• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଥିବା ବେଳେ ଅନେକ ତାରକା ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି। ଏଥିରୁ ମଧ୍ୟ ବାଦ୍‌ ପଡି ନାହାନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ସିଏ ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସତ, କିନ୍ତୁ ଭିନ୍ନ ଢଙ୍ଗରେ।

୧୯୯୦ ମସିହାରେ କାଶ୍ମୀର ପଣ୍ଡିତଙ୍କ ପଳାୟନରେ ଅନୁପ୍ରାଣିତ ହୋଇ ଫିଲ୍ମ ଉପରେ ରାମ ଗୋପାଲ ବର୍ମା ନିଜର ସମୀକ୍ଷା ଦେଇଛନ୍ତି। ଭିନ୍ନ ଶୈଳୀରେ ବର୍ମା ଏକ ୟୁଟ୍ୟୁବ୍ ଭିଡିଓରେ ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଶଂସା କରିଛନ୍ତି। ରାମ ଗୋପାଳ ଭର୍ମା କହିଛନ୍ତି ଯେ ସେ ଫିଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ତାଙ୍କୁ ଏହା ପ୍ରତି ଘୃଣା ଆସିଯାଇଥିଲା।

ଭିଡିଓରେ ରାମ ଗୋପାଳ ବର୍ମା କହିଛନ୍ତି ଯେ “ମୋର କାଶ୍ମୀର ଫାଇଲ୍ସ ପ୍ରତି ଘୃଣା ଆସିଯାଇଛି, କାରଣ ମୁଁ ପଢିଥିବା ସବୁ କିଛିକୁ ଏହା ନଷ୍ଟ କରିଦେଇଛି। ମୁଁ ଯାହା କିଛି ବି ଭାବିଥିଲି ଏହା ତାହାକୁ ଶେଷ କରିଦେଇଛି।” ବର୍ମା କହିଛନ୍ତି ଯେ ସେ ଆଉ ପଛକୁ ଫେରି ଏହା ବିଷୟରେ ଚିନ୍ତା କରି ପାରିବେ ନାହିଁ। ସେ କହିଛନ୍ତି ଯେ “ମୁଁ ଆଉ ଥରେ ଚିନ୍ତା କରିପାରିନି ନାହିଁ ଯେ ଫିଲ୍ମ କିପରି ତିଆରି କରାଯାଏ। ସେଥିପାଇଁ ମୁଁ କାଶ୍ମୀର ଫାଇଲ୍ସକୁ ଘୃଣା କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା ନିର୍ଦ୍ଦେଶନା ହେଉ ବା ଅଭିନୟ କୌଶଳ କିମ୍ବା ସ୍କ୍ରିପ୍ଟ ତିଆରି ବା ଏଥିରେ ଥିବା ଅନ୍ୟାନ୍ୟ ପ୍ରତିଭା, ମୁଁ ସେ ସବୁକୁ ଘୃଣା କରୁଛି କାରଣ ଏହା ମୋତେ ତିଆରି କରିଛି ​​ଏବଂ ଅଧିକାଂଶ ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ତିଆରି କରିଛି, ବୋଧହୁଏ ସବୁ ଫିଲ୍ମ ନିର୍ମାତାଙ୍କୁ। ମୁଁ ସମସ୍ତ ଫିଲ୍ମ ନିର୍ମାତାଙ୍କୁ କହିବାକୁ ଚାହେଁ ଯେ ଆମେ ଆମର ପରିଚୟ ହରାଇଦେବା ଉଚିତ ଏବଂ ‘ଦ କାଶ୍ମୀର ଫାଇଲ୍ସ’ର ଡ୍ରଇଂ ବକ୍ସକୁ ଫେରିଯିବା ଉଚିତ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଅନ୍ତତଃ ପକ୍ଷେ ଯଦି ମୋତେ ଏହିପରି କିଛି କରିବାର ସୁଯୋଗ ଦିଆଯାଏ, ତେବେ ମତେ ଲାଗୁନି ଆମ ଭିତରୁ କେହି ବି ସେହି ଆତ୍ମବିଶ୍ୱାସର ସହିତ ଆସିପାରିବେ ଯାହାକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ସେଥିପାଇଁ ମୁଁ କାଶ୍ମୀର ଫାଇଲ୍ସ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଘୃଣା କରୁଛି, କିନ୍ତୁ ଏହା କରିବା ନେଇ ମୁଁ ବିବେକ ଅଗ୍ନିହୋତ୍ରୀଙ୍କୁ ଭଲ ପାଉଛି।”

ରାମ ଗୋପାଳ ଭର୍ମାଙ୍କ ଭିଡିଓ ଉପରେ ବିବେକ ଅଗ୍ନିହୋତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ରାମ ଗୋପାଳ ବର୍ମାଙ୍କ ଏହି ଭିଡିଓକୁ ଟ୍ୱିଟରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ ଏହା ଉପରେ ଭିଡିଓକୁ ଜବାବ ଦେଇ ଲେଖିଛନ୍ତି ଯେ “ରାମ ଗୋପାଳ ବର୍ମା ତୁମେ କାଶ୍ମୀର ଫାଇଲ୍ସକୁ ଘୃଣା କର ଏବଂ ସେଥିପାଇଁ ମୁଁ ତୁମକୁ ଭଲ ପାଏ।”

ଏହି ଟ୍ୟୁଟ୍ ଉପରେ ପ୍ରତିକ୍ରିୟା ଦେଇ ରାମ ଗୋପାଳ ବର୍ମା ପୁଣିଥରେ ‘ଦ କାଶ୍ମୀର ଫାଇଲ୍ସ’କୁ ପ୍ରଶଂସା କରିଛନ୍ତି। ଏହା ସହିତ ସେ ଏ କଥାକୁ ମଧ୍ୟ ମାନିନେଇଛନ୍ତି ଯେ ଖାଲି ଯେ ବଡ ଷ୍ଟାର୍‌ ହୋଇଗଲେ ଫିଲ୍ମ ଚାଲିବ ତାହା ଏକ ଭୁଲ୍ ଧାରଣା।