• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କରୋନାକୁ ରୋକିବାରେ ସକ୍ଷମ ଗଞ୍ଜେଇ । କରୋନା ଭୂତାଣୁକୁ ମାରିବାର କ୍ଷମତା ରଖୁଛି ଗଞ୍ଜେଇ । ଏହା ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଏହା ସତ । ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍‌ ଏସିଡ୍‌ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।

ଗଞ୍ଜେଇ ହେଉଛି ଫାଇବରର ଉତ୍ସ। ମଣିଷ ଓ ପଶୁର ଖାଦ୍ୟ ପାଇଁ ଏହା ବ୍ୟବହୃତ ହୋଇଥାଏ। ଏହାକୁ କସମେଟିକ, ବଡି ଲୋସନ, ଡାଏଟାରୀ ସପ୍ଲିମେଣ୍ଟ ଓ ଖାଦ୍ୟରେ ସାମିଲ କରାଯାଏ ବୋଲି ଆମେରିକାର ଓରେଗନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ଗବେଷକ ରିଚାର୍ଡ ଭାନ ବ୍ରେମେନ କହିଛନ୍ତି।

ଗବେଷଣା କରୁଥିବା ଟିମ୍‌ ଜାଣିବାକୁ ପାଇଛନ୍ତି ଯେ କାନନାବିନଏଡ୍ ଏସିଡ SARS-CoV-2 ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇ ଏହି ଭୂତାଣୁକୁ ସଂକ୍ରମିତ କରିବା ଦିଗରେ ପ୍ରତିବନ୍ଧକ ସାଜିଥାଏ। ଏହି ଗବେଷଣା ରିପୋର୍ଟ ଜର୍ଣ୍ଣାଲ ଅଫ ନ୍ୟାଚୁରାଲ ପ୍ରଡକ୍ଟରେ ପ୍ରକାଶ ପାଇଛି।

ଗଞ୍ଜେଇକୁ ସମସ୍ତେ ନିଶା ଭାବେ ବିବେଚନା କରିନ୍ତି । ହେଲେ ଏହାର ଅନେକ ଔଷଧୀୟ ଗୁଣ ରହିଛି । ଅନେକ ଦେଶରେ ଗଞ୍ଜେଇ ଚାଷ ଓ ଉତ୍ପାଦନକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଗଞ୍ଜେଇରେ ଥିବା କାନାବିଗେରୋଲିକ୍ ଏସିଡ୍ ବା CBGA, କାନାବିଡିଓଲିକ୍ ଏସିଡ୍ ବା CBDA ଓ ସ୍ପାଇକ୍ ପ୍ରୋଟିନ୍ ହେଉଛି ସମାନ ଔଷଧ, ଯାହା କୋଭିଡ ବିରୋଧୀ ଟିକା ଏବଂ ଆଣ୍ଟିବଡି ଥେରାପିରେ ବ୍ୟବହୃତ ହୁଏ।

ରିଚାର୍ଡ ଭାନ ବ୍ରେମେନ କହିଛନ୍ତି ଯେ ହେମ୍ପରେ ପ୍ରଚୁର ପରିମାଣର କାନାବିନଏଡ୍ ଏସିଡ୍ ରହିଥାଏ। ସେଗୁଡ଼ିକ ଗଞ୍ଜେଇରେ ଥିବା ସାଇକୋଆକ୍ଟିଭ୍ ଉପାଦାନ THC ପରି ନିୟନ୍ତ୍ରିତ ପଦାର୍ଥ ନୁହନ୍ତି। ଏହାର ଅର୍ଥ ଏହା ଲୋକମାନଙ୍କୁ ଭଲ ସୁରକ୍ଷା ଯୋଗାଇ ଦେଇପାରେ। ଆମ ଅନୁସନ୍ଧାନରୁ ଜଣାପଡିଛି ଯେ ହେମ୍ପ ଉପାଦନଗୁଡ଼ିକ SARS-CoV-2ର ସବୁ ଭ୍ୟାରିଏଣ୍ଟ ବିରୋଧରେ ସମାନ ଭାବରେ ପ୍ରଭାବଶାଳୀ ହେଉଛି। ପୂର୍ବରୁ ଏହା ଆଲଫା ଓ ବିଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେଉଥିବା ଜଣାପଡ଼ିଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now