• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏବେ ପୂରା ଦେଶରେ ଚର୍ଚ୍ଚାରେ ପ୍ରଦୀପ ମେହରା । ଉତ୍ତରାଖଣ୍ଡର ଏହି ଯୁବକ ସେନାରେ ସାମିଲ ହେବା ପାଇଁ ଯେଉଁ ପରିଶ୍ରମ କରୁଥିଲେ ତାହାର ଭିଡିଓ ପୂରା ଦେଶ ଏବେ ଦେଖୁଛି । ପ୍ରଦୀପ ସେନାରେ ସାମିଲ ହେବା ପାଇଁ ପ୍ରତିଦିନ ରାତିରେ ୧୦ କିମି ଦୌଡ଼ି ଦୌଡ଼ି ଘରକୁ ଫେରନ୍ତି । ଆଉ ସେହି ଭିଡିଓକୁ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଟ୍ୱିଟ୍‌ କରିବା ପରେ ରାତାରାତି ‌ହିରୋ ପାଲଟିଛନ୍ତି ପ୍ରଦୀପ । କେବଳ ହିରୋ ପାଲିଟିଛନ୍ତି ତାହା ନୁହେଁ ବରଂ ପ୍ରଦୀପଙ୍କୁ ସାହାଯ୍ୟର ସୁଅ ଛୁଟିଛି ।

କଥାରେ ଅଛି ମନରେ ଇଚ୍ଛା ଥିଲେ, ଉପାୟ ଆପେ ଆପେ ଆସେ । ଆଉ ଏହି କଥାକୁ ପ୍ରଦୀପ ମେହରା ସତ କରି ଦେଖାଇଛନ୍ତି । ଭାରତୀୟ ସେନାରେ ଯୋଗ ଦେବାକୁ ପ୍ରଦୀପଙ୍କର ଏତେ ଇଚ୍ଛା ଅଛି ଯେ, ଦୌଡ଼ା ପ୍ରାକ୍ଟିସ୍‌ କରିବା ପାଇଁ ପ୍ରତିଦିନ ରାତିରେ ସେ ୧୦ କିମି ରାଜରାସ୍ତାରେ ଦୌଡ଼ୁଛନ୍ତି । ସୂଚନା ଅନୁସାରେ ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ‘ମ୍ୟାକ୍‌ ଡୋନାଲଡ୍‌’ରେ ସେ କାମ କରନ୍ତି । ତେଣୁ ରାତିରେ କାମ ସାରିବା ପରେ ଏମିତି ଦୌଡ଼ି ଦୌଡ଼ି ଘରକୁ ଆସୁଥିବା ପ୍ରଦୀପ କହିଛନ୍ତି । ସୂଚନା ଅନୁସାରେ, ପ୍ରଦୀପ ମେହରା ବରୋଲାରେ ତାଙ୍କ ଭାଇଙ୍କ ସହ ରୁହନ୍ତି । ପ୍ରତିଦିନ ସେ ନୋଏଡାର ସେକ୍ଟର୍‌ ୧୬ରୁ ଦୌଡ଼ି ଦୌଡ଼ି ଘରକୁ ଫେରନ୍ତି ।

ତେବେ ପ୍ରଦୀପଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ସତୀଶ ଦୁଆ । ସେ ଏହି ଭିଡ଼ିଓକୁ ରିଟ୍ୱିଟ୍ କରିବା ସହ ପ୍ରଦୀପଙ୍କଶ୍‌କୁ ପ୍ରଶଂସା କରିଛନ୍ତି । ଏମିତିକି ଯୋଗ୍ୟତା ସହ ନିଯୁକ୍ତି ପରୀକ୍ଷାରେ କେମିତି ପ୍ରଦୀପ ଉତ୍ତୀର୍ଣ୍ଣ ହେବେ, ସେଥିପାଇଁ ସେ କୁମାଓଁ ରେଜିମେଣ୍ଟର କର୍ଣ୍ଣେଲ, ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାଣା କାଲିତାଙ୍କୁ ଯୋଗାଯୋଗ କରିଛି, ଯାହାଦ୍ୱାରା ପ୍ରଦୀପଙ୍କୁ ଉପଯୁକ୍ତ ତାଲିମ ଦିଆଯାଇପାରିବ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଦୀପଙ୍କର ଏହି ଭିଡ଼ିଓକୁ ପ୍ରଶଂସା କରିଛନ୍ତି । ଅନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରି ଲେଖିଛନ୍ତି, ‘ଏହା ବାସ୍ତବରେ ପ୍ରେରଣାଦାୟକ । ସେ ଯେଉଁ ଗାଡ଼ିରେ ଯିବାକୁ ମନା କରୁଛନ୍ତି ତାହାର କାରଣ ହେଉଛି ‌ସେ ଆତ୍ମନିର୍ଭର । ସେ କାହାର ସାହାଯ୍ୟ ଲୋଡ଼ନ୍ତି ନାହିଁ ।’ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି ଆନନ୍ଦ ଲେଖିଛନ୍ତି ।