Advertisment

ୟୁକ୍ରେନ୍‌କୁ ମିଳୁଛି ସମର୍ଥନ; ଋଷ୍ ମହାକାଶଚାରୀ ବି ବାଦ୍‌ ପଡିଲେ ନାହିଁ

ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

author-image
Pramod Behera
ଅଦ୍ୟତନ ହୋଇଛି
Russian cosmonauts wear Ukraine flag colour space suits

Russian cosmonauts wear Ukraine flag colour space suits

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଥିବା ବେଳେ ଲୋକଙ୍କ ଆଶା ଯେ ଖୁବ ଶୀଘ୍ର ୟୁକ୍ରେନବାସୀଙ୍କ ଅବସ୍ଥା ବଦଳିଯିବ। ସମଗ୍ର ବିଶ୍ୱରେ ୟୁକ୍ରେନକୁ ସମର୍ଥନ ମିଳୁଛି। ଏପରିକି ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏବଂ ପ୍ରଶାସନ ସେମାନଙ୍କୁ ବହୁ ଦମନ ମଧ୍ୟ କରୁଛି। କିନ୍ତୁ ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

Advertisment

ସୋସିଆଲ ମିଡିଆରେ ଋଷର ମହାକାଶଚାରୀଙ୍କ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେମାନେ ୟୁକ୍ରେନର ଜାତୀୟ ପତାକା ରଙ୍ଗର ସୁଟ୍‌ ପିନ୍ଧି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିଛନ୍ତି। ଏହାକୁ ଦେଖି ଲୋକମାନେ ଅନୁମାନ କରୁଛନ୍ତି ଯେ ୟୁକ୍ରେନ୍‌-ଋଷ୍‌ ଯୁଦ୍ଧରେ ଋଷର ମହାକାଶଚାରୀମାନେ ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି। ଯଦିଓ ଏହି ଆଲୋଚନାଗୁଡିକ କେବଳ କଳ୍ପନାଜଳ୍ପନା ଉପରେ ଆଧାରିତ, ଏସବୁ ପଛରେ କୌଣସି ଠୋସ୍ ପ୍ରମାଣ ନାହିଁ ଯାହା ଏହାକୁ ଦୃଢ କରିବ।

ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ଓଲେଗ ଆର୍ଟେମିଭ, ଡେନିସ ମ୍ୟାଟଭେଭ ଓ ସର୍ଜି କୋର୍ସାକୋଭ ଋଷ୍‌ର ମହାକାଶ ନିଗମ ରାସକାଁସମାଁସର ଏକ ଅଂଶ ଏବଂ ସେମାନେ ଗତ ମାସରେ ଋଷ୍‌-ୟୁକ୍ରେନ ଯୁଦ୍ଧରେ ଯୋଗ ଦେଇଛନ୍ତି। ତେବେ ଏହି ୩ ମହାକାଶଚାରୀ ମାର୍ଚ୍ଚ ୧୮ରେ ରାତି ପ୍ରାୟ ୯ଟା ବେଳେ କାଜାକିସ୍ତାନର ବାଇକୋନୁର କାସମୋଡ୍ରୋମରୁ ମହାକାଶକୁ ଯାତ୍ରା କରିଥିଲେ। ପ୍ରାୟ ୩ ଘଣ୍ଟା ପରେ ସେମାନେ ମହାକାଶରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିଥିଲେ।

Advertisment

୪ ଆମେରିକୀୟ, ୨ ରଷିଆନ୍ ଏବଂ ଜଣେ ଜର୍ମାନ କ୍ରୁ ସଦସ୍ୟ ତାଙ୍କୁ ସ୍ପେସ୍ ଷ୍ଟେସନରେ ସ୍ୱାଗତ କରିଥିଲେ। ଯେତେବେଳେ ଟିମ ବିମାନରେ ସେଟେଲ୍ ହୋଇଗଲେ ଏବଂ ଯେବେଳେବେ ସେମାନଙ୍କୁ ତାଙ୍କ ପରିବାର ସହ କଥା ହେବାକୁ ଅନୁମତି ଦିଆଗଲା ସେତେବେଳେ ଓଲେଗଙ୍କୁ ପଚରାଗଲା ଯେ ସେ କାହିଁକି ହଳଦିଆ, ଉଜଳା ରଙ୍ଗର ସୁଟ୍‌ ପିନ୍ଧିଛନ୍ତି? ସେ ଉତ୍ତରରେ କହିଲେ ଯେ କ୍ରୁର ପ୍ରତ୍ୟେକ ସଦସ୍ୟଙ୍କୁ ନିଜର ଫ୍ଲାଇଟ୍ ସୁଟ୍ ପିନ୍ଧିବାକୁ ଅନୁମତି ଦିଆଯାଇଛି। ସେଥିପାଇଁ ସମସ୍ତଙ୍କର ସୁଟ୍ ସମାନ ନୁହେଁ।

ସେ କହିଲେ ଯେ ଯେତେବେଳେ ରଙ୍ଗ ବାଛିବା ପାଳି ତାଙ୍କର ଆସିଲା, ସେତେବେଳେ ସେ ଦେଖିଲେ ଯେ ଅନେକ ହଳଦିଆ ରଙ୍ଗ ସଂଗ୍ରହ କରିଦେଇଥିଲେ। ତା’ପରେ ସେ ସେହି ରଙ୍ଗର ପୋଷାକ ତିଆରି କରିବାକୁ ସ୍ଥିର କଲେ। ତେବେ ନାସାର ପୂର୍ବତନ ମହାକାଶଚାରୀ ସ୍କଟ୍‌ କେଲି କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ନିକଟରେ ପହଞ୍ଚିଥିବା ଋଷର ସମସ୍ତ ମହାକାଶଚାରୀମାନେ ୟୁକ୍ରେନ ପତାକାର ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି।

Ukraine Russia War
Advertisment
Advertisment