Advertisment

କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତାଙ୍କ ପୁତୁରା

ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Abhisek banerjee

Abhisek banerjee

କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ତଥା ମନି ଲଣ୍ଡରିଂ ମାମଲାରେ ଅଭିଷେକ ଇଡି ଜାଲରେ ଫସିଛନ୍ତି । ଉଭୟ ସ୍ୱାମୀ ଅଭିଷେକ ଏବଂ ପତ୍ନୀ ରୁଜିରାଙ୍କୁ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ । ଯେହେତୁ ଉଭୟଙ୍କ ଘର ପଶ୍ଚିମବଙ୍ଗରେ ତେଣୁ ତାଙ୍କୁ ଦିଲ୍ଲୀ ଅଫିସକୁ ଡାକି ହଇରାଣ କରାଯାଉ ଥିବା ସେ ଅଭିଯୋଗ କରିଥିଲେ ।

Advertisment

ତେବେ ଏହି ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି । ଅଭିଷେକ ହେଉଛନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା । ଏବେ ସେ ଦିଲ୍ଲୀ ହାଇକୋର୍ଟ ଅର୍ଡର ବିରୋଧରେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ ପିଟିସନ୍ ଆବେଦନ କରିଛନ୍ତି । ୨୦୨୧ ମସିହା ସେପ୍ଟେମ୍ବର ୬ରେ ଅଭିଷେକ ଏହି ମାମଲାରେ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ । 

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି । ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍‌ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା ।

Advertisment

ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍‌ଆଇଆର୍‌ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍‌ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।

ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଉକ୍ତ ଘଟଣାରେ ଶୀଥିଳତା ପଡ଼ିଥିବା ବେଳେ ଇଡି ଗୋଟିଏ ମନି ଲଣ୍ଡିରିଂ ମାମଲାର ଉଭୟ ଅଭିଷେକ ଓ ରୁଜିରାଙ୍କୁ ସମନ କରିଛି।

ସେପଟେ ଦାଉଦ୍ ଇବ୍ରାହିମ ମନି ଲଣ୍ଡ୍ରିଂ ମାମଲାରେ ବଢ଼ିଲା ନଓ୍ୱାବଙ୍କ ଅଡ଼ୁଆ । ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ନଓ୍ୱାବ ମଲିକଙ୍କ ବିଚାର ବିଭାଗୀୟ ହାଜତ ଅବଧି ଏପ୍ରିଲ ୪ ଯାଏଁ ବଢ଼ିଛି । ତେବେ ତାଙ୍କୁ ହାଜତରେ ବେଡ୍, ଗଦି ଓ ଚେୟାର୍ ଯୋଗାଇ ଦେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଅଣ୍ଡରଓ୍ୱାଲ୍ଡ ଡନ୍ ଦାଉଦ ଇବ୍ରାହିମର ସଂପୃକ୍ତି ଥିବା ଏକ ଅର୍ଥ ହେରଫେର ମାମଲାରେ ଗତମାସ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ସେ ମହାରାଷ୍ଟ୍ର କ୍ୟାବିନେଟ୍‌ରେ କୌଶଳ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିବା ବେଳେ, ତାଙ୍କ ପୋର୍ଟଫୋଲିଓକୁ ଅନ୍ୟ ମନ୍ତ୍ରୀଙ୍କୁ ଦେବାକୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର୍ ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଆସୁଛି ବିଜେପି ।

Supreme Court ED Abhishek Banerjee
Advertisment
Advertisment