Punjab AAP
ପଞ୍ଜାବରୁ ଆପ୍ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ କ୍ରିକେଟର୍ ହରଭଜନ ସିଂହ । ତାଙ୍କ ସହିତ ଆପ୍ର ଅନ୍ୟ ୪ ଜଣ ପ୍ରାର୍ଥୀ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେମାନେ ହେଲେ ଦିଲ୍ଲୀ ବିଧାୟକ ରାଘବ ଚଢ଼ା, ଆଇଆଇଟି ପ୍ରଫେସର୍ ସନ୍ଦୀପ ପାଠକ, ଶିକ୍ଷାବିତ୍ ଅଶୋକ କୁମାର ମିତ୍ତଲ ଏବଂ କ୍ୟାନ୍ସର ଚ୍ୟାରିଟି ପାଇଁ ଜଣାଶୁଣା ଲୁଧିଆନାର ଜଣେ ବ୍ୟବସାୟୀ ସଞ୍ଜୀବ ଆରୋରା ।
ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ଉପସ୍ଥିତ ଥିଲେ । ମାର୍ଚ୍ଚ ୩୧ରେ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଶନିବାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ମନ୍ତ୍ରିମଣ୍ଡଳରେ ୧୦ ଜଣ ସଦସ୍ୟ ରହିଛନ୍ତି । ପଞ୍ଜାବରେ ଆମ ଆଦମୀ ପାର୍ଟି ବିଜୟ ହାସଲ କରିବା ପରେ ୧୬ ତାରିଖରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏବେ ସେ ତାଙ୍କ ୧୦ ଜଣିଆ ଟିମ୍ ଗଠନ କରିଛନ୍ତି । ତାଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମୋଟ ୧୧ ଜଣ ସଦସ୍ୟ ରହିବେ ।
ନିୟମ ଅନୁସାରେ ପଞ୍ଜାବ ବ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିପାରିବେ । ହେଲେ ଆପ୍ ସରକାର ୧୧ ଜଣଙ୍କୁ ନେଇ କ୍ୟାବିନେଟ ଗଠନ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)