Advertisment

ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲା: ଅଭିଯୁକ୍ତ କହିଲେ- ‘ତୁମେ ସବୁ ମରିବ’

ହରିଦ୍ୱାର ଧର୍ମ ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ହେଟ୍‌ ସ୍ପିଚ୍‌ (Haridwar Hate Speech) ଦେବା ଘଟଣାରେ ପୋଲିସ୍‌ ଗତକାଲି ଜଣଙ୍କୁ ଗିରଫ କରିଛି। ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଘଟଣାରେ ପୋଲିସ୍‌ ୱସିମ୍‌ ରିଜ୍‌ଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଗିରଫ କରିଛି।

author-image
Rajalaxmi Sahoo
Cops Make 1st Arrest In Haridwar Hate Speech

Cops Make 1st Arrest In Haridwar Hate Speech

ହରିଦ୍ୱାର ଧର୍ମ ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ହେଟ୍‌ ସ୍ପିଚ୍‌ (Haridwar Hate Speech) ଦେବା ଘଟଣାରେ ପୋଲିସ୍‌ ଗତକାଲି ଜଣଙ୍କୁ ଗିରଫ କରିଛି। ଗିରଫ ଘଟଣାରେ କ୍ରୋଧିତ ହୋଇ ଯତି ନରସିଂହାନନ୍ଦ ପୋଲିସ୍‌ ଅଧିକାରୀଙ୍କୁ କହିଛନ୍ତି, ‘ତୁମେ ସବୁ ମରିବ। ତୁମ ଛୁଆମାନଙ୍କୁ ମଧ୍ୟ...’ ହେଟ୍‌ ସ୍ପିଚ୍‌ ଘଟଣାରେ ଧର୍ମଗୁରୁଙ୍କ ମଧ୍ୟରେ ନରସିଂହାନନ୍ଦ ମଧ୍ୟ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଘଟଣାରେ ପୋଲିସ୍‌ ୱସିମ୍‌ ରିଜ୍‌ଭି ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗିଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ। ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ପୋଲିସ୍‌  ତ୍ୟାଗିଙ୍କୁ ଗିରଫ କରିବା ସମୟରେ ସହଯୋଗ ପାଇଁ ସେ ନରସିଂହାନନ୍ଦଙ୍କୁ ଅନୁରୋଧ କରୁଛନ୍ତି। କାର୍‌ରେ ବସିବା ବେଳେ ନରସିଂହାନନ୍ଦ ପୋଲିସ୍‌ ଅଧିକାରୀଙ୍କୁ ପଚାରିଥିଲେ, କାହିଁକି ତ୍ୟାଗିଙ୍କୁ ଗିରଫ କରାଯାଉଛି ? ମାମଲା ରୁଜୁ ହୋଇଥିବାରୁ ତାଙ୍କୁ ଗିରଫ କରାଯାଉଛି ବୋଲି ପୋଲିସ୍‌ ଜବାବରେ କହିଥିଲେ। ଏହାପରେ ନରସିଂହାନନ୍ଦ କହିଥିଲେ, ‘ମୁଁ ୩ଟି ମାମଲାରେ ତାଙ୍କ ସହ ରହିଛି। କ’ଣ ଏକାକି ସେ ଏସବୁ କରିଛନ୍ତି କି ?’ ୱସିମ୍‌ ରିଜ୍‌ଭି ଗତ ମାସରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଓ ତାଙ୍କ ନାଁ ଜିତେନ୍ଦ୍ର ସିଂ ନାରାୟଣ ତ୍ୟାଗି ରଖାଯାଇଥିଲା। 

ଧର୍ମ ସଂସଦରେ ହେଟ୍‌ ସ୍ପିଚ୍‌ ଘଟଣାରେ ଉତ୍ତରାଖଣ୍ଡ ପୋଲିସ୍‌ ନରସିଂହାନନ୍ଦ ଓ ଅନ୍ୟଜଣେ ସାଧୁ ଅନ୍ନପୂର୍ଣ୍ଣାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏମାନଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହି ମାମଲାରେ  ୧୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

Advertisment

ସୂଚନାଥାଉ କି, ହରିଦ୍ୱାରର ଖଡଖଡି ସ୍ଥିତ ବେଦ ନିକେତନରେ ଗତ ଡିସେମ୍ବର ୧୭ ରୁ ୧୯ ଯାଏ ଧର୍ମସଂସଦର ଆୟୋଜନ କରାଯାଇଥିଲା।  ଏହି ସଭାରେ ସାଧୁ ମାନଙ୍କ ପକ୍ଷରୁ ଖରାପ ଭାଷା ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନେଇ ସାରା ଦେଶରେ ନେଇ ଅନେକ ବିବାଦ ମଧ୍ୟ ଦେଖାଯାଇଥିଲା।

Haridwar Hate Speech
Advertisment
Advertisment