Advertisment

Education System: ମୁଣ୍ଡ ଉପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା; ଗଞ୍ଜାମ ଜିଲ୍ଲାରୁ ଆସିଲା ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । କିନ୍ତୁ, ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍ ।

author-image
Deviprasad Jena
Shortage Of Teachers In 5T School At Ganjam

Shortage Of Teachers In 5T School

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମୁଣ୍ଡ ଉପରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍ ।  ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ଶିକ୍ଷା ବିଭାଗ ଏବଂ ଶିକ୍ଷାର୍ଥୀ ଚଳଚଞ୍ଚଳ । କିନ୍ତୁ, ଆଶ୍ଚର୍ଯ୍ୟର କଥା ଚଳିତ ବର୍ଷ ବହୁ ସ୍କୁଲରେ ବିଭିନ୍ନ ବିଭାଗର ଶିକ୍ଷକ ନଥିବା ବେଳେ କେତେକ ସ୍କୁଲରେ କୋର୍ସ ଶେଷ ହୋଇନି ।

Advertisment

ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମନରେ ଏବେ ଚିନ୍ତା ଦେଖାଯାଇଛି । ଆସନ୍ତା ୨୧ରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୧୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୪୩ ହଜାର ୪ଶହ ୩୫ଜଣ ଛାତ୍ରଛାତ୍ରୀ । ତେବେ ଆଶ୍ଚର୍ଯ୍ୟର କଥା ଚଳିତ ବର୍ଷ ପିଲାମାନଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ସରକାରୀ ପାଟପୁର ଉଚ୍ଚବିଦ୍ୟାଳୟରେ ୭୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ, ପ୍ରାଇମେରୀ ଓ ହାଇସ୍କୁଲକୁ ମିଶାଇ ମୋଟ୍ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି।

ଗଣିତ ଶିକ୍ଷକ ୪ ମାସ ତଳେ ବଦଳି ହୋଇଯାଇଥିବା ବେଳେ ତିନି ବର୍ଷ ହେଲା ହିନ୍ଦି ଶିକ୍ଷକ ପଦବୀ ଖାଲି ପଡିଛି । ଯାହା ଫଳରେ ପିଲାମାନେ କେମିତି ପରୀକ୍ଷା ଦେବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବ ସରକାର ସମୟରେ ସ୍କୁଲ ଗୁଡିକୁ 'ଫାଇଭ୍ ଟି' ନାମରେ ଚକାଚକ୍ କରାଗଲା ସତ ହେଲେ ଶିକ୍ଷକ ପୁରଣ ହୋଇ ପାରିନଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି ।

Advertisment

ଠିକ୍ ସମାନ ଅବସ୍ଥା ଖଲିକୋଟ ବ୍ଲକ୍‌ରେ । ବ୍ଲକ୍‌ର ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ହିନ୍ଦି ଶିକ୍ଷକ ନଥିବାରୁ ବର୍ଷ ସାରା ପିଲାମାନେ ହିନ୍ଦି ପଢ଼ି ପାରି ନାହାନ୍ତି । ସେହିଭଳି ବ୍ଲକ୍‌ର ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଉଭୟେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ନଥିବାରୁ ସେଠାରେ ବି ସମାନ ଅବସ୍ଥା ।

ଅଧିକ ପଢନ୍ତୁ: ସନାଙ୍କୁ ତାଗିଦ୍ କଲେ ନବୀନ;ଏମିତି କହିଲେ ଜୟନାରାୟଣ ମିଶ୍ର

Ganjam 10th Exam 5 T School
Advertisment
Advertisment