Advertisment

ଭାରତର ବିଦେଶୀ ନୀତିକୁ ପ୍ରଶଂସା କଲେ ପାକ୍ ପିଏମ୍ ଇମ୍ରାନ୍

ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
PAK PM IMRAN KHAN

PAK PM IMRAN KHAN

ଇସଲାମବାଦ: ଭାରତର ପ୍ରଶଂସାରେ ଶତମୁଖ ପାକ୍ ପିଏମ୍ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ସ୍ୱାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହ, ଏହା ଲୋକଙ୍କ ପାଇଁ ବୋଲି କହିଛନ୍ତି। ଖାଇବର୍ ପଖ୍ତୁଆନାରେ ଏକ ଜନସଭାକୁ ଉଦବୋଧନ ଦେଇ ଇମ୍ରାନ୍ କହିଛନ୍ତି ଯେ, ମୁଁ ହିନ୍ଦୁସ୍ତାନକୁ ସାବାସୀ ଦେଉଛି, କାରଣ ସେମାନଙ୍କର ସର୍ବଦା ସ୍ବାଧୀନ ବିଦେଶ ନୀତି ରହିଛି।

Advertisment

ଭାରତ ସହ ଆମେରିକାର ସଂପର୍କ ଭଲ ରହିଛି, ଭାରତ କ୍ୱାଡ୍‌ର ମଧ୍ୟ ଅଂଶ। ଏପଟେ ସେମାନେ କଟକଣା ସତ୍ତ୍ୱେ ଋଷ ଠାରୁ ତେଲ ଆଣୁଛନ୍ତି। କାରଣ ସେମାନଙ୍କ ନୀତି କେବଳ ଲୋକଙ୍କ ହିତ ପାଇଁ।

ସେପଟେ ନିଜ ଦଳର ବିଧାୟକଙ୍କ ପଟ ପରିବର୍ତ୍ତନ ଓ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଇମ୍ରାନଙ୍କ ଆସନ ଟଳମଳ ହେଉଛି। ଆସନ୍ତା ୨୫ ତାରିଖରେ ପାକ୍ ସଂସଦରେ ଭୋଟିଂ ହେବ।ଏଭିତରେ ସେ ଭାରତର ପ୍ରଶଂସା କରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment
India Pak PM Imran Khan
Advertisment
Advertisment