Advertisment

କଡଲେଉଟାଉଛି ୪ର୍ଥ ଲହର...ପୁଣି ଡରିବା ଆରମ୍ଭ କଲାଣି ସାରା ବିଶ୍ୱ..

ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ।

author-image
Otv Khabar Bureau
ଅଦ୍ୟତନ ହୋଇଛି
covid 4th wave

covid 4th wave

ଗଲା ଦୁଇ ବର୍ଷରେ ତିନି ତିନିଟି ଲହର ପରେ ଏବେ ଏକ ଲହର ଆଶଙ୍କା। ଏହା ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ। ତେବେ ଭାରତରେ ଚତୁର୍ଥ ଲହର ଆଶଙ୍କା ନଥିବା ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହାସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ଲାଗି, ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର...

Advertisment

ଚୀନ୍ ସହ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ପରେ ଭାରତକୁ ଆସିବ କି କୋଭିଡର ଚତୁର୍ଥ ଲହର? ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଦେଶରେ ଓମିକ୍ରନ୍ ବିଏ.୨ ଭୂତାଣୁ ଆତଙ୍କ ସୃଷ୍ଟି କରିଥିବାରୁ ଏ ଭାରିଆଣ୍ଟର ପରବର୍ତ୍ତୀ ଶୀକାର ହେବନି ତ ଭାରତ? ଏବେ ଚୀନ, ଦକ୍ଷିଣ କୋରିଆ, ହଂକଂ, ନ୍ୟୁଜିଲାଣ୍ଡ୍ ଓ ତାଇଓ୍ୱାନ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟ୍ ଦୃତ ଗତିରେ କାୟା ବିସ୍ତାର କରୁଥିବାରୁ ବିଶ୍ୱବ୍ୟାପୀ ବଢ଼ିଛି ଚିନ୍ତା। ହଂକଂରେ ଗଲା ୩ ମାସ ଭିତରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ ହେବା ଏବଂ ୪ ହଜାରରୁ ଅଧିକଙ୍କ ମୃତ୍ୟୁ, ମହାମାରୀର ପୁଣି ଉଗ୍ରରୂପ ଦର୍ଶାଉଛି ଏଭଳି ସ୍ଥିତିରେ ଭାରତରେ ଚତୁର୍ଥ ଲହର ଆଶଙ୍କାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିନାହାନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ମାତ୍ର ସମ୍ଭାବନା ଖୁବ୍ କ୍ଷୀଣ ବୋଲି କହିଛନ୍ତି ICMRର ପୂର୍ବତନ ମୁଖ୍ୟ ଟି. ଜାକବ ଜନ୍...

ବିଶ୍ୱରେ ସଂକ୍ରମଣ ହାର କମୁଥିଲେ ବି ଦୈନିକ ଟ୍ରେଣ୍ଡ୍ ୧୦ ଲକ୍ଷ ଉପରେ ରହିଛି ଭାରତରେ କିନ୍ତୁ, କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିବା ବେଳେ ଗଲା ୨୪ ଘଣ୍ଟାରେ ୧୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବିଦେଶରେ ସଂକ୍ରମଣ ବଢୁଥିବାରୁ ଦେଶର ଯୁବଗୋଷ୍ଠୀଙ୍କୁ ବୁଷ୍ଟର ଡୋଜ୍ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସୂଚନା ଅନୁସାରେ ଏଯାଏଁ ୧୮୧କୋଟି ୨୪ ଲକ୍ଷ ଡୋଜ୍ ଟିକା ଦିଆ ଯାଇଛି ସେହିଭଳି ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ଲାଗି ୨ ଡୋଜ୍ ମଧ୍ୟର ସମୟ ଅବଧିକୁ ହ୍ରାସ କରାଯାଇଛି ।

Advertisment

କରୋନାର ନୂଆ ଭାରିଆଣ୍ଟର ଉପସ୍ଥିତି ପରେ ବିଶ୍ୱବାସୀଙ୍କୁ ସଜାଗ ରହିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାଇ ଦେଇଛି। ସେହିଭଳି ଦେଶକୁ କରୋନାର ଚତୁର୍ଥ ଲହର ଆସୁ କି ନଆସୁ, ଲୋକେ କିନ୍ତୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ...

Coronavirus India COVID19 Updates Otv WorldCorona
Advertisment
Advertisment