀୟ ଲୋକମାନେ ଏହି କାନ୍ଥର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ।

୧୯୫୦ ଓ ୬୦ ଦଶକରେ ଏହି କାନ୍ଥ ବହୁଳ ଭାବେ ଅବହେଳିତ ଥିଲା । ଏହାର କିଛି ଅଂଶ ନଷ୍ଟ ମଧ୍ୟ ହୋଇଯାଇଥିଲା । ଏହି କାନ୍ଥର ଇଟା ଗୁଡିକୁ ସେ ସମୟରେ କଢାଯାଇ ଆଉ ଏକ ଅଟ୍ଟାଳିକା ନିର୍ମାଣ କରାଯିବା ପାଇଁ ବ୍ୟବହାର କରାଗଲା । ଏହାର କିଛି ଭାଗକୁ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଗଲା । ଅର୍ଥାତ୍‌ ସହରର ଆଥିର୍କ ବିକାଶ ପାଇଁ ଏହି ଐତିହାସିକ କାନ୍ଥକୁ ଅନେକ ସ୍ଥାନରେ ଭାଙ୍ଗିଦିଆଗଲା । କିଛି ଲୋକମାନେ ଏଠାରେ ଇଟା ମଧ୍ୟ ଚୋରାଇ ନେଇଥିଲେ । ଏହି କାନ୍ଥର ଅପବ୍ୟବହାର ଆରମ୍ଭ କରି ଦେଇଥିଲେ ଲୋକମାନେ । କିନ୍ତୁ ୨୦୧୬ରେ ନାନଜିଙ୍ଗର ସ୍ଥାନୀୟ ସରକାର ଏକ ଅଭିଯାନ ଆରମ୍ଭ କରିଥିଲେ । ସରକାର ସ୍ଥାନୀୟ ଲୋକମାନଙ୍କୁ ଅପିଲ କରିଥିଲେ ଯେ ସେମାନେ ଏହି ଐତିହାସିକ କାନ୍ଥର ଇଟା ଗୁଡିକୁ ଫେରାଇ ଦିଅନ୍ତୁ । ନଚେତ୍‌ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ଲୋକମାନେ ପାଖାପାଖି ୮୦ହଜାର ଇଟା ସ୍ଥାନୀୟ ପ୍ରଶାସନକୁ ଫେରାଇଥିଲେ ।

China wall, nanjingChina wall, nanjing

ବର୍ତ୍ତମାନ ସେହି ଇଟା ଗୁଡିକ ବ୍ୟବହାର କରାଯାଇ ଏହି କାନ୍ଥର ମରାମତି କରାଯାଉଛି । ଏହି ସ୍ଥାନର ଅନେକ ଭାଗକୁ ବୁଲିବା ପାଇଁ ମଧ୍ୟ ବିକଶିତ କରାଯାଇଛି । ଏହି କାନ୍ଥର ମହତ୍ତ୍ୱ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ ସେଠାକାର ସରକାର । ଫଳରେ ଲୋକମାନେ ଏହାର ମହତ୍ତ୍ୱ ବୁଝିପାରି ବର୍ତ୍ତମାନ ଏହାର ସୁରକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି । ସ୍ଥାନୀୟ ଲୋକଙ୍କ ମତରେ ଆଉ ଗୋଟିଏ ଘର ନିର୍ମାଣ କରାଯାଇପାରିବ । କିନ୍ତୁ ଏଭଳି ଐତିହାସିକ ନିର୍ମାଣ ‌ଆଉ କରାଯାଇପାରିବ ନାହିଁ । ଏହା ଚୀନର ଭବ୍ୟ ଇତିହାସର ସମ୍ପତ୍ତି । ତେଣୁ ଏହାକୁ ଗୌରବର ସହ ବଂଚାଇରଖିବା ଆବଶ୍ୟକ ।