• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କାନ୍ଧରେ ବ୍ୟାଗ୍‌,ହାଫ୍‌ ପ୍ୟାଣ୍ଟ୍‌ ଓ ଫୁଲ୍ ଟି-ସାର୍ଟ ପିନ୍ଧି ରାସ୍ତାରେ ଦୌଡ଼ୁଛନ୍ତି ଯୁବକ। କାର୍‌ରେ ଘର ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଅଫର୍‌ ମଧ୍ୟ ମିଳିଥିଲା। ହେଲେ ଏହାକୁ ସେ ମନା କରି ଦେଇଥିଲେ। ସେନାରେ ଭର୍ତ୍ତି ହେବା ପାଇଁ ରାତିରେ ସେ ରାସ୍ତାରେ ଦୌଡ଼ ପ୍ରାକ୍ଟିସ୍‌ କରୁଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି। ଯାହା ଦେଖି ଲୋକମାନେ ଯୁବକଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଯୁବକଙ୍କ ଏଭଳି ଇଚ୍ଛାଶକ୍ତି ପାଇଁ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। 

ଫିଲ୍ମ ନିର୍ମାତା ବିନୋଦ କାପ୍‌ରି ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ନୋଏଡା ରାଜରାସ୍ତାରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ରାତିରେ ଦୌଡ଼ୁଥିବା ଦେଖି ବିନୋଦ କାର୍‌ ଧୀରେ ଚଲାଇଥିଲେ ଓ ଗାଡ଼ିରେ ଘର ପର୍ଯ୍ୟନ୍ତ ଛାଡ଼ି ଦେବା ପାଇଁ ସେ ଯୁବକଙ୍କୁ ଅଫର୍‌ କରିଥିଲେ। ହେଲେ ଯୁବକ ଜଣକ ତାଙ୍କଠାରୁ ଲିଫ୍ଟ ନେବା ପାଇଁ ମନା କରି ଦେଇଥିଲେ। 

ଭିଡିଓରେ ଦେଖିବାକୁ ମିଳିଛି, ୧୯ ବର୍ଷୀୟ ଯୁବକ ପ୍ରଦୀପ ମେହରା କାନ୍ଧରେ ବ୍ୟାଗ୍‌,ହାପ୍‌ ପ୍ୟାଣ୍ଟ୍‌ ଓ ଫୁଲ୍ ଟି-ସାର୍ଟ ପିନ୍ଧି ରାସ୍ତାରେ ଜୋରରେ ଦୌଡ଼ୁଛନ୍ତି। ରାତି ୧୨ଟାରେ ରାଜରାସ୍ତାରେ ଯୁବକଙ୍କୁ ଏଭଳି ଦୌଡ଼ୁଥିବା ଦେଖି ଫିଲ୍ମ ନିର୍ମାତା ବିନୋଦ ତାଙ୍କୁ ଲିଫ୍ଟ ନେବା ପାଇଁ ଅଫର୍‌ ଦେଇଥିଲେ। ହେଲେ ପ୍ରଦୀପ, ବିନୋଦଙ୍କ କଥାଶୁଣି ହସି ଦେଇ କହିଥିଲେ, ଦୌଡ଼ି ଦୌଡ଼ି ସେ ଘର ପର୍ଯ୍ୟନ୍ତ ଯିବେ।

 

କ’ଣ କାମ କରନ୍ତି ବୋଲି ବିନୋଦ ଯେତେବେଳେ ପ୍ରଦୀପଙ୍କୁ ପଚାରିଥିଲେ। ଉତ୍ତରରେ ସେ କହିଥିଲେ,ନୋଏଡା ସେକ୍ଟର-୧୬ରେ ଥିବା  McDonaldsରେ ସେ କାମ କରନ୍ତି। ସେନାରେ ଭର୍ତ୍ତି ହେବା ପାଇଁ ସେ ଚାହୁଁଛନ୍ତି। ହେଲେ କାମ ଯୋଗୁ ପ୍ରାକ୍ଟିସ୍‌ କରିବାକୁ ତାଙ୍କୁ ସମୟ ମିଳୁ ନାହିଁ। ଫଳରେ ସେ ଡ୍ୟୁଟି ସାରି ଏଭଳି ଭାବେ ଦୌଡ଼ି ଦୌଡ଼ି ଘରକୁ ଯାଇଥାନ୍ତି। ଏହାଦ୍ୱାରା ତାଙ୍କ ଦୌଡ଼ିବା ମଧ୍ୟ ପ୍ରାକ୍ଟିସ୍‌ ହେଉଛି। 

ଉତ୍ତରାଖଣ୍ଡ ଅଲମୋରାରେ ପ୍ରଦୀପ ମେହରାଙ୍କ ଘର। ବିନୋଦ, ପ୍ରଦୀପଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ଶୁଣି ସେ ଭାବପ୍ରବଣ ହୋଇଯାଇଥିଲେ। ପ୍ରଦୀପଙ୍କ ମା’ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପ୍ରଦୀପ ଭାଇଙ୍କ ସହ ନୋଏଡାରେ ରହୁଛନ୍ତି ଓ ପ୍ରତ୍ୟେକ ଦିନ ୧୦ କି.ମି. ପର୍ଯ୍ୟନ୍ତ ଦୌଡ଼ି ଘରକୁ ସେ ଯାଇଥାନ୍ତି। ଯୁବକଙ୍କ ସାହସକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି।