• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦେଶରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଟପିଲା

  • ଗତକାଲିଠାରୁ ଆଜି ୨୭ ପ୍ରତିଶତ ଅଧତ୍କ ସଂକ୍ରମିତ ଚିହ୍ନଟ

  • ଦୈନିକ ପଜିଟିଭିଟି ହାର ୧୩.୧୧ ପ୍ରତିଶତ

  • ଦେଶରେ ଦିନକରେ ୩୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ । ୨୪ ଘଣ୍ଟାରେ ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣ ପ୍ରାଣ ହରାଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମିତ ସଂଖ୍ୟା ୩ କୋଟି ୬୩ ହଜାର ୧୭ ହଜାର ୯୨୭ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ହେଲା ୪ ଲକ୍ଷ ୮୫ ହଜାର ୦୩୫ ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୮୮ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଗତକାଲି ତୁଳନାରେ ଆଜି ଦୈନିକ ସକଂକ୍ରମଣ ୨୭ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୮୪ ହଜାର ୮୨୫ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି ।

ଅନ୍ୟପଟେ ଦେଶରେ ବର୍ତ୍ତମାନ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୧୭ ହଜାର ୫୩୧ ଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ପଜିଟିଭିଟି ହାର ରହିଛି ୧୩.୧୧ ପ୍ରତିଶତ । ଗତକାଲି ସୁଦ୍ଧା ସମୁଦାୟ ୧୫୪୬୧୩୯୪୬୫ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି ।

ସେପଟେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନସିଂ ଯୋଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦେଖି ବିଭିନ୍ନ ରାଜ୍ୟରେ ବହୁ କଟକଣା ଲାଗୁ ହୋଇଛି । ତେଣୁ ରାଜ୍ୟ ଗୁଡ଼ିକର କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରି ତାହାକୁ ପ୍ରସ୍ତୁତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇପାରନ୍ତି ।